ରିଲିଜ୍‌ ହେଲା ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’

ଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂଙ୍କ ଜୀବନୀ ଉପରେ ନିର୍ମୀତ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ଆଜି ରିଲିଜ ହୋଇଛି। ଓଡ଼ିଶାର ଛାପ ଥିବା ଏହି ଫିଲ୍ମରେ ମୟୂର ମହେନ୍ଦ୍ର ଏବଂ ମନୋଜ ବାଜପେୟୀ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ନିଜେ ବୁଦ୍ଧିଆ ଏହି ଫିଲ୍ମର ପ୍ରମୋଶନ କରିଛନ୍ତି। ବୁଦ୍ଧିଆ ଓ ତାଙ୍କ କୋଚ୍‌ ବିରଞ୍ଚି ଦାସଙ୍କ ସମ୍ପର୍କକୁ ନେଇ ଗତିଶୀଳ ହୋଇଛି ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ର କାହାଣୀ। ବିରଞ୍ଚିଙ୍କ ଚରିତ୍ରରେ ଗ୍ୟାଙ୍ଗ […]

budhia

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 11:40 AM IST

ଭୁବନେଶ୍ୱର: ୱାଣ୍ଡର ବୟ ବୁଦ୍ଧିଆ ସିଂଙ୍କ ଜୀବନୀ ଉପରେ ନିର୍ମୀତ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ଆଜି ରିଲିଜ ହୋଇଛି। ଓଡ଼ିଶାର ଛାପ ଥିବା ଏହି ଫିଲ୍ମରେ ମୟୂର ମହେନ୍ଦ୍ର ଏବଂ ମନୋଜ ବାଜପେୟୀ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ନିଜେ ବୁଦ୍ଧିଆ ଏହି ଫିଲ୍ମର ପ୍ରମୋଶନ କରିଛନ୍ତି।

ବୁଦ୍ଧିଆ ଓ ତାଙ୍କ କୋଚ୍‌ ବିରଞ୍ଚି ଦାସଙ୍କ ସମ୍ପର୍କକୁ ନେଇ ଗତିଶୀଳ ହୋଇଛି ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ର କାହାଣୀ। ବିରଞ୍ଚିଙ୍କ ଚରିତ୍ରରେ ଗ୍ୟାଙ୍ଗ ଅଫ୍‌ ୱାସିପୁର ଷ୍ଟାର ମନୋଜ ବାଜପେୟୀ ଏବଂ ବୁଦ୍ଧିଆ ଚରିତ୍ରରେ ମୟୂର ମହେନ୍ଦ୍ର ଅଭିନୟ କରୁଛନ୍ତି।

ପୂର୍ବରୁ ଫିଲ୍ମର ଚର୍ଚ୍ଚିତ ଗୀତ ‘ତୁ ଦୌଡ୍‌ ଦୌଡ୍‌’କୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଏହି ଗୀତକୁ ଓଡ଼ିଆ ସିଙ୍ଗର ଋତୁରାଜ ମହାନ୍ତି ଗାଇଛନ୍ତି। ଏଥିରେ ଓଡ଼ିଆ ଶବ୍ଦ ସୁନା ପୁଅ, ଗେହ୍ଲା ପୁଅ, ଧନ ପୁଅ ଆଦି ବ୍ୟବହାର କରାଯାଇଛି। କେବଳ ସେତିକି ନୁହେଁ ଫିଲ୍ମର କିଛି ଦୃଶ୍ୟରେ ଓଡ଼ିଶାର ଛାପ ବି ଦେଖଇବାକୁ ମିଳିଛି।

ଏହି ଭିନ୍ନ ସ୍ୱଦର ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶ ସୌମେନ୍ଦ୍ର ପାଢୀ ଆଶାବାଦୀ ଥିବା କହିଛନ୍ତି।

ଫିଲ୍ମର ପ୍ରମୋଶନ ପାଇ ବୁଦ୍ଧିଆ ମାଆ ସୁକାନ୍ତି ସିଂଙ୍କ ସହ ଦିଲ୍ଲୀ ଯାଇଛନ୍ତି।

୨୦୦୬ ମସିହାରେ ମାତ୍ର ୪ ବର୍ଷ ବୟସରେ ଗରିବ ଘରେ ଜନ୍ମିତ ବୁଦ୍ଧିଆ ଭୁବନେଶ୍ୱରରୁ ପୁରୀ ୬୫ କି.ମି ମାତ୍ର ୭ ଘଣ୍ଟା ୨ ମିନିଟ୍‌ରେ ଦୌଡ଼ି ଇତିହାସ ରଚିଥିଲେ।

Related story