ରିଲିଜ୍ ହେଲା ’ବମ୍ବେ ଭେଲଭେଟ୍’

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ଅନୁରାଗ କାଶ୍ୟପଙ୍କ ଫିଲ୍ମ ’ବମ୍ବେ ଭେଲଭେଟ୍’। ଗ୍ଲାମର, କ୍ରାଇମ ଓ ଧୋକାବାଜିର ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମରେ ରହିଛି ରଣବୀର ଓ ଅନୁଷ୍କାଙ୍କ ପ୍ରେମ କାହାଣୀ। ୧୯୬୦ ଦଶକର ବମ୍ବେ ସହିର ଓ ତା’ଭିତରେ ବଡ଼ ଲୋକ ହେବାର ସ୍ୱପ୍ନ ନେଇ ବଞ୍ଚୁଥିବା ରଣବୀରଙ୍କୁ ଏଥିରେ ବକ୍ସର ଭୂମିକାରେ ଦେଖିବାକୁ ମିଳିଛି। ସେହିଭଳି ନାଇଟ୍ କ୍ଲବର ଜାଜ୍ ସିଙ୍ଗର୍ ଭୂମିକାରେ ଦେଖିବାକୁ ମିଳିଛି ଅନୁଷ୍କାଙ୍କୁ। ସେମାନଙ୍କର ଅସୁମାରୀ ସ୍ୱପ୍ନ ବାସ୍ତବତା ସହିତ […]

bombayvelvet

Rakesh Mallick
  • Published: Friday, 15 May 2015
  • , Updated: 15 May 2015, 06:38 AM IST

ମୁମ୍ବାଇ: ଆଜି ରିଲିଜ୍ ହୋଇଛି ଅନୁରାଗ କାଶ୍ୟପଙ୍କ ଫିଲ୍ମ ’ବମ୍ବେ ଭେଲଭେଟ୍’। ଗ୍ଲାମର, କ୍ରାଇମ ଓ ଧୋକାବାଜିର ପୃଷ୍ଠଭୂମିରେ ନିର୍ମିତ ଏହି ଫିଲ୍ମରେ ରହିଛି ରଣବୀର ଓ ଅନୁଷ୍କାଙ୍କ ପ୍ରେମ କାହାଣୀ। ୧୯୬୦ ଦଶକର ବମ୍ବେ ସହିର ଓ ତା’ଭିତରେ ବଡ଼ ଲୋକ ହେବାର ସ୍ୱପ୍ନ ନେଇ ବଞ୍ଚୁଥିବା ରଣବୀରଙ୍କୁ ଏଥିରେ ବକ୍ସର ଭୂମିକାରେ ଦେଖିବାକୁ ମିଳିଛି। ସେହିଭଳି ନାଇଟ୍ କ୍ଲବର ଜାଜ୍ ସିଙ୍ଗର୍ ଭୂମିକାରେ ଦେଖିବାକୁ ମିଳିଛି ଅନୁଷ୍କାଙ୍କୁ। ସେମାନଙ୍କର ଅସୁମାରୀ ସ୍ୱପ୍ନ ବାସ୍ତବତା ସହିତ ମୁହାଁମୁହିଁ ହୋଇ କିପରି ଉପରକୁ ଉଠୁଛି ତାହା ଦେଖିବାକୁ ମିଳିଛି ଏହି ଫିଲ୍ମରେ। ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି କରନ ଜୋହର। ନେଗେଟିଭ୍ ଭୂମିକାରେ ଆସିଥିବା କରନଙ୍କ ଲୁକ୍ ମଧ୍ୟ ଭିନ୍ନ ରହିଛି। ନିଶ ରଖିଛନ୍ତି କରନ। ଅବଶ୍ୟ ଏଥିପାଇଁ ସେ ନିଶ ବଢ଼ାଇ ନଥିଲା। ନକଲି ନିଶ ଲଗାଇ ହିଁ ସୁଟିଂ କରିଥିଲେ। କେ.କେ ମେନନଙ୍କୁ ବି ଏଥିରେ ଅଛନ୍ତି। କେତେ ଜଣ ଫିଲ୍ମ ସମାଲୋଚକ କହିଛନ୍ତି ଯେ ’ବମ୍ବେ ଭେଲଭେଟ୍’ ନିରାଶଜନକ ହୋଇଛି। ତେବେ ରଣବୀର କପରୁଙ୍କ ଅଭିନୟ ଭଲ ହେଇଛି।

Related story