ବିବାହ ବନ୍ଧନରେ ବାନ୍ଧି ହେଲେ ସାହିଦ ଓ ମୀରା

ନୂଆଦିଲ୍ଲୀ: ରିଲ ଲାଇଫରେ ନୁହେଁ ଏବେ ରିୟଲ ଲାଇଫରେ ବିବାହ କରୁଛନ୍ତି ବଲିଉଡ ହଙ୍କ। ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଚକଲେଟ ବୟ ସାହିଦ କାପୁର। ଦିଲ୍ଲୀର ମୀରା ରାଜପୁତଙ୍କୁ କରିଛନ୍ତି ଲାଇଫ ପାର୍ଟନର।  ଦିଲ୍ଲୀରେ ଖୁବ ଧୂମଧାମରେ ଆଯୋଜନ ହୋଇଛି ବିବାହ ଉତ୍ସବ। ଅଗ୍ନିକୁ ସାକ୍ଷୀ ରଖି ଜନ୍ମ ଜନ୍ମର ସାଥି ହୋଇଛନ୍ତି ସାହିଦ ଓ ମୀରା।  ଉଭୟ ପରିବାରର ସହମତିରେ ଆୟୋଜନ ହେଇଛି ସାହିଦ ଓ ମୀରାଙ୍କ ଏହି ମ୍ୟାରେଜ।

sahid-2

Rakesh Mallick
  • Published: Tuesday, 07 July 2015
  • , Updated: 07 July 2015, 02:44 PM IST

ନୂଆଦିଲ୍ଲୀ: ରିଲ ଲାଇଫରେ ନୁହେଁ ଏବେ ରିୟଲ ଲାଇଫରେ ବିବାହ କରୁଛନ୍ତି ବଲିଉଡ ହଙ୍କ। ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଚକଲେଟ ବୟ ସାହିଦ କାପୁର। ଦିଲ୍ଲୀର ମୀରା ରାଜପୁତଙ୍କୁ କରିଛନ୍ତି ଲାଇଫ ପାର୍ଟନର।  ଦିଲ୍ଲୀରେ ଖୁବ ଧୂମଧାମରେ ଆଯୋଜନ ହୋଇଛି ବିବାହ ଉତ୍ସବ। ଅଗ୍ନିକୁ ସାକ୍ଷୀ ରଖି ଜନ୍ମ ଜନ୍ମର ସାଥି ହୋଇଛନ୍ତି ସାହିଦ ଓ ମୀରା।  ଉଭୟ ପରିବାରର ସହମତିରେ ଆୟୋଜନ ହେଇଛି ସାହିଦ ଓ ମୀରାଙ୍କ ଏହି ମ୍ୟାରେଜ।

ଦିଲ୍ଲୀର ଗୁଡଗାଓଁ ହେଟେଲରେ ଆଯୋଜନ ହୋଇଛି ସାହିଦଙ୍କ ଏଇ ଗ୍ରାଣ୍ଡ ମ୍ୟାରେଜ। ତେବେ ସବୁଠାରୁ ବଡକଥା ହେଉଛି ବଲିଉଡର କୌଣସି ହିରୋଇନଙ୍କ ସହ ନୁହେଁ ବଂର ସାହିଦଙ୍କ କିସମତ କନେକସନ ହେଇଛି ଦୀଲ୍ଲି କି କୁଡି ମୀରା ରାଜପୁତଙ୍କ ସହ। ସଂଗୀତରେ ଖୁବ ଝୁମିଥିଲେ ସାହିଦ ଓ ମୀରା। । ଖାଲି ସେତିକି ନୁହେଁ  ସାହିଦଙ୍କ ମ୍ୟାରେଜ ପାଇଁ ହୋଇଛି ଖାସ ଆରେଞ୍ଜମେଣ୍ଟ। କେବଳ ଉଭୟ ପରିବାରର ସଦସ୍ୟଙ୍କ ସହ  କିଛି ନିୟର ଆଣ୍ଡ ଡିୟରଙ୍କୁ ଦେଖିବାକୁ ମିଳିବ ସାହିଦଙ୍କ ଏହି ବିବାହ ଉତ୍ସବରେ। ସମ୍ପୁର୍ଣ୍ଣ ପାରମ୍ପାରିକ ଢଙ୍ଗରେ ହୋଇଛି ସାହିଦଙ୍କ ବାହାଘର। ଅତିଥିଙ୍କ ପାଇଁ ପାନ ସହ ଭେଜିଟେରିଆନ ଖାଦ୍ୟର ବ୍ୟବସ୍ଥା ହେଇଛି। ଜୁଲାଇ ୧୨ରେ ହେବ ସାହଦଙ୍କ ରିସେପସନ।

ସୂଚନାଯୋଗ୍ୟ ଯେ, ଗଲା କିଛିଦିନ ହେବ ସାହିଦ ଓ ମୀରଙ୍କ ରିଲେସନକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏହି ଦୁହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

Related story