ବିଗ୍‌ ବସ୍‌ ଓଟିଟି: ଜାଣନ୍ତୁ ସପ୍ତାହ ପିଛା କେତେ ଚାର୍ଜ କରୁଛନ୍ତି ପ୍ରତିଯୋଗୀ

ମୁମ୍ବାଇ: ଚଳିତ ବର୍ଷ ଓଟିଟି ପ୍ଲାଟଫର୍ମରେ ପାଦ ଦେଇଥିବା ‘ବିଗ୍‌ ବସ୍‌’ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ସହ ବହୁ କଣ୍ଟ୍ରୋଭର୍ସି ଭିତରକୁ ମଧ୍ୟ ଠେଲି ହୋଇଯାଉଛି।  ସବୁଥର କିଛି ନା କିଛି ନୂଆ ଏକ୍ସପେରିମେଣ୍ଟ କରୁଥିବା ଏହି ଶୋ’ର ମେକର୍ସ ଏଥର କରନ ଜୋହରଙ୍କୁ ହୋଷ୍ଟ ସଜାଇଛନ୍ତି। ଭିଣୋଇ ଜେଲ୍‌ରେ ଥିବା ବେଳେ ଏଥର ବିଗ୍‌ ବସ୍‌ରେ ଏଣ୍ଟ୍ରି କରି ହଟ୍‌ ଗସିପ୍‌ ପାଲଟିଛନ୍ତି ସମିତା ଶେଟ୍ଟି। ଶୋ’ର ହୋଷ୍ଟ କରନ ଜୋହରଙ୍କ ଗୁଡ୍‌ ବୁକ୍‌ରେ […]

big-boss contestant

Niharika Rout
  • Published: Saturday, 28 August 2021
  • , Updated: 28 August 2021, 12:54 PM IST

ମୁମ୍ବାଇ: ଚଳିତ ବର୍ଷ ଓଟିଟି ପ୍ଲାଟଫର୍ମରେ ପାଦ ଦେଇଥିବା ‘ବିଗ୍‌ ବସ୍‌’ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ସହ ବହୁ କଣ୍ଟ୍ରୋଭର୍ସି ଭିତରକୁ ମଧ୍ୟ ଠେଲି ହୋଇଯାଉଛି।  ସବୁଥର କିଛି ନା କିଛି ନୂଆ ଏକ୍ସପେରିମେଣ୍ଟ କରୁଥିବା ଏହି ଶୋ’ର ମେକର୍ସ ଏଥର କରନ ଜୋହରଙ୍କୁ ହୋଷ୍ଟ ସଜାଇଛନ୍ତି।

ଭିଣୋଇ ଜେଲ୍‌ରେ ଥିବା ବେଳେ ଏଥର ବିଗ୍‌ ବସ୍‌ରେ ଏଣ୍ଟ୍ରି କରି ହଟ୍‌ ଗସିପ୍‌ ପାଲଟିଛନ୍ତି ସମିତା ଶେଟ୍ଟି। ଶୋ’ର ହୋଷ୍ଟ କରନ ଜୋହରଙ୍କ ଗୁଡ୍‌ ବୁକ୍‌ରେ ଥିବା ସମିତାଙ୍କୁ ସବୁଠୁ ଅଧିକ ପ୍ରାଇସ୍‌ ଦିଆଯାଉଥିବା ଚର୍ଚ୍ଚା ଜୋର ଧରିଛି। ହେଲେ ଏକ ମିଡିଆ ରିପୋର୍ଟ ଅନୁଯାୟୀ, ବିଗ୍‌ ବସ୍‌ ହାଉସ୍‌ରେ ସମିତାଙ୍କଠାରୁ ବି ଅଧିକ ପ୍ରାଇସ୍‌ ଚାର୍ଜ କରୁଥିବା ଅଭିନେତ୍ରୀ ଅଛନ୍ତି।

“ସମୟ ଭଲ ଥାଉ କି ମନ୍ଦ, ଯଦି ଆମେ ନିଶ୍ୱାସ ନେବା ଛାଡ଼ୁ ନାହୁଁ, ତା ହେଲେ କାମ କାହିଁକି ଛାଡ଼ିବା।  ମୁଁ ଥରେ କମିଟମେଣ୍ଟ କରିଦେଲେ ନିଜ କଥା ବି ଶୁଣେନି। ” ବିଗ୍‌ବସ୍‌ର ଓଟିଟି ପ୍ଲାଟଫର୍ମରେ ଧମାକେଦାର ଏଣ୍ଟ୍ରି କରିବା ପରେ ଶୋ'ର ହୋଷ୍ଟ କରନ ଜୋହରଙ୍କୁ ଏପରି କିଛି ଦମଦାର ରିପ୍ଲାଏ ଦେଇଥିଲେ ଶିଳ୍ପାଙ୍କ ଭଉଣୀ ସମିତା।  ତେଣୁ ସମିତା ହିଁ ଚଳିତ ସିଜିନ୍‌ର ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ ବୋଲି ଆରମ୍ଭ ହୋଇଯାଇଥିଲା ଗସିପ୍‌ ।

ହେଲେ ବାସ୍ତବରେ ବିଗ୍‌ ବସ୍‌ ଓଟିଟିରେ ହାଇଏଷ୍ଟ ପ୍ରାଇସ୍‌ ନେବା ତାଲିକାରେ ତାଙ୍କ ନମ୍ବର ଦ୍ୱିତୀୟ। ସପ୍ତାହକୁ ସେ ୩.୭୫ ଲକ୍ଷ ଟଙ୍କା ଚାର୍ଜ କରୁଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ‘ବୋହୂ ହମାରୀ ରଜନୀକାନ୍ତ’ ଫେମ୍‌ ରିଧିମା ପଣ୍ଡିତ ସବୁଠୁ ଅଧିକ ପାଉଣା ପାଉଛନ୍ତି। ସପ୍ତାହକୁ ସେ ୫ ଲକ୍ଷ ଟଙ୍କା ନେଉଛନ୍ତି। ହେଲେ ସେ ଏବେ ଶୋ’ରୁ ବାହାରି ସାରିଛନ୍ତି।

ଏହି ସିଜିନ୍‌ରେ ପ୍ରଥମରୁ ଏଲିମିନେଟ ହୋଇଥିବା ଉର୍ଫି ଜାଭେଦ ସପ୍ତାହକୁ ୨.୭୫ ଲକ୍ଷ ଚାର୍ଜ କରୁଥିଲେ। ଏହାବାଦ ଭୋଜପୁରୀ ଫିଲ୍ମର ଟପ୍‌ ଅଭିନେତ୍ରୀ ଅକ୍ଷରା ସିଂ ପ୍ରତି ସପ୍ତାହରେ ୧.୭୫ ଲକ୍ଷ ନେଉଛନ୍ତି।

ଚଳିତ ସିଜିନ୍‌ର ସବୁଠୁ ଚର୍ଚ୍ଚିତ ପ୍ରତିଯୋଗୀ ଦିବ୍ୟା ଅଗ୍ରୱାଲ ସପ୍ତାହ ପିଛା ୨ ଲକ୍ଷ ଟଙ୍କା ନେଉଛନ୍ତି। ସେହିପରି  ପପ୍‌ ଓ ପଞ୍ଜାବୀ ସଙ୍ଗୀତରେ ବେଶ୍ ପରିଚୟ ପାଇଥିବା ସିଙ୍ଗର ନେହା ଭସିନ୍‌ ମଧ୍ୟ ବିଗ୍‌ ବସ୍‌ରୁ ପ୍ରତି ସପ୍ତାହରେ ୨ ଲକ୍ଷ ଟଙ୍କା ନେଉଛନ୍ତି।

Related story