କଳା ଶାଢ଼ୀରେ ହୋସ୍‌ ଉଡାଇଲେ ରଶ୍ମୀକା

ହାଇଦ୍ରାବାଦ: ଇଣ୍ଟରନ୍ୟାସନାଲ କ୍ରସ୍‌ ତଥା ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନା। ସାଉଥ ଠାରୁ ଆରମ୍ଭ କରି ବଲିଉଡ ସବୁଠି ରହିଛି ତାଙ୍କର ବେଶ୍‌ ଦବ୍‌ଦବା। ସୋଶାଲ ମିଡିଆରେ ମଧ୍ୟ ସେ ବେଶ୍‌ ଚର୍ଚ୍ଚିତ। ଦିନକୁ ଦିନ ବଢ଼ୁଛି ତାଙ୍କ ଫ୍ୟାନ୍‌ ପଲୋଇଂ ସଂଖ୍ୟା। ନିଜ କ୍ୟୁଟ ଅନ୍ଦାଜରେ ସେ ଫ୍ୟାନ୍‌ମାନଙ୍କୁ କରୁଛନ୍ତି ଘାଇଲା। ତାଙ୍କ ଷ୍ଟାଇଲ୍‌ ଓ ତାଙ୍କ ଲୁକ୍‌ ସମସ୍ତଙ୍କୁ କରୁଛି ଦିୱାନା। ନିକଟରେ ପୁଣି ଥରେ ସେ ଫ୍ୟାନ୍‌ମାନଙ୍କ ହୋସ୍‌ ଉଡାଇଛନ୍ତି। କଳା ଶାଢ଼ୀ […]

Rashmika mandana

Rashmika mandana

Madhupriya Mistry
  • Published: Monday, 13 December 2021
  • Updated: 13 December 2021, 04:13 PM IST

Sports

Latest News

ହାଇଦ୍ରାବାଦ: ଇଣ୍ଟରନ୍ୟାସନାଲ କ୍ରସ୍‌ ତଥା ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନା। ସାଉଥ ଠାରୁ ଆରମ୍ଭ କରି ବଲିଉଡ ସବୁଠି ରହିଛି ତାଙ୍କର ବେଶ୍‌ ଦବ୍‌ଦବା। ସୋଶାଲ ମିଡିଆରେ ମଧ୍ୟ ସେ ବେଶ୍‌ ଚର୍ଚ୍ଚିତ। ଦିନକୁ ଦିନ ବଢ଼ୁଛି ତାଙ୍କ ଫ୍ୟାନ୍‌ ପଲୋଇଂ ସଂଖ୍ୟା। ନିଜ କ୍ୟୁଟ ଅନ୍ଦାଜରେ ସେ ଫ୍ୟାନ୍‌ମାନଙ୍କୁ କରୁଛନ୍ତି ଘାଇଲା। ତାଙ୍କ ଷ୍ଟାଇଲ୍‌ ଓ ତାଙ୍କ ଲୁକ୍‌ ସମସ୍ତଙ୍କୁ କରୁଛି ଦିୱାନା।

ନିକଟରେ ପୁଣି ଥରେ ସେ ଫ୍ୟାନ୍‌ମାନଙ୍କ ହୋସ୍‌ ଉଡାଇଛନ୍ତି। କଳା ଶାଢ଼ୀ ପିନ୍ଧି ଦେଖାଇଛନ୍ତି ନିଜ କ୍ୟୁଟ ଅନ୍ଦାଜ। ରଶ୍ମୀକା ଓ ଅଲ୍ଲୁ ଅର୍ଜୁନଙ୍କ ଅପ୍‌କମିଂ ଫିଲ୍ମ 'ପୁଷ୍ପା'କୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଜବରଦସତ କ୍ରେଜ୍‌ ରହିଛି। ନିକଟରେ ଏହି ଫିଲ୍ମକୁ ନେଇ ଏକ ଇଭେଣ୍ଟର ଅୟୋଜନ ହୋଇଥିଲା। ଏଥିରେ ନିଜ ଫେଭରେଟ୍‌ ଷ୍ଟାରଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା। ଏହି ଇଭେଣ୍ଟ ବେଳେ ରଶ୍ମୀକା କଳା ରଙ୍ଗର ଶାଢ଼ୀ ପିନ୍ଧି ବେଶ୍‌ ଗ୍ଲାମରସ୍‌ ଅନ୍ଦାଜରେ ନଜର ଆସିଥିଲେ।

ଏହି ଇଭେଣ୍ଟ ବେଳେ ରଶ୍ମୀକାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଇଭେଣ୍ଟ ବେଳେ ନିଜ ଫ୍ୟାନ୍‌ମାନଙ୍କୁ ରଶ୍ମୀକା କ୍ୟୁଟ୍‌ ଏକ୍ସପ୍ରେସନ ଦେଉଛନ୍ତି। ଏଥିସହ ଆଖି ମାରିବା ସହ କିସ୍‌ ମଧ୍ୟ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍‌ମାନେ 'ତୁମେ ଏତେ କ୍ୟୁଟ୍‌ କିଭଳି ହେଲ ବୋଲି ପ୍ରଶ୍ନ ପଚାରିଛନ୍ତି।'

ସେପଟେ 'ପୁଷ୍ପା' ଫିଲ୍ମର ଇଭେଣ୍ଟ ବେଳେ ପ୍ରବଳ ଭିଡ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଲୋକ ଗୁରୁତର ହୋଇଥିଲେ। ଏହି ଘଟଣାକୁ ନେଇ ରଶ୍ମୀକା ଟ୍ୱିଟ୍‌ କରିଛନ୍ତି। ସେ ଲଖିଛନ୍ତି, 'ଯେଉଁମାନେ ବି ଗତକାଲିର ଇଭେଣ୍ଟରେ ଯୋଗ ଦେଇଥିଲେ ସେମାନଙ୍କୁ ଧନ୍ୟବାଦ।  କିନ୍ତୁ ମୁଁ ଶୁଣିଛି ଯେ କିଛି ଲୋକ ଆହତ ହୋଇଛନ୍ତି। ଏହାଶୁଣି ମୁଁ ବହୁତ ଖରାପ ଅନୁଭବ କଲି। ମୁଁ ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ କାମ ଏବଂ ଆପଣଙ୍କର ଯତ୍ନ ନେଉଥିବେ।'

https://twitter.com/iamRashmika/status/1470269004208029696?s=20

ସୂଚନା ମୁତାବକ, ରଶ୍ମୀକା ମନ୍ଦନା ସାଉଥ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ତେଲୁଗୁ ଏବଂ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଦାମୀ ଅଭିନେତ୍ରୀ। ୨୦୧୬ରେ 'କିରିକି ପାର୍ଟି' ଫିଲ୍ମରୁ ରଶ୍ମୀକା କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ସେହିପରି ୨୦୧୮ରେ ଫିଲ୍ମ 'ଚଲୋ'ରୁ ତେଲୁଗୁରେ ଡେବ୍ୟୁ କରିଥିଲେ। ଏବେ ଖୁବ୍‌ଶୀଘ୍ର ରଶ୍ମୀର ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ମିଶନ ମଜନୁ ଫିଲ୍ମରେ ବଲିଉଡରେ ଏଣ୍ଟ୍ରି କରିବେ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଲିଡ୍‌ ରୋଲରେ ଅଛନ୍ତି।

https://twitter.com/GelaniParody/status/1470215687469604870?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos