'କଙ୍ଗନା କେମିତି ପାଇଲେ ପଦ୍ମ ପୁରସ୍କାର, ଆମକୁ ଜଣା'

ମୁମ୍ବାଇ: ବଲିଉଡ ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କ ପିଛା ଛାଡୁନି ବିବାଦ। ଗୋଟିଏକୁ ପରେ ଗୋଟିଏ ବିବାଦରେ ସେ ହେଉଛନ୍ତି ଛନ୍ଦି। ନିକଟରେ ସେ ‘ଭିକ ସ୍ୱାଧୀନତା’ ଏବଂ ମହାତ୍ମାଗାନ୍ଧୀଙ୍କୁ ନେଇ ଥିବା ବିବାଦୀୟ ବୟାନକୁ ନେଇ ଏବେ ଚାରିଆଡୁ ବିରୋଧ ହେଉଛି। ଏପରିକି ବହୁ ନେତାମନ୍ତ୍ରୀମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ଶିବସେନା ସାଂସଦ କଙ୍ଗନାକୁ ଟାର୍ଗେଟ କରିଛନ୍ତି। କଙ୍ଗନାଙ୍କ ବିବୃତ୍ତିକୁ ନେଇ ସେ ଦେଇଛନ୍ତି ବିବାଦୀୟ ବୟାନ। ଶିବସେନା ସାଂସଦ କୃପାଳ ତୁମାନେ ନିଜର […]

Kangana

Kangana

Madhupriya Mistry
  • Published: Thursday, 18 November 2021
  • Updated: 18 November 2021, 02:57 PM IST

Sports

Latest News

ମୁମ୍ବାଇ: ବଲିଉଡ ପଙ୍ଗା କୁଇନ୍‌ କଙ୍ଗନା ରଣାୱତଙ୍କ ପିଛା ଛାଡୁନି ବିବାଦ। ଗୋଟିଏକୁ ପରେ ଗୋଟିଏ ବିବାଦରେ ସେ ହେଉଛନ୍ତି ଛନ୍ଦି। ନିକଟରେ ସେ 'ଭିକ ସ୍ୱାଧୀନତା' ଏବଂ ମହାତ୍ମାଗାନ୍ଧୀଙ୍କୁ ନେଇ ଥିବା ବିବାଦୀୟ ବୟାନକୁ ନେଇ ଏବେ ଚାରିଆଡୁ ବିରୋଧ ହେଉଛି। ଏପରିକି ବହୁ ନେତାମନ୍ତ୍ରୀମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି।

ନିକଟରେ ଶିବସେନା ସାଂସଦ କଙ୍ଗନାକୁ ଟାର୍ଗେଟ କରିଛନ୍ତି। କଙ୍ଗନାଙ୍କ ବିବୃତ୍ତିକୁ ନେଇ ସେ ଦେଇଛନ୍ତି ବିବାଦୀୟ ବୟାନ। ଶିବସେନା ସାଂସଦ କୃପାଳ ତୁମାନେ ନିଜର ନିରବତା ଭାଙ୍ଗିଛନ୍ତି। ସେ କହିଛନ୍ତି, 'କଙ୍ଗନା ରଣାୱତ କାହାର ପାଦ ଚାଟି କି ଆଉ କ’ଣ ଚାଟି ପଦ୍ମଶ୍ରୀ ପାଇଛନ୍ତି, ତାହା ଦିଲ୍ଲୀର ସମସ୍ତ ସାଂସଦ ଏବଂ ବିଧାୟକ ଜାଣିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଯଦି ମହାତ୍ମା ଗାନ୍ଧୀ କ୍ଷମତା ଲୋଭୀ ହୋଇଥା'ନ୍ତେ, ତେବେ ସେ ସେହି ସମୟରେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ସବୁକିଛି ହୋଇପାରିଥାନ୍ତେ।'

https://twitter.com/AHindinews/status/1461208372531761152?s=20

ସୂଚନା ମୁତାବକ, ନିକଟରେ ଅଭିନେତ୍ରୀ କଙ୍ଗନା ରଣାୱତ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିଲେ। ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଲମ୍ବା ମେସେଜ୍ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ମହାତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମ ପୋଷ୍ଟରେ କଙ୍ଗନା ତାଙ୍କୁ କ୍ଷମତା ଲୋଭୀ ଏବଂ ଚତୁର ବୋଲି ବର୍ଣ୍ଣନା କରିଥିଲେ। ଏଥି ସହିତ, ଅନ୍ୟ ଏକ ପୋଷ୍ଟରେ ସେ କହିଥିଲେ ଯେ ଗାନ୍ଧୀଜୀ ଚାହୁଁଥିଲେ ଭଗବତ ସିଂଙ୍କୁ ଫାଶୀ ଦିଆଯାଉ। ସେ ଆହୁରି ମଧ୍ୟ ଲେଖିଥିଲେ, ଚାପୁଡ଼ା ମାରୁଥିବା ବ୍ୟକ୍ତିଙ୍କ ସାମ୍ନାରେ ଅନ୍ୟ ଗାଲ ଦେଖାଇବା ଦ୍ୱାରା ସ୍ୱାଧୀନତା ମିଳେ ନାହିଁ।

ତାଙ୍କର ଏହି ବୟାନକୁ ନେଇ ଏବେ ବି-ଟାଉନ୍‌ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳରେ ଝଡ ସୃଷ୍ଟି ହୋଇଛି। ଅନେକ ଲୋକେ ଅଭିନେତ୍ରୀଙ୍କୁ ବିରୋଧ କରୁଛନ୍ତି। କେବଳ ସେତିକି ନୁହେଁ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବାକୁ ମଧ୍ୟ ଦାବି ହୋଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos