କୃଷି ଆଇନ ପ୍ରତ୍ୟାହାର ପରେ ବିଳବିଳେଇଲେ କଙ୍ଗନା, କହିଲେ…

ମୁମ୍ବାଇ: ପ୍ରତ୍ୟାହାର ହୋଇଛି ବହୁ ଚର୍ଚ୍ଚିତ  ତିନି କୃଷି ଆଇନ୍‌। ମୋଦି ଆଜି ଏହି ଆଇନ୍‌କୁ ପ୍ରତ୍ୟାହାର କରିଛି। ତେବେ ଏହି କୃଷି ଆଇନ୍‌ ପ୍ରତ୍ୟାହାର ହେବା ପରେ ଚିହିଁକି ଉଠିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ଭଡକି ଯାଇଛନ୍ତି ଏହି ଅଭିନେତ୍ରୀ। ଭିକ ସ୍ୱାଧୀନତା ଏବଂ ଗାନ୍ଧିଜୀଙ୍କୁ ଟାର୍ଗେଟ୍‌ କରିବା ପରେ ଏବେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ସେ ଉଠାଇଛନ୍ତି ଆପତ୍ତି। ବି-ଟାଉନ୍‌ର ଅଧିକାଂଶ ସେଲେବ୍ରିଟି ମୋଦିଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ […]

Kangana-1

Kangana-1

Madhupriya Mistry
  • Published: Friday, 19 November 2021
  • Updated: 19 November 2021, 01:03 PM IST

ମୁମ୍ବାଇ: ପ୍ରତ୍ୟାହାର ହୋଇଛି ବହୁ ଚର୍ଚ୍ଚିତ  ତିନି କୃଷି ଆଇନ୍‌। ମୋଦି ଆଜି ଏହି ଆଇନ୍‌କୁ ପ୍ରତ୍ୟାହାର କରିଛି। ତେବେ ଏହି କୃଷି ଆଇନ୍‌ ପ୍ରତ୍ୟାହାର ହେବା ପରେ ଚିହିଁକି ଉଠିଛନ୍ତି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ଭଡକି ଯାଇଛନ୍ତି ଏହି ଅଭିନେତ୍ରୀ। ଭିକ ସ୍ୱାଧୀନତା ଏବଂ ଗାନ୍ଧିଜୀଙ୍କୁ ଟାର୍ଗେଟ୍‌ କରିବା ପରେ ଏବେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ସେ ଉଠାଇଛନ୍ତି ଆପତ୍ତି।

ବି-ଟାଉନ୍‌ର ଅଧିକାଂଶ ସେଲେବ୍ରିଟି ମୋଦିଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ କଙ୍ଗନା କିନ୍ତୁ କରିଛନ୍ତି ବିରୋଧ। ସେ ମୋଦି ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ ଟ୍ୱିଟ୍‌ କରି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସେ ଲେଖିଛନ୍ତି, 'ଏହା ଦୁଃଖଦାୟକ ଏବଂ ଲଜ୍ଜାଜନକ ଓ ଭୁଲ୍‌ ନିଷ୍ପତ୍ତି। ଯଦି ସଂସଦରେ ବସୁଥିବା ସରକାରଙ୍କ ବଦଳରେ ରାସ୍ତାରେ ବହୁଥିବା ଲୋକେ ଆଇନ୍‌ ପ୍ରଣୟନ କରିବା ଆରମ୍ଭ କରନ୍ତି ତେବେ ଏହା ମଧ୍ୟ ଏକ ଜିହାଦୀ ଦେଶ…। ଯେଉଁମାନେ ଏହା କରନ୍ତି ସେମାନଙ୍କୁ ମୋର ଅଭିନନ୍ଦନ।'

Kangana

ସୂଚନା ମୁତାବକ, ନିକଟରେ କଙ୍ଗନା ରଣାୱତ ୧୯୪୭ରେ ଦେଶକୁ ମିଳିଥିବା ସ୍ୱାଧୀନତାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ ଏହାକୁ ଭିକ ବୋଲି କହିଥିଲେ। ଏହାକୁ ନେଇ ଏବେବି ଥମିନି ବିବାଦ। ଏହାରି ଭିତରେ ସେ ଗାନ୍ଧିଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଚାପୁଡା ପାଇଁ ଗାଲ ଦେଖାଇଲେ ସ୍ୱାଧୀନତା ନୁହେଁ ଭିକ ମିଳେ ବୋଲି ସେ କହିଛନ୍ତି। ଏହାକୁ ନେଇ ଜୋରସୋରେ ଜାରି ରହିଛି ବିବାଦ। ବିଭିନ୍ନ ରାଜନୈତିକ ମହଲକୁ ତାଙ୍କୁ ତୀବ୍ର ବିରୋଧ କରାଯାଉଛି। ଏହାରି ଭିତରେ କଙ୍ଗନାଙ୍କ ପୁଣି ଥରେ କୃଷି ଆଇନ୍‌ ପ୍ରତ୍ୟାହାରକୁ ନେଇ ଏଭଳି ବିବାଦୀୟ ବୟାନ ଏବେ ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ କିନ୍ତୁ ବଲିଉଡ ଅଭିନେତା ସୋନୁ ସୁଦ, ରିଚା ଚଡ୍ଡା, ତାପସୀ ପନ୍ନୁ ଓ ହିମାଂଶି ଖୁରାନା ଭଳି ଅନେକ ସେଲେବ୍ରିଟି ତିନି କୃଷି ଆଇନ୍‌ ପ୍ରତ୍ୟାହରକୁ ନେଇ ସମର୍ଥନ ଜଣାଇଛନ୍ତି।

ସୋଦୁ ସୁଦ ଟ୍ୱିଟ୍‌ କରି ମୋଦିଙ୍କ ଏହି ବଡ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି। ସେ ଲେଖିଛନ୍ତି, 'ଏହା ବେଶ୍‌ ଆଶ୍ଚର୍ଯ୍ୟଜନକ ଖବର। କୃଷି ଆଇନ୍‌ ବିଲ୍‌ ପ୍ରତ୍ୟାହାର କରିଥିବା ଯୋଗୁଁ ଧନ୍ୟବାଦ ପିଏମ୍‌ ମୋଦି। ଯେଉଁମାନେ ଶାନ୍ତିପୂର୍ଣ୍ଣ ରୂପେ ଆନ୍ଦୋଳନ ଜାରି ରଖିଥିଲେ ସେହି କୃଷକମାନଙ୍କୁ ମଧ୍ୟ ଧନ୍ୟବାଦ। ଚଳିତ ଗୁରୁ ନାନକଙ୍କ ଜୟନ୍ତୀରେ କୃଷକଙ୍କୁ ଘରକୁ ଖୁସି ଆସିବ ବୋଲି ମୋର ଆଶା।'

https://twitter.com/SonuSood/status/1461559914011131908?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos