ମୁମ୍ବାଇ: ଅମିତାଭ୍ ବଚ୍ଚନ ନିକଟରେ କୋଲକତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଫେଷ୍ଟିଭାଲ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍ଘାଟନ କରିଥିଲେ।ଏହି ସମାରୋହରେ ଅନେକ ବଡ଼ ବଡ଼ କଳାକାର ଯୋଗ ଦେଇଥିଲେ। କିନ୍ତୁ ଯେତେବେଳେ ଅମିତାଭ୍ ବଚ୍ଚନ ଷ୍ଟେଜ୍ ଉପରେ ପହଞ୍ଚିଲେ, ସେତେବେଳେ ସେ ଦର୍ଶକଙ୍କୁ କିଛି କହିବା ପୂର୍ବରୁ ପ୍ରଥମେ ମମତାଙ୍କୁ କିଛି ଅନୁରୋଧ କରିଥିଲେ। ଯାହା ଖୁବ୍ କୌତୁହଳ ସୃଷ୍ଟି କରିଥିଲା। ମାହୋଲ୍କୁ ଏକଦମ ଜୋସ୍ ଭରି ଦେଇଥିଲେ ଅମିତାଭ।
ଅମିତାଭ୍ ହସି ହସି କହିଥିଲେ, ‘‘ ମୁଁ ଏଠାକୁ ଆସି ସବୁଥର ହିନ୍ଦୀରେ କହୁଛି ଏବେ ମୁଁ ବଙ୍ଗୀୟ ଭାଷାରେ କହିବି। ଆଶା କରୁଛି ଦିଦି ମୋ କଥା ବୁଝି ପାରିବେ। ଏଠାକୁ ଆସି କହିବାକୁ ମୋ ପାଖରେ କିଛି ବି ଶବ୍ଦ ନାହିଁ। କୋଲକତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ରେ ମତେ ଆଉ ଅତିଥିଭାବେ ନିମନ୍ତ୍ରଣ କରା ନ ଯାଉ। ଅମିତାଭ୍ଙ୍କ ଏମିତି କଥା ଶୁଣି ସେଠାରେ ଉପସ୍ଥିତ ଦର୍ଶକ ଓ ଅନ୍ୟ କଳାକାରମାନେ ହସିବାକୁ ଲାଗିଲେ। ହେଲେ ମମତା ଠାରିକି କହିଲେ ମୁଁ ବୁଝି ପାରିଲି ନାହିଁ।
ସୂଚନାଯୋଗ୍ୟ ଯେ ଏହି ଫିଲ୍ମ ଫେଷ୍ଟିଭାଲ୍ରେ ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନ୍, ବିଶ୍ୱଜିତ୍ ଚଟାର୍ଜୀ, ୱହିଦା ରହମାନ୍ଙ୍କ ବ୍ୟତୀତ ବଙ୍ଗୀୟ ଅଭିନେତ୍ରୀ ମାଧବ ମୁଖାର୍ଜୀ, ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ମଜିଦି, ସାବିତ୍ରୀ ଚାଟାର୍ଜୀ,ଅଭିନେତ୍ରୀ ନନ୍ଦିତା ପ୍ରମୁଖ କଳାକାର ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ କୋଲକତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍କୁ ୨୪ ବର୍ଷ ପୁରୁଛି। ପ୍ରତି ବର୍ଷ କୋଲକତାରେ ଆୟୋଜିତ ଏହି ଫିଲ୍ମ ଫେଷ୍ଟିଭାଲ୍ରେ ବିଗ୍ବିଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।