ପରିବାରର ମୂଲ୍ୟକୁ ନେଇ ଆମ ଭିତରେ ଖୁବ୍ ସମାନତା ରହିଛି: ଅଜୟ ଦେବଗନ୍

ମୁମ୍ବାଇ: ଅଭିନେତା ତଥା ନିର୍ଦ୍ଦେଶକ ଅଜୟ ଦେବଗନ୍‌ଙ୍କ ପାଇଁ ତାଙ୍କ ପରିବାରର ମୂଲ୍ୟ ଅଧିକ ମହତ୍ତ୍ୱ ରଖେ। ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଅଜୟ ଓ ତାଙ୍କ ପତ୍ନୀ ଏପରି କହିଛନ୍ତି। କୌଣସି ଫିଲ୍ମ ନିର୍ମାଣ କଲାବେଳେ ଭାବନା ସହ ଜଡିତ ଏକ ଭଲ ବିଚାରକୁ ସାମିଲ କରିବାକୁ ଚେଷ୍ଟା କରନ୍ତି ଅଜୟ। ରିଲିଜ ଅପେକ୍ଷାରେ ଥିବା ତାଙ୍କ ଫିଲ୍ମ ‘ଶିବୟା’ରେ ମଧ୍ୟ ଏକ ବାପ ଓ ଝିଅର ସଂପର୍କକୁ  ଦେଖାଯାଇଛି। ଅଜୟ […]

ajay-kajol_devgan

ajay-kajol_devgan

Rakesh Mallick
  • Published: Sunday, 23 October 2016
  • Updated: 23 October 2016, 04:35 PM IST

Sports

Latest News

ମୁମ୍ବାଇ: ଅଭିନେତା ତଥା ନିର୍ଦ୍ଦେଶକ ଅଜୟ ଦେବଗନ୍‌ଙ୍କ ପାଇଁ ତାଙ୍କ ପରିବାରର ମୂଲ୍ୟ ଅଧିକ ମହତ୍ତ୍ୱ ରଖେ। ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଅଜୟ ଓ ତାଙ୍କ ପତ୍ନୀ ଏପରି କହିଛନ୍ତି। କୌଣସି ଫିଲ୍ମ ନିର୍ମାଣ କଲାବେଳେ ଭାବନା ସହ ଜଡିତ ଏକ ଭଲ ବିଚାରକୁ ସାମିଲ କରିବାକୁ ଚେଷ୍ଟା କରନ୍ତି ଅଜୟ। ରିଲିଜ ଅପେକ୍ଷାରେ ଥିବା ତାଙ୍କ ଫିଲ୍ମ ‘ଶିବୟା’ରେ ମଧ୍ୟ ଏକ ବାପ ଓ ଝିଅର ସଂପର୍କକୁ  ଦେଖାଯାଇଛି। ଅଜୟ ଏହା ମଧ୍ୟ କହିଛନ୍ତି ପରିବାର ସମସ୍ତଙ୍କ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ। ନିଜର ଅସୁବିଧା ସମୟରେ ହିଁ ପରିବାର ଆମ ସହ ଛିଡ଼ା ହୁଏ।

ଖାଲି ସେତିକି ନୁହେଁ, ପରିବାରକୁ ନେଇ ପତ୍ନୀ କାଜଲଙ୍କ ଚିନ୍ତାଧାରା ଉପରେ ସେ ଗର୍ବ ଅନୁଭବ କରନ୍ତି। ପରିବାରକୁ ନେଇ କାଜଲ ଓ ମୋର ବିଚାରଧାରାରେ ଖୁବ୍ ସାମଞ୍ଜସ୍ୟ ରହିଛି ବୋଲି ଅଜୟ କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos