କାହାକୁ ପ୍ରଥମେ ଧନ୍ୟବାଦ ଜଣାଇଲେ ଅନୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ୧୧ ଡିସେମ୍ବରକୁ ସମ୍ପନ୍ନ ହୋଇଛି। ଦୁହେଁ ଇଟାଲିର ଟସ୍କନି ସହରର ବର୍ଗୋ ଫିନୋଶିଟୋ ରିସୋର୍ଟରେ ବିବାହ କରିଛନ୍ତି। ସୋମବାର ରାତିରେ ଫେସବୁକ୍‌ , ଟ୍ଵିଟର ଓ ଇନ୍‌ଷ୍ଟାଗ୍ରାମ୍‌ରେ ସେମାନଙ୍କ ବାହାଘରର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏହି ଖୁସି ଖବର ସମସ୍ତେ ଜାଣିବା ପରେ ସୋସିଆଲ ମିଡିଆରେ ନବବିବାହିତ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏଥିରେ ଅନେକ ବଲିଉଡ୍‌ […]

anu

anu

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 09:42 AM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ୧୧ ଡିସେମ୍ବରକୁ ସମ୍ପନ୍ନ ହୋଇଛି। ଦୁହେଁ ଇଟାଲିର ଟସ୍କନି ସହରର ବର୍ଗୋ ଫିନୋଶିଟୋ ରିସୋର୍ଟରେ ବିବାହ କରିଛନ୍ତି। ସୋମବାର ରାତିରେ ଫେସବୁକ୍‌ , ଟ୍ଵିଟର ଓ ଇନ୍‌ଷ୍ଟାଗ୍ରାମ୍‌ରେ ସେମାନଙ୍କ ବାହାଘରର ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏହି ଖୁସି ଖବର ସମସ୍ତେ ଜାଣିବା ପରେ ସୋସିଆଲ ମିଡିଆରେ ନବବିବାହିତ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏଥିରେ ଅନେକ ବଲିଉଡ୍‌ ଷ୍ଟାରଙ୍କ ସହ କ୍ରିକେଟର ମଧ୍ୟ ସାମିଲ ଥିଲେ। ବାହାଘର ସମ୍ପନ୍ନ ହେବା ପରେ ଦୁହେଁ ଏବେ ଫ୍ରି ହୋଇ ସେମାନଙ୍କୁ ଜଣାଇଥିବା ଶୁଭେଚ୍ଛାର ଧନ୍ୟବାଦ ଦେଉଛନ୍ତି। ତେବେ ଚାଲନ୍ତୁ ଜାଣିବା ଅନୁଷ୍କା ପ୍ରଥମେ କାହାକୁ କାହାକୁ ଧନ୍ୟବାଦ ଜଣାଇଥିଲେ।

ଅନୁ।ଷ୍କା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରଥମେ ମହାନାୟକ ଅମିତାଭ ବଚ୍ଚନଙ୍କ ଶୁଭେଚ୍ଛାର ରିଟ୍ଵିଟ୍‌ କରି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ତାପରେ ଅଭିନେତ୍ରୀ ପ୍ରିତୀ ଜିଣ୍ଟା, ଆଲିଆ ଭଟ୍ଟ, ଶାହାରୁଖ୍‌ ଖାନ୍‌, କରଣ ଜୋହର, ଶାହିଦ ଅଫରିଦି, ରବିନା ଟଣ୍ଡନ ଓ ସଚ୍ଚିନ ତେନ୍ଦୁଲକରଙ୍କୁ ଧନ୍ୟବାଦ ଜଣାଇଥିଲେ।

ବିବାହ ପରେ ଦୁହେଁ ଏବେ ନିଜ ରିସେପସନ୍‌ ପାର୍ଟି ପାଇଁ ବ୍ୟସ୍ତ ଅଛନ୍ତି। ପ୍ରଥମ ରିସେପସନ ପାର୍ଟି ୨୧ ଡିସେମ୍ବରକୁ  ଦିଲ୍ଲୀରେ ହେବ। ଅନ୍ୟଟି ୨୬ ଡିସେମ୍ବରକୁ ମୁମ୍ବାଇରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos