ଡିସେମ୍ବର ୭ରୁ ୯ ଭିତରେ ବିକ୍କି-କ୍ୟାଟ୍ରିନାଙ୍କ ବାହାଘର, ସାମ୍ନାକୁ ଆସିଲା ଅତିଥି ତାଲିକା!

ମୁମ୍ବାଇ: ବଲିଉଡର ଲଭବାର୍ଡ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ। ନିଜର ବାହାଘରକୁ ଗ୍ରାଣ୍ଡ ୱେରେ  ପାଳନ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା ଲୁଛାଛପାରେ ଚାଲିଛି। ରାଜସ୍ଥାନର ଜୟପୁର ସ୍ଥିତ ସିକ୍ସ ସେନସେନ୍ସ ଆଭିଜାତ୍ୟ ସମ୍ପନ୍ନ ହୋଟେଲରେ ଏହି ବହୁ ଚର୍ଚ୍ଚିତ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ବିକ୍କି ଓ କ୍ୟାଟ୍ରିନାଙ୍କ ଟିମ ସବୁ ପ୍ରକାରର ପ୍ରସ୍ତୁତି ଚଳାଛନ୍ତି। ଏସବୁ ସତ୍ତ୍ୱେ ଉଭୟ ନିଜର ବାହାଘର କାର୍ଯ୍ୟକ୍ରମ […]

Katrina

Katrina

Hemant Lenka
  • Published: Friday, 12 November 2021
  • Updated: 12 November 2021, 09:11 PM IST

Sports

Latest News

ମୁମ୍ବାଇ: ବଲିଉଡର ଲଭବାର୍ଡ ବିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ଡିସେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ। ନିଜର ବାହାଘରକୁ ଗ୍ରାଣ୍ଡ ୱେରେ  ପାଳନ କରିବାକୁ ସବୁ ପ୍ରକାରର ବ୍ୟବସ୍ଥା ଲୁଛାଛପାରେ ଚାଲିଛି। ରାଜସ୍ଥାନର ଜୟପୁର ସ୍ଥିତ ସିକ୍ସ ସେନସେନ୍ସ ଆଭିଜାତ୍ୟ ସମ୍ପନ୍ନ ହୋଟେଲରେ ଏହି ବହୁ ଚର୍ଚ୍ଚିତ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏଥିପାଇଁ ବିକ୍କି ଓ କ୍ୟାଟ୍ରିନାଙ୍କ ଟିମ ସବୁ ପ୍ରକାରର ପ୍ରସ୍ତୁତି ଚଳାଛନ୍ତି। ଏସବୁ ସତ୍ତ୍ୱେ ଉଭୟ ନିଜର ବାହାଘର କାର୍ଯ୍ୟକ୍ରମ ପାଇଁ ଏଯାଏ ବିଧିବଦ୍ଧ ଭାବେ କାହାକୁ ନିମନ୍ତ୍ରଣ କରିନାହାନ୍ତି। କିନ୍ତୁ ବିକ୍କି ଓ କ୍ୟାଟ୍ରିନା ନିଜର ବନ୍ଧୁମାନଙ୍କୁ ଡିସେମ୍ବର ୭ରୁ ୯ ଯାଏ ଫ୍ରି ରହିବାକୁ ଅନୁରୋଧ କରିଛନ୍ତି। ଏହାର ଅର୍ଥ ୭ରୁ ୯ ମଧ୍ୟରେ ସେମାନଙ୍କ ବାହାଘର ହେବ।

ଏହି ଲଭବାର୍ଡଙ୍କ ଜଣେ ଘନିଷ୍ଠ ବନ୍ଧୁ ନିଜ ନାଁ ଗୋପନ ରଖି କହିଛନ୍ତି, ବିକ୍କି ଓ କ୍ୟାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଥିବା ସେମାନଙ୍କର ବନ୍ଧୁ ଏବଂ ମେଣ୍ଟୋର ମାନଙ୍କୁ ଡାକିବେ। ଏଥିପାଇଁ ଗୋଟିଏ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଅତିଥି ତାଲିକାରେ କରନ ଜୋହର, ଅଲୀ ଆବ୍ବାସ ଜାଫର, କବିର ଖାନ, ମିନି ମାଥୁର, ରୋହିତ ସେଟ୍ଟୀ, ସିଦ୍ଧାର୍ଥ ମାଲହୋତ୍ରା, କାଏରା ଆଡଭାନୀ, ବରୁଣ ଧୱନ, ନତାଶା ଦଲାଲ, ସଲମାନ ଖାନ ଓ ଅକ୍ଷୟ କୁମାର ପ୍ରମୁଖ ରହିଛନ୍ତି।

ନିକଟରେ ବିକ୍କି ଓ କ୍ୟାଟ୍ରିନା ମୁମ୍ବାଇରେ ଫିଲ୍ମ ନିର୍ମାତା କବିର ଖାନଙ୍କ ଘରେ ନିଜର ରୋକା ପାଳନ କରିଥିଲେ। କବିର ଖାନଙ୍କ ଅତ୍ୟନ୍ତ ଘନିଷ୍ଠ ହେଉଛନ୍ତି କ୍ୟାଟ୍ରିନା। ସେ ତାଙ୍କୁ ଭାଇ ଭାବେ ବିବେଚନା କରନ୍ତି। ରୋକାରେ କେବଳ କିଛି ନିର୍ଦ୍ଦିଷ୍ଟ ଅତିଥି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ କ୍ୟାଟ୍ରିନାଙ୍କ ମା’ ସୁଜାନ, ଭଉଣୀ ଇସାବେଲ କୈଫ, ବିକ୍କିଙ୍କ ବାପା ଶାମ କୌଶଲ , ମା’ ବୀଣା କୌଶଲ ଓ ଭାଇ ସନ୍ନି କୌଶଲ ପ୍ରମୁଖ ରହିଥିଲେ।

ରୋକା ପାଇଁ କବିର ଖାନ ଓ ମିନି ମାଥୁର ସମସ୍ତ ପ୍ରକାରର ବ୍ୟବସ୍ଥା କରିଥିଲେ। ଦୀପାବଳି ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ହିଁ ଭିକ୍କି ଓ କ୍ୟାଟ୍ରିନାଙ୍କ ରୋକା ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos