ବିକ୍କିଙ୍କ ଖୁଲାସା, ବିବାହ ପାଇଁ ଏହି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ମୁମ୍ବାଇ: ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ସରିଛି ବିକ୍କି କୌଶାଲ ଓ କ୍ୟାଟ୍ରିନାଙ୍କ ବିବାହ। ଲଭ୍‌ ବାର୍ଡରୁ ଏଦୁହେଁ ପାଲଟିଛନ୍ତି ସ୍ୱାମୀ ସ୍ତ୍ରୀ। ଗତ ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁର ସିକ୍ସ ସେନ୍ସ ଫୋର୍ଟରେ ଏମାନେ ନେଇଛନ୍ତି ସାତ ଫେରା। ତେବେ ଏହି ବିବାହକୁ ନେଇ ଏବେ ବିକ୍କି କରିଛନ୍ତି ଖୁଲାସା। ବିକ୍କିଙ୍କ ଲାଗି କ୍ୟାଟ୍ରିନାଙ୍କୁ ବିବାହ ପାଇଁ ମନାଇବା ଏତେ ସହଜ ନଥିଲା। ସେ କ୍ୟାଟ୍ରିନାଙ୍କୁ ମନାଇବା ଲାଗି ବହୁ […]

Katrina and Vicky

Katrina and Vicky

Madhupriya Mistry
  • Published: Tuesday, 14 December 2021
  • Updated: 14 December 2021, 04:21 PM IST

Sports

Latest News

ମୁମ୍ବାଇ: ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ସରିଛି ବିକ୍କି କୌଶାଲ ଓ କ୍ୟାଟ୍ରିନାଙ୍କ ବିବାହ। ଲଭ୍‌ ବାର୍ଡରୁ ଏଦୁହେଁ ପାଲଟିଛନ୍ତି ସ୍ୱାମୀ ସ୍ତ୍ରୀ। ଗତ ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁର ସିକ୍ସ ସେନ୍ସ ଫୋର୍ଟରେ ଏମାନେ ନେଇଛନ୍ତି ସାତ ଫେରା। ତେବେ ଏହି ବିବାହକୁ ନେଇ ଏବେ ବିକ୍କି କରିଛନ୍ତି ଖୁଲାସା।

ବିକ୍କିଙ୍କ ଲାଗି କ୍ୟାଟ୍ରିନାଙ୍କୁ ବିବାହ ପାଇଁ ମନାଇବା ଏତେ ସହଜ ନଥିଲା। ସେ କ୍ୟାଟ୍ରିନାଙ୍କୁ ମନାଇବା ଲାଗି ବହୁ ପାମ୍ପଡ ବେଲିଛନ୍ତି। ଶେଷରେ ଯାଇ ମାନିଥିଲେ କ୍ୟାଟ୍ରିନା। ତେବେ ବିବାହ ପୂର୍ବରୁ ବିକ୍କିଙ୍କ ସାମ୍ନାରେ ଏକ ବଡ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। ଏହି ସର୍ତ୍ତକୁ ପୂରଣ କରିବା ପରେ ହିଁ ସେ ବିକ୍କିଙ୍କ ସହ ବିବାହ କରିବାକୁ ରାଜି ହେବି ବୋଲି କହିଥିଲେ।

वहीं, विक्की कौशल ने एक पिंक कलर की ही शेरवानी पहनी हुई है, जो कैटरीना की साड़ी से कॉम्प्लीमेंट कर रही है.

କ୍ୟାଟ୍ରିନାଙ୍କ ଜଣେ ନିକଟ ବନ୍ଧୁଙ୍କ କହିବା ମୁତାବକ, ଉଭୟଙ୍କ ମଧ୍ୟରେ ହଠାତ୍ ସବୁକିଛି ଘଟିଗଲା। ଉଭୟଙ୍କ ସାକ୍ଷାତ, ସମ୍ପର୍କ, ରୋମାନ୍ସ ଏବଂ ବିବାହ ହଠାତ୍ ଘଟିଲା। ବିକ୍କି କୌଶାଲ ସମ୍ପର୍କର ୨ ମାସ ପରେ ହିଁ ନିଷ୍ପତ୍ତି ନେଇଥିଲେ ଯେ, କ୍ୟାଟ୍ରିନା ତାଙ୍କର ଜୀବନସାଥୀ ହେବେ ଏବଂ ସେ ତାଙ୍କ ସହ ସାରା ଜୀବନ ବିତାଇବାକୁ ଚାହୁଁଛନ୍ତି। ଯଦିଓ କ୍ୟାଟ୍ରିନା ଏ ବିଷୟରେ ଟିକିଏ ଅଧିକ ଚିନ୍ତା କରିବାକୁ ଚାହୁଁଥିଲେ। ସେ ପ୍ରଥମ ବ୍ରେକଅପ୍‌ରୁ ମିଳିଥିବା ପୁରୁଣା କ୍ଷତକୁ ଭଲ ଚାହୁଁଥିଲେ। ସେ ବିକ୍କିଙ୍କୁ ପସନ୍ଦ କରୁଥିଲେ, କିନ୍ତୁ କିଛି ସମୟ ଚାହୁଁଥିଲେ।

ତାଙ୍କ କହିବା ମୁତାବକ, କ୍ୟାଟ୍ରିନା ହଁ ନ କହିବା ପର୍ଯ୍ୟନ୍ତ ବିକ୍କି ତାଙ୍କୁ ବିବାହ ପାଇଁ ମନାଇଥିଲେ। କିନ୍ତୁ ଅଭିନେତ୍ରୀ ବିବାହ କରିବା ପାଇଁ ବିକ୍କିଙ୍କ ସାମ୍ନାରେ ଏକ ବିଶେଷ ସର୍ତ୍ତ ରଖିଥିଲେ। କ୍ୟାଟ୍ରିନା କହିଥିଲେ, ତାଙ୍କ ମା, ଭଉଣୀ ଏବଂ ପୂରା ପରିବାରକୁ ସେ ଯେପରି ଭଲ ପାଆନ୍ତି ବିକ୍କି ମଧ୍ୟ ସେମିତି ଭଲ ପାଇବେ। ଯାହାପରେ କ୍ୟାଟ୍ରିନା ବିବାହ ପାଇଁ ରାଜି ହୋଇଥିଲେ।

दोनों शादी के समय ली गई इन तस्वीरों में बहुत ही रोमांटिक अंदाज में नजर आ रहे हैं.

ସୋଶାଲ ମିଡିଆରେ ବିକ୍କି କୌଶାଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ବେଳର ଫଟୋ ଏବେ ଭାଇରାଲ ହେଉଛି। ଗୋଟିକ ପରେ ଗୋଟିଏ ଫଟୋ ଫ୍ୟାନ୍‌ମାନଙ୍କ ପାଇଁ ଶେଆର କରୁଛନ୍ତି ଏହସି ଦମ୍ପତ୍ତି। ଏବେ ପୁଣି ପ୍ରି-ୱେଡିଂ ସୁଟ୍‌ର କିଛି ଫଟୋ ସାମ୍ନାକୁ ଆସିଛି। ଏଥିରେ କ୍ୟାଟ୍ରିନା ଏବଂ ବିକ୍କି ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos