୧୧ ବର୍ଷ ପରେ ପୁଣି ପରଦାକୁ ଫେରିବେ ଶର୍ମିଲା

ମୁମ୍ବାଇ: ପୁଣି ପରଦାକୁ ଫେରିବେ ୭୦ରୁ ୮୦ ଦଶକ ଭତରେ ବଲିଉଡରେ ରାଜ କରିସାରିଥିବା ଅଭିନେତ୍ରୀ ଶର୍ମିଲା ଟାଗୋର। ଦୀର୍ଘ ୧୧ ବର୍ଷ ପରେ ବଲିଉଡକୁ କରିବେ କମ୍‌ବ୍ୟାକ୍‌ ପଦ୍ମଭୂଷଣ ଓ ଜାତୀୟ ଫିଲ୍ମ ପୁରସ୍କାର ବିଜେତା ଶର୍ମିଲା। ଅପ୍‌କମିଂ ଫିଲ୍ମ ‘ଗୁଲମୋହର’ରୁ ସେ ହିନ୍ଦୀ ଫିଲ୍ମ ଜଗତରେ ପୁଣି ଥରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ନିଜର ସୁନ୍ଦରତା ଓ ଅଭିନୟର ଜାନୁ ବଳରେ ଶର୍ମିଲା ଦୀର୍ଘ ଦିନ ଧରି ବଲିଉଡରେ ରାଜ କରିସାରିଛନ୍ତି। ତାଙ୍କୁ ଅନେକ […]

sharmila-tagore

Madhupriya Mistry
  • Published: Tuesday, 10 May 2022
  • , Updated: 10 May 2022, 05:56 PM IST

ମୁମ୍ବାଇ: ପୁଣି ପରଦାକୁ ଫେରିବେ ୭୦ରୁ ୮୦ ଦଶକ ଭତରେ ବଲିଉଡରେ ରାଜ କରିସାରିଥିବା ଅଭିନେତ୍ରୀ ଶର୍ମିଲା ଟାଗୋର। ଦୀର୍ଘ ୧୧ ବର୍ଷ ପରେ ବଲିଉଡକୁ କରିବେ କମ୍‌ବ୍ୟାକ୍‌ ପଦ୍ମଭୂଷଣ ଓ ଜାତୀୟ ଫିଲ୍ମ ପୁରସ୍କାର ବିଜେତା ଶର୍ମିଲା। ଅପ୍‌କମିଂ ଫିଲ୍ମ 'ଗୁଲମୋହର'ରୁ ସେ ହିନ୍ଦୀ ଫିଲ୍ମ ଜଗତରେ ପୁଣି ଥରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ନିଜର ସୁନ୍ଦରତା ଓ ଅଭିନୟର ଜାନୁ ବଳରେ ଶର୍ମିଲା ଦୀର୍ଘ ଦିନ ଧରି ବଲିଉଡରେ ରାଜ କରିସାରିଛନ୍ତି। ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିସାରିଛି। ଏବେ ଏହି ଫଲ୍ମ ଜରିଆରେ ପୁଣି ଥରେ ସେ ନିଜ ଅଭିନୟର ଜାଦୁ ଦେଖାଇବା ପାଇଁ ଆସୁଛନ୍ତି। ଏହି ଫିଲ୍ମରେ ତାଙ୍କୁ ଜଣେ ରାଜ ମାତା ଚରିତ୍ରରେ ଦେଖିବାକୁ ମଳିବ। ତାଙ୍କ ବ୍ୟତୀତ ଏହି ଫିଲ୍ମର ଲିଡ୍‌ ରୋଲରେ ମନୋଜ ବାଜପେୟୀ, ଅମୋଲ ପାଲେକର, ସୁରଜ ଶର୍ମା ଓ ସିମରନ୍‌ ଋଷୀ ବଗ୍ଗା ଅଛନ୍ତି।

'ଗୁଲମୋହର' ଏକ ପାରିବାରିକ ଫିଲ୍ମ। ଯାହାର କାହାଣୀ ମଲ୍ଟି ଜେନେରେସନ, ବାତ୍ରା ପରିବାରର ଚାରିପଟେ ବୁଲେ। ଯେଉଁମାନେ ସେମାନଙ୍କର ୩୪ ବର୍ଷ ପୁରୁଣା ପୌତ୍ରୁକ ଘରକୁ ଛାଡି ଅନ୍ୟତ୍ର ଯିବାକୁ ପ୍ରସ୍ତୁତ। ଏହ ପରିସ୍ଥିତି ହିଁ ସେମାନଙ୍କ ସମ୍ପର୍କର ଶକ୍ତିକୁ ମଜଭୁତ କରିବାର ସୁଯୋଗ ଦେଇଥାଏ। ଏଭଳି ହିଁ କିଛି କାହାଣୀ ଉପରେ ଏହି ଫିଲ୍ମ ଆଧାରିତ। ଫିଲ୍ମଟି ଆସନ୍ତା ଅଗଷ୍ଟ ମାସରେ ରିଲିଜ ହେବ।

ସେପଟେ ଏହି ଫିଲ୍ମକୁ ନେଇ ବଲିଉଡର ବର୍ଷିଆନ୍‌ ଅଭିନେତ୍ରୀ ଶର୍ମିଲା ଟାଗୋର ବେଶ୍‌ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି, 'ମୁଁ ଏହି ପ୍ରୋଜେକ୍ଟ ସହିତ ଯୋଡି ହୋଇ ବହୁତ ଖୁସି ଅନୁଭବ କରୁଛି। ଯେତେବେଳେ ମୁଁ ଫିଲ୍ମର କାହାଣୀ ଶୁଣିଲି, ମୁଁ ସଙ୍ଗେ ସଙ୍ଗେ ରାଜି ହେଲି କାରଣ କାହାଣୀର ପାରିବାରିକ ସ୍ପର୍ଶ ମୋତେ ଛୁଇଁଗଲା। ଏହା ଏକ ବେଶ୍‌ ସୁନ୍ଦର ଫିଲ୍ମ ଯାହା ଆଜିକାଲିର ଲୋକଙ୍କୁ ବେଶ୍‌ ପସନ୍ଦ ଆସିବ।'

Related story