ପରଦାକୁ ଆସିଲା ‘ଫାଣ୍ଟମ୍’ ଓ ‘କୌନ୍ କିତନେ ପାନି ମେଁ’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ସୈଫ୍ ଓ କାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଫାଣ୍ଟମ୍’। ଆକ୍ସନ ଥ୍ରିଲର ଡ୍ରାମାରେ  ଭରପୁର ଏହି ଫିଲ୍ମଟି ରିଲିଜ ପୂର୍ବରୁ ରୋମାଣ୍ଟିକ୍ ନମ୍ୱରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ଗୀତରେ ସୈଫ୍ ଓ କ୍ୟାଟଙ୍କ ଲଭକୁ ଏକ ଡିଭରେଣ୍ଟ ୱରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ। ଗୀତଟିକୁ ଗାଇଛନ୍ତି ଅରିଜିତ୍ ସିଂହ। ଫିଲ୍ମରେ ଜଣେ ଇଣ୍ଡିଆନ୍ ଏଜେଣ୍ଟ୍ ଭୂମିକାରେ ନଜରକୁ ଆସିଛନ୍ତି ଛୋଟେ ନବାବ୍। ବଜରଙ୍ଗୀ ଭାଇଜାନର ସଫଳତା ପରେ ୨୬/୧୧ ମୁମ୍ୱାଇ […]

friday

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 01:15 PM IST

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ସୈଫ୍ ଓ କାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଫାଣ୍ଟମ୍’। ଆକ୍ସନ ଥ୍ରିଲର ଡ୍ରାମାରେ  ଭରପୁର ଏହି ଫିଲ୍ମଟି ରିଲିଜ ପୂର୍ବରୁ ରୋମାଣ୍ଟିକ୍ ନମ୍ୱରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ଗୀତରେ ସୈଫ୍ ଓ କ୍ୟାଟଙ୍କ ଲଭକୁ ଏକ ଡିଭରେଣ୍ଟ ୱରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ। ଗୀତଟିକୁ ଗାଇଛନ୍ତି ଅରିଜିତ୍ ସିଂହ। ଫିଲ୍ମରେ ଜଣେ ଇଣ୍ଡିଆନ୍ ଏଜେଣ୍ଟ୍ ଭୂମିକାରେ ନଜରକୁ ଆସିଛନ୍ତି ଛୋଟେ ନବାବ୍। ବଜରଙ୍ଗୀ ଭାଇଜାନର ସଫଳତା ପରେ ୨୬/୧୧ ମୁମ୍ୱାଇ ଆକ୍ରମଣ ଘଟଣାକୁ ନେଇ ତିଆରି ହୋଇଥିବା ଫିଲ୍ମ ଫାଣ୍ଟମକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଫିଲ୍ମ ନିର୍ଦ୍ଦେଶକ କବୀର ଖାଁ।

ସେପଟେ ଆଜି ମଧ୍ୟ ରିଲିଜ୍ ହୋଇଛି ଓଡିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଫିଲ୍ମ ‘କୌନ୍ କିତନେ ପାନି ମେଁ’। ଓଡିଆ ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମରେ ଅଛନ୍ତି ବଲିଉଡର ଜଣାଶୁଣା କଳାକାର। ତା’ସାଙ୍ଗକୁ ରଙ୍ଗବତୀର ହିନ୍ଦୀ ଭର୍ସନ ବି ଏହି ଫିଲ୍ମରେ ଶୁଣିବାକୁ ମିଳିବ। ପାଣିକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ। ପାଣି ପାଇବା ଲାଗି ଗାଁ ମୁଖିଆଁ କି ଉପାୟ ଗ୍ରହଣ କରୁଛନ୍ତି ତା’ ଦେଖିବାକୁ ମିଳିବ ଏହି ଫିଲ୍ମରେ । ତାହା ହିଁ ‘ଫିଲ୍ମ କୌନ୍ କିତନେ ପାନି ମେଁର’ ଷ୍ଟୋରୀ ଲାଇନ୍।

Related story