ଅଭିନେତ୍ରୀଙ୍କ ଠାରୁ ଝାମ୍ପି ନେଲେ ପର୍ସ

ମୁମ୍ବାଇ: ଲୁଟ୍‌ର ଶିକାର ହେଲେ ବଲିଉଡର ବର୍ଷିଆନ୍‌ ଅଭିନେତ୍ରୀ ତଥା ଗାୟିକା ସଲମା ଆଗା। ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ବିଚ୍‌ ରାସ୍ତାରେ ତାଙ୍କ ପର୍ସ ଛଡାଇ ନେଇଛନ୍ତି। ତାଙ୍କ ପର୍ସରେ ଦୁଇଟି ମୋବାଇଲ୍‌ ଫୋନ୍‌, ନଗଦ ଟଙ୍କା, ଘରର ଚାବି ଏବଂ କିଛି ଜରୁରୀ ଜିନିଷ ଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଲୁଟ୍‌ ନେଇ ଜଣାଇବା ପରେ ବି ଏଫ୍‌ଆଇଆର୍‌ ରୁଜୁ କରିନଥିବା ଲାଗି ସେ ମୁମ୍ବାଇ ପୁଲିସ ନାଁରେ ମଧ୍ୟ […]

Salma agha

Salma agha

Madhupriya Mistry
  • Published: Wednesday, 17 November 2021
  • Updated: 17 November 2021, 04:15 PM IST

Sports

Latest News

ମୁମ୍ବାଇ: ଲୁଟ୍‌ର ଶିକାର ହେଲେ ବଲିଉଡର ବର୍ଷିଆନ୍‌ ଅଭିନେତ୍ରୀ ତଥା ଗାୟିକା ସଲମା ଆଗା। ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ବିଚ୍‌ ରାସ୍ତାରେ ତାଙ୍କ ପର୍ସ ଛଡାଇ ନେଇଛନ୍ତି। ତାଙ୍କ ପର୍ସରେ ଦୁଇଟି ମୋବାଇଲ୍‌ ଫୋନ୍‌, ନଗଦ ଟଙ୍କା, ଘରର ଚାବି ଏବଂ କିଛି ଜରୁରୀ ଜିନିଷ ଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଲୁଟ୍‌ ନେଇ ଜଣାଇବା ପରେ ବି ଏଫ୍‌ଆଇଆର୍‌ ରୁଜୁ କରିନଥିବା ଲାଗି ସେ ମୁମ୍ବାଇ ପୁଲିସ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଶନିବାର ଦିନ ଅଭିନେତ୍ରୀ ସଲମା ଏକ ଅଟୋରିକ୍ସାରୁ ଓହ୍ଲାଇ ମୁମ୍ବାଇ ବର୍ସୋଭାସ୍ଥିତ ଏକ ଔଷଧ ଦୋକାନକୁ ଯାଉଥିଲେ। ଏତିକି ବେଳେ ବାଇକ୍‌ରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କ ହ୍ୟାଣ୍ଡବ୍ୟାଗ୍‌ ଝାମ୍ପି ନେଇଥିଲେ। ସେ ଏନେଇ ସଙ୍ଗେ ସଙ୍ଗେ ବର୍ସୋଭା ଥାନା ପୁଲିସ ସହ ସମ୍ପର୍କ କରିଥିଲେ। କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ କି ଏଫ୍‌ଆଇଆର୍‌ ରୁଜୁ କରିନଥିଲେ ବୋଲି ସଲମା ଦାବି କରିଛନ୍ତି।

ସେ କହିଛନ୍ତି, ମୁଁ ଯେତେବେଳେ ଅଭିଯୋଗ କରିବା ପାଇଁ ପୁଲିସ ଷ୍ଟେସନ ଯାଇଥିଲି, ସେତେବେଳେ ଜଣେ ଅଧିକାରୀ ଘଟଣାର ୩ ଘଣ୍ଟା ପରେ ଆସି ଏଫ୍‌ଆଇଆର୍‌ ରୁଜୁ କରିବାକୁ କହି ମୋର ମାମଲା ରୁଜୁ କରିନଥିଲେ। ଆଜି ପୁଣିଥରେ ମୁଁ ମୁମ୍ବାଇ ପୁଲିସକୁ ଟ୍ୱିଟ୍‌ ମାଧ୍ୟମରେ ଘଟଣା ବିଷୟରେ ସୂଚନା ଦେଇଥିଲି। ତଥାପି ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ବୋଲି ଅଭିନେତ୍ରୀ ସଲମା କହିଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଏଭଳି ଲୁଟ୍‌ ଘଟଣା ଘଟିବା ପ୍ରଥମ ନୁହେଁ। ଏହାପୂର୍ବରୁ ମଧ୍ୟ ଏଭଳି ଅନେକ ପ୍ରକାରର ଅପରାଧ ହୋଇସାରିଛି ବୋଲି ବଲିଉଡର ଏହି ଭେଟେରାନ୍‌ ଅଭିନେତ୍ରୀ କହିଛନ୍ତି।

ସେପଟେ କାହିଁକି ଏଫ୍‌ଆଇଆର୍‌ ରୁଜୁ କରାଗଲା ନାହିଁ ପ୍ରଶ୍ନରେ ମୁମ୍ବାଇ ବର୍ସୋଭା ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, 'ଆମେ ଘଟଣା ଦିନ ହିଁ ଏଫ୍‌ଆଇଆର୍‌ ରୁଜୁ କରିଥା'ନ୍ତୁ। କିନ୍ତୁ ଅଭିନେତ୍ରୀ ଜଣକ ଅପେକ୍ଷା ନକରି ତାଙ୍କ ପାଖରେ ସମୟ ନାହିଁ ପରେ ଆସିବି କହି ସେଠାରୁ ଚାଲିଯାଇଥିଲେ। ଆମେ ପୁଣି ଥରେ ତାଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଆସିନଥିଲେ। ସେ ଯଦି ଥାନାକୁ ଆସିବେ ତେବେ ଆମେ ଏଫ୍‌ଆଇଆର୍‌ ରୁଜୁ କରିବୁ ବୋଲି ପୁଲିସ କହିଛି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story