ଭାବି ଶାଶୂ ମା'ଙ୍କ ଇଚ୍ଛା ପୂରଣ କରିବେ କ୍ୟାଟ୍ରିନା

ମୁମ୍ବାଇ: ଆରମ୍ଭ ହୋଇଗଲାଣି ବିବାହ କାଉନଡାଉନ୍‌। ସଜେଇ ହେଲାଣି ମଣ୍ଡପ। ଅତିଥି ବି ଜମାଇଲେଣି ଭିଡ। ଆଜି ମେହେନ୍ଦୀ, କାଲି ସଙ୍ଗୀତ। ତା’ ପରଦିନ ବିକ୍କିଙ୍କ କନିଆଁ ସାଜିବେ କ୍ୟାଟ୍ରିନା। ଏମାନଙ୍କ ବିବାହ ଖବର ଏବେ ହେଡ୍‌ଲାଇନ୍‌ ପାଲଟିଛି। ଏହାରି ଭିତରେ କ୍ୟାଟ୍ରିନା କିଭଳି ସଜେଇ ହେବ କେଉଁ ଅବତାରରେ ସେ କନିଆଁ ସାଜିବେ ତାକୁ ନେଇ ଫ୍ୟାନ୍‌ମାନଙ୍କ ମନରେ ଉତ୍ସାହ ବଢ଼ିଛି। ସେପଟେ କ୍ୟାଟ୍ରିନା ବିକ୍କି କୌଶାଲଙ୍କ ମା’ ତଥା ଭାବି ଶାଶୂଙ୍କ ଇଚ୍ଛା ପୂରଣ […]

Katrina

Katrina

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 06:45 PM IST

Sports

Latest News

ମୁମ୍ବାଇ: ଆରମ୍ଭ ହୋଇଗଲାଣି ବିବାହ କାଉନଡାଉନ୍‌। ସଜେଇ ହେଲାଣି ମଣ୍ଡପ। ଅତିଥି ବି ଜମାଇଲେଣି ଭିଡ। ଆଜି ମେହେନ୍ଦୀ, କାଲି ସଙ୍ଗୀତ। ତା' ପରଦିନ ବିକ୍କିଙ୍କ କନିଆଁ ସାଜିବେ କ୍ୟାଟ୍ରିନା। ଏମାନଙ୍କ ବିବାହ ଖବର ଏବେ ହେଡ୍‌ଲାଇନ୍‌ ପାଲଟିଛି। ଏହାରି ଭିତରେ କ୍ୟାଟ୍ରିନା କିଭଳି ସଜେଇ ହେବ କେଉଁ ଅବତାରରେ ସେ କନିଆଁ ସାଜିବେ ତାକୁ ନେଇ ଫ୍ୟାନ୍‌ମାନଙ୍କ ମନରେ ଉତ୍ସାହ ବଢ଼ିଛି। ସେପଟେ କ୍ୟାଟ୍ରିନା ବିକ୍କି କୌଶାଲଙ୍କ ମା' ତଥା ଭାବି ଶାଶୂଙ୍କ ଇଚ୍ଛା ପୂରଣ କରିବେ ବୋଲି କୁହାଯାଉଛି।

ରିପୋର୍ଟ ମୁତାବକ, ପର୍‌ଫେକ୍ଟ ପଞ୍ଜାବୀ ବଧୂ ବେଶରେ ତାଙ୍କ ଭାବି ବୋହୂ ସଜେଇ ହୁଅନ୍ତୁ ବୋଲି ବିକ୍କିଙ୍କ ମା' ବିଣା କୌଶାଲଙ୍କ ଇଚ୍ଛା। ଏବେ ତାଙ୍କର ଏହି ଇଚ୍ଛାକୁ ପୂରଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି କ୍ୟାଟ୍ରିନା।  ଏନେଇ ଦମ୍ପତ୍ତିଙ୍କ ଜଣେ ନିକଟ ସମ୍ପର୍କୀୟ ଖୁଲାସା କରିଛନ୍ତି।

କ୍ୟାଟ୍ରିନା ବିବାହ ଦିନ ପୂରା ପଞ୍ଜାବୀ କନିଆଁ ଗେଟ୍‌ଅପ୍‌ରେ ନଜର ଆସିବେ। ଏଥିଲାଗି ପ୍ରସିଦ୍ଧ ଡ୍ରେସ୍‌ ଡିଜାଇନ୍‌ର ସବ୍ୟସାଚୀ ତାଙ୍କ ପାଇଁ ଏବେ ଖାସ୍‌ ଲେହେଙ୍ଗା ଡିଜାଇନ୍‌ କରିଛନ୍ତି। କ୍ୟାଟ୍ରିନା ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଲେହେଙ୍ଗା ପିନ୍ଧି ମଣ୍ଡପରେ ବସିବେ।

ଅନ୍ୟପଟେ କ୍ୟାଟ୍ରିନାଙ୍କ ମେହେନ୍ଦୀକୁ ନେଇ ମଧ୍ୟ ଏକ ରୋଚକ କଥା ସାମ୍ନାକୁ ଆସିଛି। ସେ ନିଜ ହାତରେ 'ସୋଜତ'ର ମେହେନ୍ଦୀ ଲଗାଇବେ। ଏହା ଏକ ପ୍ରକାରର ବିଶେଷ ମେହେନ୍ଦୀ, ଯାହାକୁ ରାଜସ୍ଥାନ ଜୋଧପୁରରୁ ବରଦା କରାଯାଇଛି। ଏହି ମେହେନ୍ଦୀର ଦାମ୍‌ ଲକ୍ଷେ ଟଙ୍କା ରହିଛି।

ଆଜିଠୁ ବିକ୍କି-କ୍ୟାଟ୍‌ଙ୍କ ବିବାହ ସେରେମୋନୀ ଆରମ୍ଭ ହୋଇଯାଇଛି। ସେପଟେ ସିକ୍ସ ସେନ୍ସ ଫର୍ଟରେ ଅତିଥିମାନେ ମଧ୍ୟ ପହଞ୍ଚି ସାରିଛନ୍ତି। ଆଜି ମେହେନ୍ଦୀ, ଆସନ୍ତାକାଲି ସଙ୍ଗୀତ ହେବ। କୁହାଯାଇଛି ଯେ, ବର କନିଆଁ ନିଜ ସଙ୍ଗୀତ ସେରେମୋନୀରେ 'କାଲା ଚଷମା' ଗୀତରେ ଡ୍ୟାନ୍ସ ଜଲୱା ଦେଖାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos