ପରଲୋକରେ ଆମେରିକୀୟ ମଡେଲ୍‌ କିମ୍‌ ପୋର୍ଟର୍‌

ଲସ୍‌ ଏଞ୍ଜେଲେସ୍‌: ଆମେରିକାର ଲୋକପ୍ରିୟ ମଡେଲ୍ ତଥା ଅଭିନେତ୍ରୀ କିମ୍‌ ପୋର୍ଟର୍‌ଙ୍କର ୪୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ଲସ୍‌ ଏଞ୍ଜେଲେସ୍‌ସ୍ଥିତ ନିଜ ବାସଭବନରେ ହୃଦ୍‌ଘାତ ଯୋଗୁ ଗତ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିମ୍‌ ଗତ କିଛି ସପ୍ତାହ ଧରି ନିମୋନିଆରେ ପୀଡ଼ିତ ଥିଲେ। ୧୯୯୪ ମସିହାରୁ ୧୩ ବର୍ଷ ଧରି ସେ ହଲିଉଡ୍‌ର ଲୋକପ୍ରିୟ ରାପର୍‌ ଡିଡିଙ୍କୁ ଡେଟ୍‌ କରୁଥିଲେ। ଉଭୟଙ୍କ ଔରସରୁ ତିନି ସନ୍ତାନ ଅଛନ୍ତି। ୨୦୦୭ରେ ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା। କିମ୍‌ଙ୍କର […]

kim

kim

Chinmayee Roy
  • Published: Sunday, 18 November 2018
  • Updated: 18 November 2018, 03:36 PM IST

ଲସ୍‌ ଏଞ୍ଜେଲେସ୍‌: ଆମେରିକାର ଲୋକପ୍ରିୟ ମଡେଲ୍ ତଥା ଅଭିନେତ୍ରୀ କିମ୍‌ ପୋର୍ଟର୍‌ଙ୍କର ୪୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ଲସ୍‌ ଏଞ୍ଜେଲେସ୍‌ସ୍ଥିତ ନିଜ ବାସଭବନରେ ହୃଦ୍‌ଘାତ ଯୋଗୁ ଗତ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କିମ୍‌ ଗତ କିଛି ସପ୍ତାହ ଧରି ନିମୋନିଆରେ ପୀଡ଼ିତ ଥିଲେ। ୧୯୯୪ ମସିହାରୁ ୧୩ ବର୍ଷ ଧରି ସେ ହଲିଉଡ୍‌ର ଲୋକପ୍ରିୟ ରାପର୍‌ ଡିଡିଙ୍କୁ ଡେଟ୍‌ କରୁଥିଲେ। ଉଭୟଙ୍କ ଔରସରୁ ତିନି ସନ୍ତାନ ଅଛନ୍ତି। ୨୦୦୭ରେ ଦୁହିଁଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା। କିମ୍‌ଙ୍କର ମୃତ୍ୟୁରେ ଡିଡି ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

୧୯୭୧ରେ ଜର୍ଜିଆର ଆଲାଣ୍ଟାରେ ଜନ୍ମିତ କିମ୍‌ ପୋର୍ଟର୍‌ ମଡେଲିଂରୁ କ୍ୟାରିଅର୍ ଆରମ୍ଭ କରି ପ୍ରସିଦ୍ଧି ହାସଲ କରିଥିଲେ। ସେ ‘ଲ ଆଣ୍ଡ୍‌ ଅର୍ଡର୍‌’ ଓ ‘ୱିକେଡ୍ ୱିକେଡ୍ ଗେମ୍ସ୍’ ପରି ଟେଲିଭିଜନ୍‌ ସିରିଏଲ୍‌ରେ କାମ କରିଛନ୍ତି। କେବଳ ଏତିକି ନୁହେଁ, କିମ୍‌  ‘ଦ ବ୍ରଦର୍ସ’ ଓ ‘ମାମା, ଆଇ ୱଣ୍ଟ ଟୁ ସିଙ୍ଗ୍’ ପରି ଫିଲ୍ମରେ ମଧ୍ୟ କାମ କରିଛନ୍ତି।

କିମ୍‌ଙ୍କ ଅକାଳ ମୃତ୍ୟୁରେ ଆମେରିକୀୟ ମଡେଲିଂ ଜଗତ ଓ ହଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଅନେକ ହଲିଉଡ୍‌ ଷ୍ଟାର୍‌ କିମ୍‌ଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ସୋଶାଲ୍‌ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos