ଡରାଇଲେ ଖିଲାଡି ଷ୍ଟାର୍‌ ଅକ୍ଷୟ, କହିଲେ- ମୁଁ ଗଡଫାଦର୍‌

ମୁମ୍ବାଇ: ଡରାଇଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଦେଖାଇଲେ ନିଜ ରୁଦ୍ର ରୂପ। ମଥାରେ ରୁମାଲ ଆଉ କାନରେ କୁଣ୍ଡଳ ପିନ୍ଧି କହିଲେ ‘ମୁଁ ଭାଇ ନୁହେଁ, ମୋତେ ଗଡଫାଦର କୁହନ୍ତି।’ ରିଲିଜ ହୋଇଥିବା ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପୋଷ୍ଟରରେ ଏଭଳି କିଛି ନୂଆ ଅବତାରରେ ନଜର ଆସିଛନ୍ତି ଅକ୍ଷୟ କୁମାର। ତାଙ୍କର ଏହି ଭୟଙ୍କର ଲୁକ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ଶେଆର କରିଛନ୍ତି। […]

Akshya Kumar

Madhupriya Mistry
  • Published: Tuesday, 15 February 2022
  • , Updated: 15 February 2022, 05:10 PM IST

ମୁମ୍ବାଇ: ଡରାଇଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର। ଦେଖାଇଲେ ନିଜ ରୁଦ୍ର ରୂପ। ମଥାରେ ରୁମାଲ ଆଉ କାନରେ କୁଣ୍ଡଳ ପିନ୍ଧି କହିଲେ 'ମୁଁ ଭାଇ ନୁହେଁ, ମୋତେ ଗଡଫାଦର କୁହନ୍ତି।' ରିଲିଜ ହୋଇଥିବା ଫିଲ୍ମ 'ବଚ୍ଚନ ପାଣ୍ଡେ'ର ପୋଷ୍ଟରରେ ଏଭଳି କିଛି ନୂଆ ଅବତାରରେ ନଜର ଆସିଛନ୍ତି ଅକ୍ଷୟ କୁମାର। ତାଙ୍କର ଏହି ଭୟଙ୍କର ଲୁକ୍‌ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ଶେଆର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, 'ଏହି ଚରିତ୍ରର ଅନେକ ରୂପ ରହିଛି। ବଚ୍ଚନ ପାଣ୍ଡେ ଆପଣଙ୍କୁ ଡରାଇବା, ହସାଇବା ଏବଂ କନ୍ଦାଇବା, ସବୁ କିଛି ଲାଗି ପ୍ରସ୍ତୁତ ଅଛି, ବାସ୍‌ କେବଳ ଆପଣଙ୍କ ଭଲପାଇବା ଦରକାର।' ଏଥିସହ ଫିଲ୍ମର ଟ୍ରେଲର କେବେ ରିଲିଜ ହେବ ସେ ନେଇ ମଧ୍ୟ ଅକ୍ଷୟ ଖୁଲାସା କରିଛନ୍ତି। ଆସନ୍ତା ୧୮ ତାରିଖରେ ଫିଲ୍ମର ଟ୍ରେଲର ରିଲିଜ ହେବ।

ଏହି ଫିଲ୍ମର ଲିଡ ରୋଲରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପୋଜିଟରେ କ୍ରିତି ସେନନ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅଛନ୍ତି। ଫିଲ୍ମଟି ଏକ ଗ୍ୟାଙ୍ଗଷ୍ଟର ଉପରେ ଆଧାରିତ ଯିଏ ଅଭିନେତା ହେବାକୁ ଚାହୁଁଛି। ଏଥିରେ ଅକ୍ଷୟଙ୍କୁ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଦେଖିବାକୁ ମିଳିବ। ସେପଟେ କ୍ରିତି ଏଥିରେ ଜଣେ ସାମ୍ବାଦିକା ଚରିତ୍ରରେ ନଜର ଆସିବେ, ଯିଏକି ଜଣେ ନିର୍ଦ୍ଦେଶିକା ହେବାକୁ ଚାହାନ୍ତି। ଫିଲ୍ମର ଅନ୍ୟ ପ୍ରମୁଖ ଭୂମିକାରେ ପଙ୍କଜ ତ୍ରିପାଠୀ ଏବଂ ପ୍ରତୀକ ବବର ମଧ୍ୟ ଅଛନ୍ତି।

ଫରହାଦ ସାମଜିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ଗତ ବର୍ଷ ଖ୍ରୀଷ୍ଟମାସରେ ରିଲିଜ ହେବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ରିପୋର୍ଟ ମୁତାବକ ଏବେ ଏହି ଫିଲ୍ମ ମାର୍ଚ୍ଚ ୧୮ ହୋଲି ଉତ୍ସବରେ ରିଲିଜ ହେବ।

https://twitter.com/akshaykumar/status/1493459346763628545?s=20&t=wonM-rh7eC2tdepMXDb3mw

Related story