ବାର୍ ବାର୍ ଦେଖୋ’ର ଗୀତ ‘କାଲା ଚଷମା’କୁ ଦେଖିଲେ ପାଞ୍ଚ କୋଟି ଦର୍ଶକ 

ମୁମ୍ବାଇ: ‘କପୁର ଆଣ୍ଡ୍ ସନ୍ସ’ର ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରାଙ୍କର ଅପକମିଂ ଫିଲ୍ମ ‘ବାର୍ ବାର୍ ଦେଖୋ’ର ଏକ ଗୀତ ‘କାଲା ଚଷମା’କୁ ୟୁଟ୍ୟୁବ୍‌ରେ ପାଞ୍ଚ କୋଟି ଦର୍ଶକ ଦେଖି ସାରିଲେଣି ବୋଲି ଫିଲ୍ମ ନିର୍ମାତା କରଣ ଜୋହର ଟ୍ୱିଟ କରିଛନ୍ତି। ସେ କହିଛନ୍ତି,“କାଲା ଚଷମା ଏବେ ମାର୍କେଟରେ ଧୁମ ମଚାଉଛି। ଏହି ଗୀତ ୧୯୯୦ର ହିଟ୍ ପଞ୍ଜାବୀ ଗୀତ ‘ତେନୁ କାଲା ଚଷମା ଜଂଚତା ୱେ’ର ହିନ୍ଦୀ ଭର୍ସନ।” ଏହି ଗୀତକୁ ୨୬ ଜୁଲାଇରେ ୟୁଟ୍ୟୁବରେ ପୋଷ୍ଟ୍  […]

kala-chashma_

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 03:10 PM IST

ମୁମ୍ବାଇ: ‘କପୁର ଆଣ୍ଡ୍ ସନ୍ସ’ର ଆକ୍ଟର ସିଦ୍ଧାର୍ଥ ମାଲହୋତ୍ରାଙ୍କର ଅପକମିଂ ଫିଲ୍ମ ‘ବାର୍ ବାର୍ ଦେଖୋ’ର ଏକ ଗୀତ ‘କାଲା ଚଷମା’କୁ ୟୁଟ୍ୟୁବ୍‌ରେ ପାଞ୍ଚ କୋଟି ଦର୍ଶକ ଦେଖି ସାରିଲେଣି ବୋଲି ଫିଲ୍ମ ନିର୍ମାତା କରଣ ଜୋହର ଟ୍ୱିଟ କରିଛନ୍ତି।

ସେ କହିଛନ୍ତି,“କାଲା ଚଷମା ଏବେ ମାର୍କେଟରେ ଧୁମ ମଚାଉଛି। ଏହି ଗୀତ ୧୯୯୦ର ହିଟ୍ ପଞ୍ଜାବୀ ଗୀତ ‘ତେନୁ କାଲା ଚଷମା ଜଂଚତା ୱେ’ର ହିନ୍ଦୀ ଭର୍ସନ।”

ଏହି ଗୀତକୁ ୨୬ ଜୁଲାଇରେ ୟୁଟ୍ୟୁବରେ ପୋଷ୍ଟ୍  କରାଯାଇଥିଲା। ଏଥିରେ ବଲିଉଡ୍ ଅଭିନେତା ସିଦ୍ଧାର୍ଥଙ୍କ ସହ ଚୁଲବୁଲି ନାୟିକା କଟ୍ରିନା କୈଫ୍‌ଙ୍କ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିତ୍ୟା ମେହରା। ନିର୍ଦ୍ଦେଶକ ଭାବେ ଏହା ତାଙ୍କର ଡେବ୍ୟୁ ଫିଲ୍ମ। ଏହା ପୂର୍ବରୁ ସେ “ଲକ୍ଷ୍ୟ” ଓ “ଡନ୍”ରେ ଫରହାନ୍ ଅଖତରଙ୍କ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ।

Related story