ଜିନତ୍‌ ଅମାନଙ୍କ ସହ ଦୁର୍ବ୍ୟବହାର

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଜିନତ୍‌ ଅମାନ ମୁମ୍ୱାଇର ଜୁହୁ ପୋଲିସ୍‌ ଷ୍ଟେସନ୍‌ରେ ଜଣେ ବ୍ୟବସାୟୀଙ୍କ ବିରୋଧରେ, ତାଙ୍କୁ ଦୁର୍ବ୍ୟବହାର କରିବା ଓ ଧମକଚମକ ଦେବା ନେଇ ଏତଲା ଦେଇଛନ୍ତି। ଜିନତ୍‌ ପୋଲିସ୍‌ ପାଖରେ ଲିଖିତ ଆକାରରେ ଦେଇଥିବା ଅଭିଯୋଗ ଅନୁସାରେ, ମୁମ୍ୱାଇର ବିଜ୍‌ନେସ୍‌ ମ୍ୟାନ୍‌ ସରଫରାଜ୍‌ ଓରଫ୍‌ ଅମନ ଖାନ୍ନା, ଅନେକ ଦିନ ହେବ ତାଙ୍କ ପିଛା କରିବା ସହ ହ୍ୱାଟ୍ସ ଆପ୍‌ରେ ଅଶ୍ଳୀଳ ମେସେଜ୍‌ ପଠାଉଥିଲେ।୩୮ ବର୍ଷୀୟ ସରଫରାଜ ଦୁଇଦିନ ପୂର୍ବରୁ ଜିନତ୍‌ଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ସୁରକ୍ଷା କର୍ମୀଙ୍କୁ ମାରପିଟ୍‌ ମଧ୍ୟ କରିଥିଲେ। ପୋଲିସ୍‌ ସରଫରାଜ ବିରୋଧରେ ୩୫୪(ଡି) ଓ ୫୦୪ ଆଇଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କିଏ ଏହି ସରଫରାଜ୍‌: କୁହାଯାଉଛି, ସରଫରାଜ୍‌ ଜଣେ ମାନସିକ ରୋଗୀ। ତାଙ୍କ ବିରୁଦ୍ଧରେ ବଂଗୁର ନଗରରେ ମଧ୍ୟ ଅପରାଧ ମାମଲା ରୁଜୁ ହୋଇଛି। ଅସାମାଜିକ କାମ କରିବା ତାଙ୍କର ଅଭ୍ୟାସ ବୋଲି ପୋଲିସ କହୁଛି।