‘ବାହୁବଲୀ’ଠାରୁ ଅଧିକ ଆକର୍ଷଣୀୟ ହେବ ‘ବାହୁବଲୀ-୨’

ମୁମ୍ବାଇ: ‘ବାହୁବଲୀ’ର ଅପାର ସଫଳତା ପରେ ଦର୍ଶକ ‘ବାହୁବଲୀ-୨’କୁ ଚାତକ ପରି ଅପେକ୍ଷା କରି ବସିଛନ୍ତି। ଚମତ୍କାର ସ୍ପେଶାଲ ଇଫେକ୍ଟସ୍ ପାଇଁ ‘ବାହୁବଲୀ’ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଫିଲ୍ମ ଏବଂ ସୂଚନା ଅନୁଯାୟୀ ‘ବାହୁବଲୀ-୨’ ଏହାଠାରୁ ଆହୁରି ଅଧିକ ଆକର୍ଷଣୀୟ ହେବ। ସୂଚନା ଅନୁଯାୟୀ ଏହି ଫିଲ୍ମର ସେଟ୍ ତିଆରି କରିବା ପାଇଁ ୫୦୦ରୁ ଅଧିକ କାରିଗର ଲାଗିଛନ୍ତି। ‘ବାହୁବଲୀ’ ଅପେକ୍ଷା ‘ବାହୁବଲୀ-୨’ରେ କମ୍ପ୍ୟୁଟର ଗ୍ରାଫିକ୍ସର କମ୍ ବ୍ୟବହାର କରାଯିବ। ଫିଲ୍ମକୁ ରିୟଲିଷ୍ଟିକ୍ ବନେଇବା ପାଇଁ ଏଥିରେ […]

bahubali

Rakesh Mallick
  • Published: Thursday, 04 August 2016
  • , Updated: 06 August 2016, 05:13 PM IST

ମୁମ୍ବାଇ: ‘ବାହୁବଲୀ’ର ଅପାର ସଫଳତା ପରେ ଦର୍ଶକ ‘ବାହୁବଲୀ-୨’କୁ ଚାତକ ପରି ଅପେକ୍ଷା କରି ବସିଛନ୍ତି। ଚମତ୍କାର ସ୍ପେଶାଲ ଇଫେକ୍ଟସ୍ ପାଇଁ ‘ବାହୁବଲୀ’ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଫିଲ୍ମ ଏବଂ ସୂଚନା ଅନୁଯାୟୀ ‘ବାହୁବଲୀ-୨’ ଏହାଠାରୁ ଆହୁରି ଅଧିକ ଆକର୍ଷଣୀୟ ହେବ।

ସୂଚନା ଅନୁଯାୟୀ ଏହି ଫିଲ୍ମର ସେଟ୍ ତିଆରି କରିବା ପାଇଁ ୫୦୦ରୁ ଅଧିକ କାରିଗର ଲାଗିଛନ୍ତି। ‘ବାହୁବଲୀ’ ଅପେକ୍ଷା ‘ବାହୁବଲୀ-୨’ରେ କମ୍ପ୍ୟୁଟର ଗ୍ରାଫିକ୍ସର କମ୍ ବ୍ୟବହାର କରାଯିବ। ଫିଲ୍ମକୁ ରିୟଲିଷ୍ଟିକ୍ ବନେଇବା ପାଇଁ ଏଥିରେ ଅସଲି ଭଳି ଲାଗୁଥିବା ସେଟ୍ ପ୍ରୋପ୍ସ ଓ ଡମୀର ବ୍ୟବହାର କରାଯିବ।

ମନେ ହେଉଛି ଯେ ଏହି ଫିଲ୍ମ ସହ ଏକ ନୂଆ ରେକର୍ଡ ସ୍ଥାପିତ ହେବ ଏବଂ ଏଥିପାଇଁ ଫିଲ୍ମର ପୂରା ଟିମ୍ ଖୁବ୍ ପରିଶ୍ରମ କରୁଛି। ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି,‘ବାହୁବଲୀ-୨’ରେ ନୂଆ କୌଶଳ ବ୍ୟବହାର କରାଯାଇଛି ଯାହା ଦେଖିଲେ ଅସଲି ଲାଗୁଛି। ଫିଲ୍ମଟିକୁ ଦେଖିବା ସମୟରେ ଦର୍ଶକମାନଙ୍କୁ ଜଣାପଡ଼ିବ ନାହିଁ ଯେ ସ୍କ୍ରିନ୍‌ରେ ଦେଖାଯାଇଥିବା ଜିନିଷ ଅସଲି ନା ନକଲି।

ଏପ୍ରିଲ ୨୮ରେ ରିଲିଜ୍‌ ହେବ ଏହି ଫିଲ୍ମ।

Related story