ଏଥର ଓଟିଟି ପ୍ଲାଟଫର୍ମକୁ ଫୁଲ୍‌ ଆକ୍ସନ୍‌ରେ ଆସିବ ‘ବିଗ୍‌ ବସ୍‌’

ମୁମ୍ବାଇ: ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦେବାକୁ ଖୁବଶୀଘ୍ର ଆସୁଛି ଛୋଟ ପରଦାର ଅନ୍ୟତମ ଲୋକପ୍ରିୟ ରିଆଲିଟି  ଶୋ’ ‘ବିଗ୍‌ ବସ୍‌ ସିଜିନ୍‌ ୧୫’। ସବୁଥର କିଛି ନା କିଛି ନୂଆ ଏକ୍ସପେରିମେଣ୍ଟ କରିଥିବା ଏହି ଶୋ’ର ମେକର୍ସ ଏଥର ବି କିଛି ନୂଆ ଟ୍ରାଏ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ଏଥର ଶୋ’ରେ ବଡ଼ ଓ ସଫଳ କଳାକାରଙ୍କୁ ସାମିଲ କରିବାକୁ ଯୋଜନା ଆରମ୍ଭ କରାଯାଇଛି।  ସେହିପରି ଏବେ ପ୍ରାୟ ସବୁ ଶୋ’ ମେକର୍ସ ଓଟିଟି […]

Big Boss

Niharika Rout
  • Published: Friday, 18 June 2021
  • , Updated: 18 June 2021, 02:08 PM IST

ମୁମ୍ବାଇ: ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦେବାକୁ ଖୁବଶୀଘ୍ର ଆସୁଛି ଛୋଟ ପରଦାର ଅନ୍ୟତମ ଲୋକପ୍ରିୟ ରିଆଲିଟି  ଶୋ’ ‘ବିଗ୍‌ ବସ୍‌ ସିଜିନ୍‌ ୧୫’। ସବୁଥର କିଛି ନା କିଛି ନୂଆ ଏକ୍ସପେରିମେଣ୍ଟ କରିଥିବା ଏହି ଶୋ’ର ମେକର୍ସ ଏଥର ବି କିଛି ନୂଆ ଟ୍ରାଏ କରିବାକୁ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି।

ଏଥର ଶୋ’ରେ ବଡ଼ ଓ ସଫଳ କଳାକାରଙ୍କୁ ସାମିଲ କରିବାକୁ ଯୋଜନା ଆରମ୍ଭ କରାଯାଇଛି।  ସେହିପରି ଏବେ ପ୍ରାୟ ସବୁ ଶୋ’ ମେକର୍ସ ଓଟିଟି ପ୍ଲାଟଫର୍ମରେ ନିଜ ଭାଗ୍ୟ ପରଖୁ ଥିବା ବେଳେ ‘ବିଗ୍‌ ବସ୍‌’ର ନିର୍ମାତା ମଧ୍ୟ ଏଥିରେ ସାମିଲ ହେବାକୁ ଯୋଜନା କରୁଛନ୍ତି। ‘ବିଗ ବସ’ର ଚଳିତ ସିଜନକୁ ଓଟିଟି ପ୍ଲାଟଫର୍ମରେ ଆଣିବାକୁ ବିଚାର କରାଯାଉଛି। ପରେ ଏହାକୁ ଛୋଟ ପରଦାରେ ଅନ୍‌ ଏୟାର କରାଯିବ।

ଓଟିଟିରେ ରିଲିଜ ହେବା ସମୟରେ ଏହି ଶୋ’ରେ ୧୨ ପ୍ରତିଯୋଗୀ ରହିବେ l କିନ୍ତୁ ଟିଭି ପରଦାକୁ ଆସିଲା ବେଳକୁ ଏହି ସଂଖ୍ୟା ୪ରେ ପହଞ୍ଚି ସାରିଥିବ l ଅର୍ଥାତ ଓଟିଟିରେ ହିଁ ବହୁ ପ୍ରତିଯୋଗୀଙ୍କୁ ବାହାର ରାସ୍ତା ଦେଖାଇ ଦିଆଯିବ। ଅବଶିଷ୍ଟ ୪ ଜଣ ଛୋଟ ପରଦାରେ ଫୁଲ ଆକ୍ସନ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରିବେ।

ସୂଚନାଯୋଗ୍ୟ, ବିଗ ବସ୍-୧୪ରେ ଟେଲି ଭିଜନ ଦୁନିଆର ଛୋଟି ବୋହୂ ବାଜି ମାରିନେଇଥିଲେ । ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ ହାତେଇଲେ ରୁବିନା ଦିଲୈକ। ବିଜେତା ରୂପେ ରୁବିନାଙ୍କୁ ବିଗ୍‌ ବସ୍ ଟ୍ରଫି ସହ ନଗଦ ୩୬ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା।

ବିଗ୍‌ ବସ୍‌ର ପୂର୍ବ ଦୁଇଟି ସିଜିନ୍‌ରେ ନିର୍ମାତା ଖୁବ୍‌ ଏକ୍ସପରିମେଣ୍ଟ କରିଥିବା ବେଳେ ଏହା ଦର୍ଶକଙ୍କୁ ସେପରି ଆକର୍ଷିତ କରିପାରିନଥିଲା। ତେଣୁ ନୂଆ ରୂପରେ ଆସିବାକୁ ଥିବା ଚଳିତ ସିଜିନ ଦର୍ଶକଙ୍କୁ କେତେ ଟାଣି ପାରୁଛି, ତାହା ସମୟ ହିଁ କହିବ।

 

Related story