ବିଗ୍‌ବସ୍‌ ହାଉସ୍‌ରୁ ଆଜି ବିଦା ହେବେ ଦୀପକଙ୍କ ଯୋଡ଼ି ସୋମି ଖାନ୍ !

ମୁମ୍ୱାଇ: ଆସନ୍ତା ୩୦ତାରିଖରେ ବିଗ୍‌ବସ୍‌-୧୨ର ଫାଇନାଲ୍ ସପ୍ତାହ ହେବାକୁ ଯାଉଛି। ତେବେ ବିଗ୍‌ବସ୍‌ ହାଉସ୍‌ ଶୋ’ର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠଛି। ବିଗବସ୍‌ର ଜଣେ ପ୍ରତିଯୋଗି ରୋମିଲ୍‌ ଚୌଧୁରୀ ଏହି ଶୋ’ରେ ତୁଷ୍ଟୀକରଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ଆଜି ରାତି ‘ୱିକେଣ୍ଡ୍‌ କି ବାର୍‌’ରେ ସୋମି ଖାନ୍ ଘରୁ ବାହାର ହେବାକୁ ଯାଉଛନ୍ତି। ଆପଣ ସମସ୍ତଙ୍କୁ ଜଣାଥିବା ଭୋଜପୁରୀ ଗାୟକ ଦୀପକ ଠାକୁର ସୋମି ଖାନ୍‌ଙ୍କୁ ଅଧିକ ପସନ୍ଦ କରିଥାନ୍ତି। ପୂର୍ବରୁ ସେ ସୋମିଙ୍କୁ […]

somi1

somi1

Tapas Behera
  • Published: Sunday, 23 December 2018
  • Updated: 23 December 2018, 10:45 AM IST

ମୁମ୍ୱାଇ: ଆସନ୍ତା ୩୦ତାରିଖରେ ବିଗ୍‌ବସ୍‌-୧୨ର ଫାଇନାଲ୍ ସପ୍ତାହ ହେବାକୁ ଯାଉଛି। ତେବେ ବିଗ୍‌ବସ୍‌ ହାଉସ୍‌ ଶୋ’ର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠଛି। ବିଗବସ୍‌ର ଜଣେ ପ୍ରତିଯୋଗି ରୋମିଲ୍‌ ଚୌଧୁରୀ ଏହି ଶୋ’ରେ ତୁଷ୍ଟୀକରଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ଆଜି ରାତି ‘ୱିକେଣ୍ଡ୍‌ କି ବାର୍‌’ରେ ସୋମି ଖାନ୍ ଘରୁ ବାହାର ହେବାକୁ ଯାଉଛନ୍ତି। ଆପଣ ସମସ୍ତଙ୍କୁ ଜଣାଥିବା ଭୋଜପୁରୀ ଗାୟକ ଦୀପକ ଠାକୁର ସୋମି ଖାନ୍‌ଙ୍କୁ ଅଧିକ ପସନ୍ଦ କରିଥାନ୍ତି। ପୂର୍ବରୁ ସେ ସୋମିଙ୍କୁ ସମସ୍ତଙ୍କ ସାମ୍ନାରେ ପ୍ରପୋଜ୍‌ ମଧ୍ୟ କରି ସାରିଛନ୍ତି। ତାଙ୍କୁ ଏପରି ଝିଅ ପସନ୍ଦ ବୋଲି ମଧ୍ୟ କହିଛନ୍ତି। ଆଜି ଯଦି ସୋମି ହାଉସ୍‌ରୁ ବାହାରି ଯାଉଛନ୍ତି, ତେବେ ଦୀପକ ବିଗ୍‌ବସ୍‌ ହାଉସ୍‌ରେ ଏକା ରହିଯିବେ।

କିନ୍ତୁ ସୋମି ଦୀପକଙ୍କୁ ସଫା କହିଛନ୍ତି ଯେ, ସେ ଯେଉଁ ପୁଅ ଖୋଜୁଛନ୍ତି, ଦୀପକ ସେପରି ନୁହଁନ୍ତି। ତଥାପି ମଧ୍ୟ ଦୀପକ ସୋମିକୁ ଅଧିକ ପସନ୍ଦ କରୁଥିବା ସବୁବେଳେ ଦେଖିବାକୁ ମିଳିଥାଏ। କିନ୍ତୁ ଯଦି ସୋମି ହାଉସ୍‌ରୁ ବାହାରୁଛନ୍ତି, ତେବେ ଦୀପକଙ୍କର ଅବସ୍ଥା କ’ଣ ହେବ ତାହା, ଦେଖିବାକୁ ଫ୍ୟାନ୍‌ମାନେ ଅପେକ୍ଷା କରି ରହିଛନ୍ତି।

‘ଦ ଖବରୀ’ର ସୂଚନା ଅନୁସାରେ, ସୋମୀ ଖାନ୍‌ ଆଜି ହାଉସ୍‌ରୁ ବାହାରିବାକୁ ଯାଉଛନ୍ତି। ‘ଦ ଖବରୀ’ ବିଗ୍‌ବସ୍‌ର ସମସ୍ତ ସିକ୍ରେଟ୍‌ ସୂଚନା ଲୋକମାନଙ୍କ ପାଖରେ ପହଞ୍ଚାଇବାର କାର୍ଯ୍ୟ କରିଥାଏ। ବର୍ତ୍ତମାନ ଦୀପକ ବିଗ୍‌ବସ୍‌ ହାଉସ୍‌ର ଜେଲ୍‌ରେ ରହିଛନ୍ତି। ତାଙ୍କ ସହିତ ସୁରଭି ରାଣା ଓ କରନ୍‌ବୀର୍‌ ବୋରା ମଧ୍ୟ ଅଛନ୍ତି। ଯଦି ଆଜି ‘ୱିକେଣ୍ଡ୍‌ କି ବାର୍‌’ରେ ସୋମି ଖାନ୍ ଶୋ’ରୁ ବାଦ୍‌ ପଡ଼ୁଛନ୍ତି, ତେବେ କରନ୍‌ବୀର୍‌, ଦୀପିକା, ଶ୍ରୀସନ୍ଥ, ରୋମିଲ୍‌, ସୁରଭି ଓ ଦୀପକ ହିଁ ବାକି ରହିବେ।

ଏହି ୬ଜଣଙ୍କ ମଧ୍ୟରେ ଟପ୍‌-୫ର ଲଢ଼େଇ ହେବାକୁ ଯାଉଛି। ଏହା ପୂର୍ବରୁ ସୁରଭି ରାଣା ‘ଟିକେଟ୍‌ ଟୁ ଫାଇନାଲିଷ୍ଟ୍‌’ ର ଟିକେଟ୍‌ ହାସଲ୍‌ କରି ସାରିଛନ୍ତି।
ଆଜି ୱିକେଣ୍ଡ୍‌ କି ବାର୍‌ରେ ଆପଣ ଫିଲ୍ମ  ‘ସାମ୍ୱା’ର ପ୍ରମୋସନ୍ ପାଇଁ ଆସିଥିବା ରଣବୀର୍ ସିଂହ, ସାରା ଅଲ୍ଲୀ ଖାନ୍ ଓ ରୋହିତ୍ ସେଟ୍ଟିଙ୍କୁ ଦେଖିବାକୁ ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos