ଫ୍ୟାନ୍‌ କରିଛନ୍ତି ଅମିତାଭ ପୀଠ: ପାଠ କରୁଛନ୍ତି ବଚ୍ଚନ ଚାଳିଶା

କୋଲକାତା: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସାରା ବିଶ୍ୱରେ ଅଛନ୍ତି କୋଟି କୋଟି ପ୍ରଶଂସକ। ବହୁ ପ୍ରଶଂସକ ବିଗ୍‌ ବିଙ୍କୁ ପୂଜା କରିଥାନ୍ତି। ଆମେ ଆଜି ତାଙ୍କର ଏମିତି ଜଣେ ପ୍ରଶଂସକଙ୍କ ସମ୍ପର୍କରେ କହିବାକୁ ଯାଉଛି, ଯିଏ ଅନ୍ୟମାନଙ୍କଠାରୁ ନିଆରା। କାରଣ ସେ ଅମିତାଭଙ୍କୁ ଭଗବାନ ବୋଲି ଭାବିନ୍ତି ଓ ତାଙ୍କ ପୂଜା ପାଇଁ ରଚନା କରିଛନ୍ତି ଅମିତାଭ ଚାଳିଶା। ଏହି ବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ ପଟୋଦିୟା। ସଞ୍ଜୟ ନିଜ ଗ୍ୟାରେଜକୁ ଅମିତାଭ ମନ୍ଦିରରେ ପରିବର୍ତ୍ତନ […]

Rakesh Mallick
  • Published: Thursday, 19 October 2017
  • Updated: 19 October 2017, 01:49 PM IST

Sports

Latest News

କୋଲକାତା: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସାରା ବିଶ୍ୱରେ ଅଛନ୍ତି କୋଟି କୋଟି ପ୍ରଶଂସକ। ବହୁ ପ୍ରଶଂସକ ବିଗ୍‌ ବିଙ୍କୁ ପୂଜା କରିଥାନ୍ତି। ଆମେ ଆଜି ତାଙ୍କର ଏମିତି ଜଣେ ପ୍ରଶଂସକଙ୍କ ସମ୍ପର୍କରେ କହିବାକୁ ଯାଉଛି, ଯିଏ ଅନ୍ୟମାନଙ୍କଠାରୁ ନିଆରା। କାରଣ ସେ ଅମିତାଭଙ୍କୁ ଭଗବାନ ବୋଲି ଭାବିନ୍ତି ଓ ତାଙ୍କ ପୂଜା ପାଇଁ ରଚନା କରିଛନ୍ତି ଅମିତାଭ ଚାଳିଶା। ଏହି ବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ ପଟୋଦିୟା।

ସଞ୍ଜୟ ନିଜ ଗ୍ୟାରେଜକୁ ଅମିତାଭ ମନ୍ଦିରରେ ପରିବର୍ତ୍ତନ କରିଛନ୍ତି। ଏଠାରେ ଅମିତାଭଙ୍କ ଫଟୋ ସହ ‘ତୁଫାନ’ ଓ ‘ଅଗ୍ନିପଥ’ରେ ଅଭିତାଭ ପିନ୍ଧିବା ଜୋତାକୁ ପୂଜା କରାଯାଏ। ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁସାରେ ସଞ୍ଜୟଙ୍କ ପୁଅ ଅଗସ୍ତ୍ୟ ସ୍କୁଲରେ ସବୁ ବେଳେ ଅମିତାଭ ବଚ୍ଚନଙ୍କ ବିଷୟରେ କଥା ହୋଇଥାନ୍ତି। ଏଥିରେ ବିରକ୍ତ ହୋଇ ଦିନେ ଶିକ୍ଷକଙ୍କ ସଞ୍ଜୟଙ୍କୁ ସ୍କୁଲକୁ ଡକାଇ ଥିଲେ। ସଞ୍ଜୟ ସ୍କୁଲରେ ପହଞ୍ଚିବା ପରେ ପୁଅ ତ ପୁଅ ବାପା ବି ଅମିତାଭଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ଜଣାପଡିଥିଲା।

ସଞ୍ଜୟ ନିଜ ଗ୍ୟାରେଜକୁ ମନ୍ଦିରରେ ପରିଣତ କରିଥିଲେ। ସବୁଦିନ ସକାଳେ ଓ ସନ୍ଧ୍ୟାରେ ସେ ଏଠାରେ ଅମିତାଭଙ୍କୁ ପୂଜା କରନ୍ତି। ଏଥିରେ ସେ ଅମିତାଭ ଆଳତୀ କରିବା ସହ ଅମିତାଭ ଚାଳିଶା ପାଠ କରନ୍ତି। ସଞ୍ଜୟ ବିଗ୍‌ ବିଙ୍କ ପାଇଁ ଏତେ ପାଗଳ ଯେ, ଗଳାରେ ଅମିତାଭଙ୍କ ଏକ ଗୋଲ୍ଡ ପେଣ୍ଡେଣ୍ଟ ପିନ୍ଧିଛନ୍ତି। ଏହାକୁ ସେ ଥାଇଲ୍ୟାଣ୍ଡରୁ ବନାଇଛନ୍ତି।

ଏହାସହ ସଞ୍ଜୟ କୋଲକାତାର ଅଲ୍‌ ବେଙ୍ଗଲ ଅମିତାଭ ବଚ୍ଚନ ଫ୍ୟାନ୍ସ ଆସୋସିଏସନର ସମ୍ପାଦକ ଅଛନ୍ତି। ଏହା ଏକ ପ୍ରକାର ଫ୍ୟାନ୍‌ କ୍ଲବ। ଏଠାରେ ଅମିତାଭଙ୍କ ଜନ୍ମଦନି ୧୧ ଅକ୍ଟୋବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।

ଆଳତୀ ବେଳେ ଫ୍ୟାନ୍‌ମାନେ ଅମିତାଭ ଚାଳିଶା ପାଠ କରିଥାନ୍ତି। ଆସନ୍ତୁ ଜାଣିବା କ’ଣ ଅଛି ଏହି ଅମିତାଭ ଚାଳିଶାରେ।

‘ହେ ହରିବଂଶ ଜ୍ଞାନଗୁନ୍‌ ସାଗର

ଆପସେ ହୁଏ ଏକ ଅବତାର ଜାଗର

ହରିପୁତ୍ର ଅତଲୁତ ବଲଧାମା

ତେଜିପୁତ୍ର ଅମିତାଭ ହେ ମାନା’

ଏହି ଅମିତାଭ ଚାଳିଶାକୁ ଏକ ପୁସ୍ତକରେ ପରିଣତ କରାଯାଇଛି। ଏହି ବହିକୁ ପ୍ରତିଦିନ ଆଳତୀ ଥାଳିରେ ରଖି ପୂଜା କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos