କରଣଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଶବାନା

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା କରଣ ଜୋହର। ତାଙ୍କ ନାଁରେ ଆସିଛି ସଙ୍ଗୀନ୍‌ ଅଭିଯୋଗ। ବଲିଉଡର ବର୍ଷିଆନ୍‌ ଅଭିନେତ୍ରୀ ଶବାନା ଆଜମୀ କରଣ ବିରୋଧରେ ଆଣିଛନ୍ତି କିଛି ଗୁରୁତର ଅଭିଯୋଗ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ କରଣ ଜୋହର ଭେଟେରାନ୍‌ ଅଭିନେତ୍ରୀ ଶବାନା ଆଜମୀଙ୍କ ଖାଦ୍ୟ ଚୋରି କରିଛନ୍ତି। ତାଙ୍କୁ କିଛି ଖାଇବାକୁ ଦେଉନାହାନ୍ତି। ଏପରିକି ସେ ତାଙ୍କର ସବୁ ଖାଦ୍ୟ ଖାଇ ଯାଉଛନ୍ତି। ଏନେଇ ଶବାନା ଆଜମୀ ପ୍ରସିଦ୍ଧ କୋରିଓଗ୍ରାଫର ତଥା […]

Shabana and karan johar

Shabana and karan johar

Madhupriya Mistry
  • Published: Saturday, 27 November 2021
  • Updated: 27 November 2021, 06:16 PM IST

Sports

Latest News

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା କରଣ ଜୋହର। ତାଙ୍କ ନାଁରେ ଆସିଛି ସଙ୍ଗୀନ୍‌ ଅଭିଯୋଗ। ବଲିଉଡର ବର୍ଷିଆନ୍‌ ଅଭିନେତ୍ରୀ ଶବାନା ଆଜମୀ କରଣ ବିରୋଧରେ ଆଣିଛନ୍ତି କିଛି ଗୁରୁତର ଅଭିଯୋଗ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରକୃତରେ କରଣ ଜୋହର ଭେଟେରାନ୍‌ ଅଭିନେତ୍ରୀ ଶବାନା ଆଜମୀଙ୍କ ଖାଦ୍ୟ ଚୋରି କରିଛନ୍ତି। ତାଙ୍କୁ କିଛି ଖାଇବାକୁ ଦେଉନାହାନ୍ତି। ଏପରିକି ସେ ତାଙ୍କର ସବୁ ଖାଦ୍ୟ ଖାଇ ଯାଉଛନ୍ତି। ଏନେଇ ଶବାନା ଆଜମୀ ପ୍ରସିଦ୍ଧ କୋରିଓଗ୍ରାଫର ତଥା ନିର୍ଦ୍ଦେଶିକା ଫାରା ଖାନ୍‌ ନିକଟରେ ଅଭିଯୋଗ କରିଛନ୍ତି।

ଅପ୍‌କମିଂ ଫିଲ୍ମ 'ରକି ଔର ରାଣୀ କି ପ୍ରେମ କାହାଣୀ'ର ଫିଲ୍ମ ଶୁଟିଂରେ ଏବେ ବ୍ୟସ୍ତ ଅଛନ୍ତି କରଣ। ଏହି ଫିଲ୍ମରେ ତାଙ୍କ ସହ ଭେଟେରାନ୍‌ ଅଭିନେତ୍ରୀ ଶବାନା ଆଜମୀ ମଧ୍ୟ କାମ କରୁଛନ୍ତି। ଏହି ଫିଲ୍ମର ସେଟ୍‌ରେ କରଣଙ୍କ ସହ ଶବାନା ମସ୍ତି କରୁଥିବାର କିଛି ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ମସ୍ତି ବେଳର ଭିଡିଓକୁ କୋରିଓଗ୍ରାଫର ଫାରା ନିଜ ଫୋନ୍‌ରେ ରେକର୍ଡ କରିଛନ୍ତି।

फिल्म के सेट पर Karan Johar की वजह से Shabana Azmi को नहीं मिल रहा खाना,  एक्ट्रेस ने की शिकायत - Shabana Azmi complains of not getting any food  because of Karan

ଭିଡିଓରେ ଶବାନା କରଣଙ୍କ ନାଁରେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି। ନିଜ ଭ୍ୟାନିଟି ଭ୍ୟାନ୍‌ ଭିତରେ ଶବାନା ଓ କରଣ ବସିଛନ୍ତି। କରଣ ତାଙ୍କ ଆଗରେ କିଛି ଖାଉଥିବା ବେଳେ ଶବାନା ତାଙ୍କୁ ଦେଖୁଛନ୍ତି। ଫାରା ଶବାନାଙ୍କୁ କ'ଣ ହେଲା ପଚାରିବା ପରେ ସେ କହୁଛନ୍ତି, 'କରଣ ସବୁ ଖାଦ୍ୟ ଖାଇଯାଉଛନ୍ତି, ଆଉ ମୋତେ କିଛି ବି ଖାଇବାକୁ ମିଳୁନି।' ସେପଟେ କରଣ କହୁଛନ୍ତି, 'ମୁଁ ବେଶ୍‌ ଖୁସି ମୋତେ ସବୁ ଖାଦ୍ୟ ଖାଇବାକୁ ମିଳୁଛି।' ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ ଦୀର୍ଘ ସମୟ ପରେ ଫାରା ଏବଂ କରଣ ଏକାଠି ଗୋଟିଏ ଫିଲ୍ମରେ କାମ କରୁଛନ୍ତି। 'ରକି ଔର ରାଣୀ କି ପ୍ରମେ କାହାଣୀ' ଫିଲ୍ମ ସେଟ୍‌ରେ ଦୁହିଁଙ୍କ ଜବରଦସ୍ତ ମସ୍ତି ଦେଖିବାକୁ ମିଳିଛି। ଏହା ଏକ ଫ୍ୟାମିଲି ଡ୍ରାମା ପ୍ଲସ୍‌ କମେଡି ଫିଲ୍ମ। ଏଥିରେ ଆଲିଆ ଭଟ୍ଟ ଓ ରଣବୀର ସିଂହ ଲିଡ୍‌ ରୋଲରେ ଅଛନ୍ତି। ତାଙ୍କ ସହ ଶବାନା ଆଜମୀ, ଧର୍ମେନ୍ଦ୍ର ଏବଂ ଜୟା ବଚ୍ଚନ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଜରିଆରେ କରଣ ବହୁ ଦିନ ପରେ ନିର୍ଦ୍ଦେଶକର ଚୌକି ସମ୍ଭାଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos