୯ ମାସ ପରେ ଟୋପି ଖୋଲିଲେ ଅର୍ଜୁନ୍‌

ମୁମ୍ୱାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର୍‌ ତାଙ୍କର ଆଗାମୀ ଫିଲ୍ମ ‘ପାନିପତ୍‌’ ପାଇଁ ହେୟାର ଷ୍ଟାଇଲ୍‌ ଚେଞ୍ଜ୍‌ କରିଥିଲେ। ସେଥିପାଇଁ ସେ ୯ ମାସ ହେଲା ଟୋପି ପିନ୍ଧୁଥିଲେ। ତେବେ ଏବେ ସେ ଟୋପି ଖୋଲି ଦେଇଛନ୍ତି। ଗତବର୍ଷ ନଭେମ୍ୱର ମାସରୁ ଅର୍ଜୁନ ଟୋପି ପିନ୍ଧିବା ଆରମ୍ଭ କରିଥିବା ବେଳେ ଦୁଇ ଦିନ ତଳେ ସେ ଟୋପି ଖୋଲିଥିଲେ। ଏନେଇ ସେ ଏକ ଭିଡିଓ ବି ଶେଆର କରିଛନ୍ତି, ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏକ […]

topi

topi

Puspanjali Panda
  • Published: Sunday, 28 July 2019
  • Updated: 28 July 2019, 02:26 PM IST

Sports

Latest News

ମୁମ୍ୱାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର୍‌ ତାଙ୍କର ଆଗାମୀ ଫିଲ୍ମ ‘ପାନିପତ୍‌’ ପାଇଁ ହେୟାର ଷ୍ଟାଇଲ୍‌ ଚେଞ୍ଜ୍‌ କରିଥିଲେ। ସେଥିପାଇଁ ସେ ୯ ମାସ ହେଲା ଟୋପି ପିନ୍ଧୁଥିଲେ। ତେବେ ଏବେ ସେ ଟୋପି ଖୋଲି ଦେଇଛନ୍ତି। ଗତବର୍ଷ ନଭେମ୍ୱର ମାସରୁ ଅର୍ଜୁନ ଟୋପି ପିନ୍ଧିବା ଆରମ୍ଭ କରିଥିବା ବେଳେ ଦୁଇ ଦିନ ତଳେ ସେ ଟୋପି ଖୋଲିଥିଲେ। ଏନେଇ ସେ ଏକ ଭିଡିଓ ବି ଶେଆର କରିଛନ୍ତି, ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ସେ ଟୋପି ଖୋଲୁଥିବା ଭିଡିଓ ପୋଷ୍ଟ୍‌ କରିଥିବା ବେଳେ ଅନ୍ୟ ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଅର୍ଜୁନ୍ ଲେଖିଥିଲେ,“ଟୋପି ଖୋଲିବା ପାଇଁ ଏବେ ସମୟ ଆସିଛି। ୧୬ ନଭେମ୍ୱରରୁ ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଫିଲ୍ମ ‘ପାନିପତ୍‌’ର ଲୁକ୍‌ ଟୋପି ସାହାଯ୍ୟରେ ଲୁଚାଉଥିଲି।’ ଆହୁରି ମଧ୍ୟ ଅର୍ଜୁନ୍‌ ଗତ ୯ ମାସ ମଧ୍ୟରେ ସଂଗ୍ରହ କରିଥିବା ବିଭିନ୍ନ ଡିଜାଇନର୍‌ ଟୋପିକୁ ଏହି ପୋଷ୍ଟ୍‌ରେ ଦେଖାଇଛନ୍ତି।
https://www.instagram.com/p/B0XvmF9FTVm/?utm_source=ig_web_copy_link

ଅର୍ଜୁନଙ୍କର ଟୋପି ଖୋଲା ଭିଡିଓ ପୋଷ୍ଟ୍ ଉପରେ ମଲାଇକା ମଧ୍ୟ କମେଣ୍ଟ ଦେଇଛନ୍ତି।
https://www.instagram.com/p/B0aNrpnFmgH/?utm_source=ig_web_copy_link

ବି’ ଟାଉନ୍‌ରେ ଏବେ ମଲାଇକା ଅରୋରା ଓ ଅର୍ଜୁନ୍‌ କପୁରଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଛି। ନିକଟରେ ଦୁହେଁ ନ୍ୟୁୟର୍କରେ ଛୁଟି କାଟୁଥିବା ସମୟର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା।

‘ପାନିପତ୍‌’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର। ୧୭୬୧ ମସିହାରେ ହୋଇଥିବା ‘ତୃତୀୟ ପାନିପତ୍‌ ଯୁଦ୍ଧ’ ଉପରେ ଫିଲ୍ମଟି ପର୍ଯ୍ୟବସିତ।  ଏହି ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ ଓ କୃତି ସାନନ୍‌। ଗତବର୍ଷ ନଭେମ୍ବର ମାସରୁ ଏହା ଶୁଟିଂ ଆରମ୍ଭ ହୋଇଥିଲା। ଶୁଟିଂ ଶେଷ ହୋଇଯାଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ମାସରେ ଫିଲ୍ମଟି ରିଲିଜ୍ ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos