ହିରୋଇନ୍‌ଙ୍କୁ ଲୁଟି ଦେଲେ, ମାଡ଼ ମାରି ଝାମ୍ପି ନେଲେ ଫୋନ୍‌

ମୁମ୍ବାଇ: ବିଚ୍‌ ରାସ୍ତାରେ କବିର୍‌ ସିଂ ଫେମ୍‌ ଅଭିନେତ୍ରୀଙ୍କ ଠାରୁ ଲୁଟ୍‌। ମାଡ ମାରିଲେ, ଝାମ୍ପି ନେଲେ ଫୋନ୍‌। ଦିନ ଦ୍ୱିପହରେ ମୁମ୍ବାଇର ବାନ୍ଦ୍ରା ରୋଡ୍‌ରେ ଘଟିଛି ଏଭଳି କିଛି ଘଟଣା। ଯାହା ଅଭିନେତ୍ରୀ ନିକିତା ଦତ୍ତାଙ୍କୁ ଶକ୍ତ ଧକ୍କା ଦେଇଛି।

ରବିବାର ସନ୍ଧ୍ୟାରେ ନିକିତା ବାନ୍ଦ୍ରା ରୋଡରେ ବୁଲୁଥିଲେ। ଏତିକି ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ପଛପଟୁ ମାଡ ମାରିଥିଲେ। ସେ କିଛି ବୁଝିବା ପୂର୍ବରୁ ତାଙ୍କ ଠାରୁ ମୋବାଇଲ୍‌ ଫୋନ୍‌ ଛଡାଇ ନେଇଥିଲେ ଦୁର୍ବୃତ୍ତ। ଏହାପରେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ୨୪ ଘଣ୍ଟା ବିତି ସାରିଲାଣି କିନ୍ତୁ ସେ ଏଯାଏଁ ଏଥିରୁ ବାହାରି ପାରିନାହାନ୍ତି। ତାଙ୍କ ମନରୁ ଏହି ଘଟଣାଟି ଏଯାଏଁ ଯାଇନି ବୋଲି ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ନୋଟ୍‌ ଶେଆର କରି କହିଛନ୍ତି।

ଏହି ଲୁଟ୍‌ ଘଟଣା ପରେ ଅଭିନେତ୍ରୀ ଜଣକ ବାନ୍ଦ୍ରା ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସାହିଦ କପୁରଙ୍କ ‘କବିର ସିଂ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ ନିକିତା ଦତ୍ତା। ଏହାପର ଠାରୁ ତାଙ୍କ ଫିଲ୍ମି କ୍ୟାରିଅର୍‌ ଗ୍ରାଫ ବଢ଼ିବାରେ ଲାଗିଛି। ସେ ଗୋଟିଏ ପରେ ଗୋଟିଏ ବଡ କଳାକାରଙ୍କ ସହ କାମ କରୁଛନ୍ତି। ନିକିତାଙ୍କ ଫ୍ୟାନ୍‌ ଫଲୋଇଂ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଗ୍ଲାମରସ୍ ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରୁହନ୍ତି। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ଯେଉଁ ଅଘଟଣ ଘଟିଛି  ତାକୁ ନେଇ ତାଙ୍କ ପ୍ରଶଂସକମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ନିକିତାଙ୍କ ସହ ଘଟିଥିବା ଏହି ଘଟଣାକୁ ନେଇ ଜୁନିଅର ବଚ୍ଚନ ତଥା ଅଭିଷେକ ବଚ୍ଚନ ତାଙ୍କ ସମର୍ଥନରେ ବାହାରିଛନ୍ତି। ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି।

 

View this post on Instagram

 

A post shared by Nikita Dutta 🦄 (@nikifying)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।