ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ସୋଫୀ ଚୌଧରୀ  

ମୁମ୍ବାଇ: କଣ୍ଠଶିଳ୍ପୀ ସୋଫୀ ଚୌଧରୀ  ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୋଫୀ  ଇନଷ୍ଟାଗ୍ରାମରେ ତାଙ୍କର ଭାବି ସ୍ୱାମୀ ଓ  ତାଙ୍କର ଫଟୋ ସେୟାର କରିଛନ୍ତି। କିନ୍ତୁ ଏଥିରେ ସୋଫୀ ଓ ତାଙ୍କ ଭାବି ସ୍ୱାମୀଙ୍କ ଫୁଲ  ଫଟୋ ଦେଖିବାକୁ ମିଳୁନାହିଁ। ଫଟୋ ସେୟାର କରିବା ସହିତ ସୋଫୀ କହିଛନ୍ତି, “ଅପେକ୍ଷା କରିହେବ ନାହିଁ।” ସୋଫୀଙ୍କ ବିବାହ ପାଇଁ ବଲିଉଡ୍‌ ଷ୍ଟାର ଓ ତାଙ୍କ ବନ୍ଧୁମାନଙ୍କ ଶୁଭେଚ୍ଛା ଆସିବା ଆରମ୍ଭ  ହୋଇ ଗଲାଣି। ବଲିଉଡ୍‌ […]

sophie_chaudhary

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 03:49 PM IST

ମୁମ୍ବାଇ: କଣ୍ଠଶିଳ୍ପୀ ସୋଫୀ ଚୌଧରୀ  ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୋଫୀ  ଇନଷ୍ଟାଗ୍ରାମରେ ତାଙ୍କର ଭାବି ସ୍ୱାମୀ ଓ  ତାଙ୍କର ଫଟୋ ସେୟାର କରିଛନ୍ତି। କିନ୍ତୁ ଏଥିରେ ସୋଫୀ ଓ ତାଙ୍କ ଭାବି ସ୍ୱାମୀଙ୍କ ଫୁଲ  ଫଟୋ ଦେଖିବାକୁ ମିଳୁନାହିଁ।

ଫଟୋ ସେୟାର କରିବା ସହିତ ସୋଫୀ କହିଛନ୍ତି, “ଅପେକ୍ଷା କରିହେବ ନାହିଁ।”

ସୋଫୀଙ୍କ ବିବାହ ପାଇଁ ବଲିଉଡ୍‌ ଷ୍ଟାର ଓ ତାଙ୍କ ବନ୍ଧୁମାନଙ୍କ ଶୁଭେଚ୍ଛା ଆସିବା ଆରମ୍ଭ  ହୋଇ ଗଲାଣି।

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ସୋଫୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିପାଶା ବସୁ ଟ୍ୱିଟ୍ କରି କହିଛନ୍ତି, “ସୋଫୀ ତୁମ ବିବାହ ପାଇଁ  ମୁଁ ଖୁସି ଅଛି।  ତୁମ ବିବାହକୁ ଅପେକ୍ଷା କରୁଛି।”

ସେହିପରି ନେହା ଧୁପିଆ ମଧ୍ୟ ସୋଫୀଙ୍କୁ ବିବାହ ପାଇଁ  ଶୁଭେଚ୍ଛା ଜଣାଇଛନ୍ତି।

Related story