‘ବିଗ୍‌ବସ୍‌ ୧୩’ର ସବୁଠାରୁ ଦାମୀ ପ୍ରତିଯୋଗୀ

ମୁମ୍ୱାଇ : ‘ବିଗ୍‌ବସ୍‌ ୧୩’କୁ ଟିଭି ପରଦାରେ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରି ରହିଛନ୍ତି। ୨୯ ସେପ୍ଟେମ୍ୱରରେ ଏହି ଶୋ’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ତେବେ ଶୋ’ରେ କେଉଁମାନେ ପ୍ରତିଯୋଗୀ ରହିବେ, ଏହାର ତାଲିକା ଏପର୍ଯ୍ୟନ୍ତ ବିଗ୍‌ବସ୍‌ର ଅଫିସିଆଲ୍‌ ସାଇଟ୍‌ରେ ଘୋଷଣା କରାଯାଇନାହିଁ। କିନ୍ତୁ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ରଶ୍ମି ଦେଶାଇ ବିଗ୍‌ବସ୍‌ର ଏହି […]

rashmi

rashmi

Puspanjali Panda
  • Published: Saturday, 28 September 2019
  • Updated: 28 September 2019, 09:07 AM IST

Sports

Latest News

ମୁମ୍ୱାଇ : ‘ବିଗ୍‌ବସ୍‌ ୧୩’କୁ ଟିଭି ପରଦାରେ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରି ରହିଛନ୍ତି। ୨୯ ସେପ୍ଟେମ୍ୱରରେ ଏହି ଶୋ’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି।

ତେବେ ଶୋ’ରେ କେଉଁମାନେ ପ୍ରତିଯୋଗୀ ରହିବେ, ଏହାର ତାଲିକା ଏପର୍ଯ୍ୟନ୍ତ ବିଗ୍‌ବସ୍‌ର ଅଫିସିଆଲ୍‌ ସାଇଟ୍‌ରେ ଘୋଷଣା କରାଯାଇନାହିଁ। କିନ୍ତୁ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ରଶ୍ମି ଦେଶାଇ ବିଗ୍‌ବସ୍‌ର ଏହି ସିଜନ୍‌ରେ ଭାଗ ନେଉଛନ୍ତି ବୋଲି ଖବର ମିଳିସାରିଛି। ଏଥିପାଇଁ ରଶ୍ମି ମେକର୍ସଙ୍କଠାରୁ ମୋଟା ଅଙ୍କର ଟଙ୍କା ମଧ୍ୟ ନେବେl

'ଫିଙ୍କଭିଲା'ର ରିପୋର୍ଟ ଅନୁସାରେ ରଶ୍ମି ହେଉଛନ୍ତି, 'ବିଗ୍‌ବସ୍‌ ୧୩'ର ସବୁଠାରୁ ଦାମୀ ପ୍ରତିଯୋଗୀ। ସେ ପାଖାପାଖି ୧ କୋଟି ୨୦ ଲକ୍ଷ ଟଙ୍କା ଡିମାଣ୍ଡ କରିଛନ୍ତି। ରଶ୍ମିଙ୍କର ଲୋକପ୍ରିୟତାକୁ ଦେଖି ମେକର୍ସ ମଧ୍ୟ ତାଙ୍କ ଡିମାଣ୍ଡରେ ରାଜି ହୋଇଛନ୍ତି। 'ବିଗ୍‌ବସ୍‌' ହାଉସ୍‌କୁ ରଶ୍ମି ତାଙ୍କ ବୟଫ୍ରେଣ୍ଡ ଅରହାନ୍‌ ଖାନ୍‌ଙ୍କ ସହିତ ଆସୁଛନ୍ତି।

ଏହା ପୂର୍ବରୁ 'ବିଗ୍‌ବସ୍‌' ଘରେ ରଶ୍ମି ବୟଫ୍ରେଣ୍ଡ ଅରହାନ୍‌ ଖାନ୍‌ଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଥିଲା।

https://www.instagram.com/p/B1G_WMNBdsq/?utm_source=ig_web_copy_link

‘ବିଗ୍‌ବସ୍‌ ୧୩’ରେ ଏଥର କିଛି ପରିବର୍ତ୍ତନ କରାଯାଇଛି। ଶୋ’ର ଲୋକେସନ୍‌ ମଧ୍ୟ ପରିବର୍ତ୍ତନ ହୋଇଛି। ପୂର୍ବରୁ 'ବିଗ୍‌ବସ୍‌'ର ସମସ୍ତ ସିଜନ୍‌ ମୁମ୍ୱାଇର ଲୋନାୱାଲାରେ ଶୁଟିଂ ହେଉଥିଲା। କିନ୍ତୁ ଏହି ସିଜନ୍‌କୁ ମୁମ୍ୱାଇର ଗୋରେଗାଁଓରେ ଥିବା ଫିଲ୍ମ ସିଟିରେ ଶୁଟ୍‌ କରାଯିବ ବୋଲି ମେକର୍ସ ନିଷ୍ପତ୍ତି ନେଇଛନ୍ତି। ତେବେ 'ବିଗ୍‌ବସ୍‌' ହାଉସ୍‌ର ଲୋକେସନ୍‌ ପରିବର୍ତ୍ତନକୁ ସଲମାନ୍‌ ଖାନ୍‌ ନାପସନ୍ଦ କରିଛନ୍ତି ବୋଲି ଶୁଣିବାକୁ ମିଳିଛି।

ଆଇଏଏନ୍‌ଏସ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ସଲମାନ୍‌ କହିଛନ୍ତି, ‘ବିଗ୍‌ବସ୍‌ ରିୟାଲିଟି ଶୋ’ ପାଇଁ ଫିଲ୍ମ ସିଟି ଠିକ୍‌ ସ୍ଥାନ ନୁହେଁ। ସେଠାରେ ସେଟ୍‌ ଲଗାଗଲେ ଯିବାଆସିବାରେ ସମୟ ବଞ୍ଚିବ ସତ କିନ୍ତୁ ଅଧିକ ଟ୍ରାଫିକ୍‌ର ସାମ୍ନା କରିବାକୁ ପଡ଼ିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos