ମୁମ୍ବାଇ: ‘କହୋନା ପ୍ୟାର୍ ହେ’, ‘ଗଦର’ ଓ ‘ହମରାଜ’ ଭଳି ସଫଳ ଫିଲ୍ମରେ କାମ କରିବା ପରେ ବଡ଼ ପରାଦାରୁ ଉଭାନ ହୋଇଯାଇଛନ୍ତି ଅଭିନେତ୍ରୀ ଅମିଷା ପଟେଲ। ବଡ଼ ପରଦାରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ତାଙ୍କ ସାନ ଭାଇ ତଥା ଅଭିନେତା ଅସ୍ମୀତ୍ ପଟେଲ। ବକ୍ସ ଅଫିସ୍ ହିଟ୍ ‘କହୋନା ପ୍ୟାର୍ ହେ’ ଫିଲ୍ମ ଜରିଆରେ ଅମିଷା ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ଲଗାତାର କିଛି ସଫଳ ଫିଲ୍ମ ଦେବା ପରେ ଆଉ ଅଧିକ ଦିନ ଧରି ସଫଳତାକୁ ବଜାୟ ରଖି ପାରି ନ ଥିଲେ ସେ।
୨୦୧୩ରେ ‘ସର୍ଟକଟ ରୋମିଓ’ରେ ସେ ଶେଷଥର ପାଇଁ ବଡ଼ ପରଦାରେ ଆସିଥିଲେ। ଏହା ବକ୍ସ ଅଫିସରେ ଅସଫଳ ହୋଇଥିଲା। ଅସ୍ମୀତ କହିଛନ୍ତି,“ମୁଁ ଆଶା କରୁଛି ସେ ଖୁବ୍ଶୀଘ୍ର ବଡ଼ ପରଦାକୁ ଫେରିବେ। ସେ ଯେତେବେଳେ ଯେଉଁ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି ତାହାକୁ ନିଖୁଣ ଭାବେ ନିଭାଇବାକୁ ଚେଷ୍ଟା କରିଛନ୍ତି। ସେ କିଛି ଫିଲ୍ମରେ କାମ କରୁଛନ୍ତି ଓ ଖୁବ୍ଶୀଘ୍ର ବଡ଼ ପରଦାକୁ ଫେରିବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।