୮ ବର୍ଷ ପରେ ଶେଷ ହେବ ‘ବାଲିକା ବଧୂ’

ମୁମ୍ବାଇ: ୨୦୦୮ରେ ଆରମ୍ଭ ହୋଇଥିବା କଲର୍ସ ଚ୍ୟାନେଲର ଲୋକପ୍ରିୟ ସିରିୟଲ ‘ବାଲିକା ବଧୂ’ ଏବେ ଶେଷ ହେବାକୁ ଯାଉଛି। ନିକଟରେ ଏହି ସିରିୟଲର କଳାକାରମାନେ ଶେଷ ଦିନ ସୁଟିଂର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ରବିବାର ରାତିରେ ‘ବାଲିକା ବଧୂ’ର ଟିମ୍‌ ସଦସ୍ୟ ମାନେ ‘ରାପ୍-ଅପ୍‌’ ପାର୍ଟି ଉପଭୋଗ କରିଥିଲେ। ଶଶାଙ୍କ ବ୍ୟାସ, ତୋରଲ ରାସପୁତ୍ର, ଅନୁପ ସୋନୀ, ସ୍ମିତା ବଂସଲ, ଅଭିନାଶ ମୁଖାର୍ଜୀ, ସୁରେଖା ସିକ୍ରୀ ସମେତ ଅନ୍ୟ କଳାକାରମାନେ ପାର୍ଟିରେ ସାମିଲ ହୋଇଥିଲେ। […]

balika-badhu

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 10:21 PM IST

ମୁମ୍ବାଇ: ୨୦୦୮ରେ ଆରମ୍ଭ ହୋଇଥିବା କଲର୍ସ ଚ୍ୟାନେଲର ଲୋକପ୍ରିୟ ସିରିୟଲ ‘ବାଲିକା ବଧୂ’ ଏବେ ଶେଷ ହେବାକୁ ଯାଉଛି। ନିକଟରେ ଏହି ସିରିୟଲର କଳାକାରମାନେ ଶେଷ ଦିନ ସୁଟିଂର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ରବିବାର ରାତିରେ ‘ବାଲିକା ବଧୂ’ର ଟିମ୍‌ ସଦସ୍ୟ ମାନେ ‘ରାପ୍-ଅପ୍‌’ ପାର୍ଟି ଉପଭୋଗ କରିଥିଲେ। ଶଶାଙ୍କ ବ୍ୟାସ, ତୋରଲ ରାସପୁତ୍ର, ଅନୁପ ସୋନୀ, ସ୍ମିତା ବଂସଲ, ଅଭିନାଶ ମୁଖାର୍ଜୀ, ସୁରେଖା ସିକ୍ରୀ ସମେତ ଅନ୍ୟ କଳାକାରମାନେ ପାର୍ଟିରେ ସାମିଲ ହୋଇଥିଲେ।

ଗତ ୮ ବର୍ଷ ହେଲା ‘ବାଲିକା ବଧୂ’ ଦର୍ଶକଙ୍କର ମନୋରଞ୍ଜନ କରିଆସୁଥିଲା। କିନ୍ତୁ ସିରିୟଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥବା କଳାକାରମାନଙ୍କର ଅଦଳ ବଦଳ ହେବା ପରେ ସୋ’ର ଟିଆରପି ଖସିଯାଇଥିଲା। ଏହି କାରଣରୁ ସିରିୟଲଟି ବନ୍ଦ ହେବାକୁ ଯାଉଛି। ଗତ ଶନିବାର ଦିନ ଟିମ୍‌ ଏହାର ଶେଷ ଅଧ୍ୟାୟର ସୁଟିଂ କରିଥିଲେ। ସୋ’ର ସିଜିନ୍-୨ର ମୁଖ୍ୟ ଷ୍ଟାର ମାହୀ ବିଜ ଏବଂ ରୁସ୍ଲାନ ମୁମତାଜ ମିଶି ଟିମ୍‌ ସହିତ କେକ୍ କାଟି ସୋ’କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

Related story