ଭାଇରାଲ୍ ହେଉଛି ‘ବିଗ୍‌ବସ୍‌-୧୩’ ହାଉସ୍‌ର ଫଟୋ

ମୁମ୍ବାଇ: ଟେଲିଭିଜନ୍‌ର ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ର ନୂଆ ସିଜିନ୍ (ବିଗ୍‌ବସ୍‌-୧୩) ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ। ଏଥର ମଧ୍ୟ ଏହି ଶୋ’କୁ ସୁପର୍‌ଷ୍ଟାର୍ ସଲମାନ୍‌ ଖାନ୍‌ ହିଁ ହୋଷ୍ଟ୍‌ କରିବେ। ଚଳିତ ବର୍ଷ ବିଗ୍‌ବସ୍-ହାଉସ୍‌ର ସେଟ୍‌ ମୁମ୍ବାଇର ଫିଲ୍ମସିଟିରେ ତିଆରି ହୋଇଛି। ଆଉ ଏହାର କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ସବୁଥର ପରି ଏଥର ମଧ୍ୟ ‘ବିବି ହାଉସ୍‌’ ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ପୂର୍ବଥର ଏହି ସେଟ୍‌ ଲୋନାୱାଲାରେ […]

bb-13 house

bb-13 house

Chinmayee Roy
  • Published: Monday, 23 September 2019
  • Updated: 23 September 2019, 01:52 PM IST

Sports

Latest News

ମୁମ୍ବାଇ: ଟେଲିଭିଜନ୍‌ର ଅନ୍ୟତମ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ର ନୂଆ ସିଜିନ୍ (ବିଗ୍‌ବସ୍‌-୧୩) ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ। ଏଥର ମଧ୍ୟ ଏହି ଶୋ'କୁ ସୁପର୍‌ଷ୍ଟାର୍ ସଲମାନ୍‌ ଖାନ୍‌ ହିଁ ହୋଷ୍ଟ୍‌ କରିବେ। ଚଳିତ ବର୍ଷ ବିଗ୍‌ବସ୍-ହାଉସ୍‌ର ସେଟ୍‌ ମୁମ୍ବାଇର ଫିଲ୍ମସିଟିରେ ତିଆରି ହୋଇଛି। ଆଉ ଏହାର କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ସବୁଥର ପରି ଏଥର ମଧ୍ୟ ‘ବିବି ହାଉସ୍‌’ ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଛି। ପୂର୍ବଥର ଏହି ସେଟ୍‌ ଲୋନାୱାଲାରେ ହୋଇଥିଲା।

https://twitter.com/BiggBoss_Tak/status/1175971524483768320

ଚଳିତ ଥର ‘ବିବି ହାଉସ୍‌’ରେ ଆନିମଲ୍‌ ଆର୍ଟୱାର୍କ ଅଧିକ ଦେଖିବାକୁ ମିଳିଛି। ଘରର ଇଣ୍ଟେରିଅରରେ ଗ୍ରୀନ୍‌ ଓ ପର୍ପଲ ରଙ୍ଗର କମ୍ବିନେସନ୍‌ ବେଶ୍ ବଢ଼ିଆ ଦେଖାଯାଉଛି। ଘରର ମୁଖ୍ୟଦ୍ୱାରକୁ BBର ଆକୃତି ଦିଆଯାଇଛି, ଯାହକୁ ସବୁଜ ଗଛରେ ସଜା ଯାଇଛି।

https://twitter.com/BiggBoss_Tak/status/1175971880328552448

ଘରର ଲିଭିଂ ରୁମ୍‌କୁ ଆଣ୍ଟିକ୍‌ ଫର୍ଣ୍ଣିଚର୍ ଓ ଦାମୀ ଦାମୀ ଶୋ’ପିସ୍‌ରେ ସଜାଯାଇଛି। ବେଡ୍‌ରୁମ୍‌ ମଧ୍ୟ ବେଶ୍ ରଙ୍ଗିନ୍‌ ଦେଖାଯାଉଛି। ଏହାବ୍ୟତୀତ ଘରର ସବୁ ଜାଗାରେ ବିଗ୍‌ବସ୍‌ ଆଖିର ଚିତ୍ର ରହିଛି। କାରଣ ଏହା ଦ୍ୱାରା ପ୍ରତିଯୋଗୀମାନେ ସତର୍କ ହେବେ ଯେ ବିଗ୍‌ବସ୍‌ଙ୍କ ନଜର ସବୁବେଳେ ସେମାନଙ୍କ ଉପରେ ରହିଛି।

https://twitter.com/BiggBoss_Tak/status/1175985429897564161

ଇତି ମଧ୍ୟରେ ‘ବିଗବସ୍-୧୩’ର କେତେ ଜଣ ପ୍ରତିଯୋଗୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ସେମାନଙ୍କ ଭିତରେ ଦେବୋଲିନା ଭଟ୍ଟାଚାର୍ଯ୍ୟ, ଆରତି ସିଂହ, ଦଲଜିତ୍ କୌର୍, ରଶ୍ମି ଦେଶାଇ, ସିଦ୍ଧାର୍ଥ ଶୁକ୍ଲା ଓ ଅରହାନ୍ ଖାନ୍‌ ଅଛନ୍ତି। କୁହାଯାଉଛି, ଏଥର ବିଗ୍‌ବସ୍‌ରେ ବଲିଉଡ୍ ଅଭିନେତ୍ରୀ କୋଇନା ମିତ୍ରା ମଧ୍ୟ ଭାଗ ନେବେ।

https://twitter.com/BiggBoss_Tak/status/1175997958216536064

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos