ଆଜିକାଲି ଏକାଠି ଫିଲ୍ମ ଦେଖୁଛନ୍ତି ଓ ଚା ପିଉଛନ୍ତି ବାବୁସାନ ଓ ଭୂମିକା

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ହଲରେ ବାବୁସାନ ଓ ଭୂମିକା। ଭୂମିକାଙ୍କ ହାତରେ ପପକର୍ଣ୍ଣ, ଏକ ଲୟରେ ଭୂମିକା ଚାହିଁଛନ୍ତି ପରଦା ଉପରକୁ। କିନ୍ତୁ ବାବୁସାନଙ୍କ ନଜର ହଟୁନି ଭୂମିକାଙ୍କ ଉପରୁ। ତା&rsquo;ପରେ ଦୁଇଜଣ ପରସ୍ପରକୁ କଣେଇ କଣେଇ ଚାହିଁବା ଆରମ୍ଭ କରୁଛନ୍ତି। ଏତ ଗଲା ଫିଲ୍ମ ହଲ କଥା, ସେପଟେ ଟିକେ ସମୟ ମିଳିଲେ ରାସ୍ତା କଡରେ ଚା ପିଇବାକୁ ପହଁଚି ଯ଼ାଉଛନ୍ତି ଏହି ଦୁଇ ଜଣ। ଚା ପିଉଛନ୍ତି ଓ ହସି ହସି କଥା ମଧ୍ୟ ହେଉଛନ୍ତି। ପରସ୍ପରର ଉପସ୍ଥିତିକୁ ନେଇ ବେସ୍ ଖୁସି ଏହି ଦୁଇଜଣ। ତେବେ ରିଅଲ ନୁହେଁ ରିଲ୍ ଲାଇଫରେ ଏମିତି କିଛି ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିବ ବାବୁସାନ ଓ ଭୁମିକାଙ୍କୁ।</p> <p>ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଚଳଚିତ୍ର &lsquo;ହିରୋ ନଂ-୧&rsquo;। ଏଥିରେ ଅଭିନୟ କରୁଛନ୍ତି ବାବୁସାନ ଓ ଭୂମିକା। ପ୍ରଥମଥର ଭୂମିକାଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ବାବୁସାନ। ଫିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି। ପୂଜା ବଜାରରେ ଲୋକଙ୍କୁ ଏକ ସୁନ୍ଦର ଫିଲ୍ମ ଭେଟି ଦେବା ପାଇଁ ପୂରା ଦମରେ ଲାଗି ପଡିଛନ୍ତି ଏହି ଫିଲ୍ମର ନିର୍ଦ୍ଦେଶକ ତାପସ ସରଘରିଆ।</p>

Ordigital Desk
  • Published: Tuesday, 05 September 2017
  • Updated: 05 September 2017, 10:32 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଲ୍ମ ହଲରେ ବାବୁସାନ ଓ ଭୂମିକା। ଭୂମିକାଙ୍କ ହାତରେ ପପକର୍ଣ୍ଣ, ଏକ ଲୟରେ ଭୂମିକା ଚାହିଁଛନ୍ତି ପରଦା ଉପରକୁ। କିନ୍ତୁ ବାବୁସାନଙ୍କ ନଜର ହଟୁନି ଭୂମିକାଙ୍କ ଉପରୁ। ତା&rsquo;ପରେ ଦୁଇଜଣ ପରସ୍ପରକୁ କଣେଇ କଣେଇ ଚାହିଁବା ଆରମ୍ଭ କରୁଛନ୍ତି। ଏତ ଗଲା ଫିଲ୍ମ ହଲ କଥା, ସେପଟେ ଟିକେ ସମୟ ମିଳିଲେ ରାସ୍ତା କଡରେ ଚା ପିଇବାକୁ ପହଁଚି ଯ଼ାଉଛନ୍ତି ଏହି ଦୁଇ ଜଣ। ଚା ପିଉଛନ୍ତି ଓ ହସି ହସି କଥା ମଧ୍ୟ ହେଉଛନ୍ତି। ପରସ୍ପରର ଉପସ୍ଥିତିକୁ ନେଇ ବେସ୍ ଖୁସି ଏହି ଦୁଇଜଣ। ତେବେ ରିଅଲ ନୁହେଁ ରିଲ୍ ଲାଇଫରେ ଏମିତି କିଛି ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିବ ବାବୁସାନ ଓ ଭୁମିକାଙ୍କୁ।</p><p>ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଚଳଚିତ୍ର &lsquo;ହିରୋ ନଂ-୧&rsquo;। ଏଥିରେ ଅଭିନୟ କରୁଛନ୍ତି ବାବୁସାନ ଓ ଭୂମିକା। ପ୍ରଥମଥର ଭୂମିକାଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ବାବୁସାନ। ଫିଲ୍ମଟି ଦଶହରାରେ ରିଲିଜ ହେବାକୁ ଯାଉଛି। ପୂଜା ବଜାରରେ ଲୋକଙ୍କୁ ଏକ ସୁନ୍ଦର ଫିଲ୍ମ ଭେଟି ଦେବା ପାଇଁ ପୂରା ଦମରେ ଲାଗି ପଡିଛନ୍ତି ଏହି ଫିଲ୍ମର ନିର୍ଦ୍ଦେଶକ ତାପସ ସରଘରିଆ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos