ଗୋପନରେ ସରିଲା ବିକ୍କି ଓ କ୍ୟାଟ୍ରିନାଙ୍କ ବାହାଘର

ଜୟପୁର: ବହୁଚର୍ଚ୍ଚା ଓ ଆଲୋଚନା ଭିତରେ ହାତକୁ ଦି’ ହାତ ହୋଇଛନ୍ତି ଅଭିନେତା ବିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଆଜି ରାଜସ୍ଥାନର ସୱାଇ ମାଧୋପୁରଠାରେ ଥିବା ସିକ୍ସ ସେନସେସ ଫୋର୍ଟ ବାରୱାରରେ ଉଭୟଙ୍କ ବାହାଘର ଶେଷ ହୋଇଛି। ଏହି ଗ୍ରାଣ୍ଡ ମ୍ୟାରେଜ ପାର୍ଟିରେ ଉଭୟଙ୍କ ପରିବାର ଲୋକ ଓ କିଛି ହାତ ଗଣତି ଅତିଥି ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବିବାହା ଉତ୍ସବରେ ମୋଟ ୧୨୦ ଜଣ ଲୋକ ରହିଥିଲେ। ବଲିଉଡର କିଛି […]

Vicky

Vicky

Hemant Lenka
  • Published: Thursday, 09 December 2021
  • Updated: 09 December 2021, 09:27 PM IST

Sports

Latest News

ଜୟପୁର: ବହୁଚର୍ଚ୍ଚା ଓ ଆଲୋଚନା ଭିତରେ ହାତକୁ ଦି’ ହାତ ହୋଇଛନ୍ତି ଅଭିନେତା ବିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଆଜି ରାଜସ୍ଥାନର ସୱାଇ ମାଧୋପୁରଠାରେ ଥିବା ସିକ୍ସ ସେନସେସ ଫୋର୍ଟ ବାରୱାରରେ ଉଭୟଙ୍କ ବାହାଘର ଶେଷ ହୋଇଛି। ଏହି ଗ୍ରାଣ୍ଡ ମ୍ୟାରେଜ ପାର୍ଟିରେ ଉଭୟଙ୍କ ପରିବାର ଲୋକ ଓ କିଛି ହାତ ଗଣତି ଅତିଥି ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବିବାହା ଉତ୍ସବରେ ମୋଟ ୧୨୦ ଜଣ ଲୋକ ରହିଥିଲେ। ବଲିଉଡର କିଛି ସେଲେବ୍ରିଟ ମଧ୍ୟ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମ୍ୟାରେଜ୍ ସେରିମନି ଅତ୍ୟନ୍ତ ଗୋପନୀୟତାର ସହ କରାଯାଇଛି। ଅତିଥି ମାନଙ୍କୁ ଫୋନ ବ୍ୟବହାର କରିବାକୁ ମନା କରାଯାଇଥିଲା। ତେଣୁ କେହି ବି ବାହାଘର ବେଳେ ଫଟୋ ଉଠାଇ ନାହାନ୍ତି।

ତେବେ ପରବର୍ତ୍ତୀ ଅବସ୍ଥାରେ ବିକ୍କି ଓ କ୍ୟାଟ ନିଜ ନିଜର ଇନଷ୍ଟାଗ୍ରାମରେ ବାହାଘର କିଛି ଫଟୋ ରିଲିଜ କରିଛନ୍ତି। ଏହି ଫଟୋରେ ଉଭୟ ବେଶ ଷ୍ଟାଇଲିଶ ଲାଗୁଛନ୍ତି। ନାଲି ଚୂଡ଼ାରେ କ୍ୟାଟ ଛଟକୁ ଥିବା ବଳେ କ୍ରିମ ରଙ୍ଗର ସେରୱାନୀରେ ବିକ୍କି ବେଶ ହ୍ୟାଣ୍ଡସମ ଦିଶୁଛନ୍ତି।

ବିକ୍କି ଓ କ୍ୟଟ୍ରିନାଙ୍କ ବାହାଘର ପଞ୍ଜାବୀ ରୀତିନୀତିରେ ଶେଷ ହୋଇଛି। ଏଥିପାଇଁ ପଞ୍ଜାବୀ କନିଆଁ ଗେଟ୍‌ଅପ୍‌ରେ ସଜେଇ ହୋଇଥିଲେ କ୍ୟାଟ୍‌। ପ୍ରସିଦ୍ଧ ଡ୍ରେସ୍‌ ଡିଜାଇନ୍‌ର ସବ୍ୟସାଚୀ ତାଙ୍କ ପାଇଁ ଖାସ୍‌ ଲେହେଙ୍ଗା ଡିଜାଇନ୍‌ କରିଥିଲେ।

 

View this post on Instagram

 

A post shared by Katrina Kaif (@katrinakaif)


୨ ଦିନ ହେଲା କ୍ୟାଟ୍‌ଙ୍କ ମେହେନ୍ଦୀ ଓ ସଙ୍ଗୀତ ସେରିମନି ଖୁବ୍‌ ଧୁମ୍‌ଧାମରେ ସେଲିବ୍ରେଟ୍‌ ହୋଇଥିଲା। କ୍ୟାଟ୍ରିନା ନିଜ ହାତରେ ‘ସୋଜତ’ର ମେହେନ୍ଦୀ ଲଗାଇଥିଲେ। ଏହା ଏକ ପ୍ରକାରର ବିଶେଷ ମେହେନ୍ଦୀ, ଯାହାକୁ ରାଜସ୍ଥାନ ଯୋଧପୁରରୁ ବରଦା କରାଯାଇଛି। ଏହି ମେହେନ୍ଦୀର ଦାମ୍‌ ଲକ୍ଷେ ଟଙ୍କା।

ବାହାଘର ପାଇଁ ୬ ତାରିଖରୁ ହିଁ ରାଜସ୍ଥାନରେ ଉଭୟ ପରିବାରର ସଦସ୍ୟ ପହଞ୍ଚିଥିଲେ। ବାହାଘର ହୋଇଥିବା ହୋଟେଲକୁ ବେଶ ରାଜକୀୟ ଷ୍ଟାଇଲରେ ସଜା ଯାଇଥିଲା। ସେହିପରି ବାହାଘର ଶେଷ ହୋଇଥିବାରୁ ଏବେ ପରିବାର ଲୋକଙ୍କ ପାଇଁ ଗୋଟିଏ ଛୋଟିଆ ରିସେପସନ ପାର୍ଟିର ଆୟୋଜନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Also Read