କିସ୍‌ର କରିସ୍ମା: ଦିନେ ଚୁମ୍ୱନ ପାଇଁ ଫସିଥିଲେ ଏହିସବୁ ସେଲିବ୍ରିଟି

ମୁମ୍ୱାଇ: ବଲିଉଡ୍‌ରେ ଅଧିକାଂଶ ଫିଲ୍ମ ଏଥିରେ ଥିବା ରୋମାଣ୍ଟିକ୍‌ ସିନ୍‌କୁ ନେଇ ଚର୍ଚ୍ଚାରେ ରହିଥାଏ। ଯେପରି ଆପଣମାନେ ଦେଖିଥିବେ, ‘ରାଜା ହିନ୍ଦୁସ୍ତାନୀ’ ଫିଲ୍ମରେ ଆମିର୍‌ ଖାନ୍‌ ଓ କରିସ୍ମା କପୁର୍‌ଙ୍କ କିସିଂ ସିନ୍‌, ଯାହାକୁ ସେହି ସମୟରେ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏବେକାର ଫିଲ୍ମଗୁଡ଼ିକରେ ତ କିସିଂ ସିନ୍‌ ରହିବା, ଦର୍ଶକମାନଙ୍କର ଏକ ଦାବି ବୋଲି କହିଲେ ଭୁଲ୍‌ ହେବନି। ତେବେ ବଲିଉଡ୍‌ରେ ଏମିତି ବି କିଛି ସେଲିବ୍ରିଟି ଅଛନ୍ତି, ଯେଉଁମାନେ ତାଙ୍କ ରିୟଲ୍‌ ଲାଇଫ୍‌ରେ […]

kiss1

kiss1

Puspanjali Panda
  • Published: Wednesday, 13 February 2019
  • Updated: 13 February 2019, 01:56 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ରେ ଅଧିକାଂଶ ଫିଲ୍ମ ଏଥିରେ ଥିବା ରୋମାଣ୍ଟିକ୍‌ ସିନ୍‌କୁ ନେଇ ଚର୍ଚ୍ଚାରେ ରହିଥାଏ। ଯେପରି ଆପଣମାନେ ଦେଖିଥିବେ, ‘ରାଜା ହିନ୍ଦୁସ୍ତାନୀ’ ଫିଲ୍ମରେ ଆମିର୍‌ ଖାନ୍‌ ଓ କରିସ୍ମା କପୁର୍‌ଙ୍କ କିସିଂ ସିନ୍‌, ଯାହାକୁ ସେହି ସମୟରେ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଏବେକାର ଫିଲ୍ମଗୁଡ଼ିକରେ ତ କିସିଂ ସିନ୍‌ ରହିବା, ଦର୍ଶକମାନଙ୍କର ଏକ ଦାବି ବୋଲି କହିଲେ ଭୁଲ୍‌ ହେବନି। ତେବେ ବଲିଉଡ୍‌ରେ ଏମିତି ବି କିଛି ସେଲିବ୍ରିଟି ଅଛନ୍ତି, ଯେଉଁମାନେ ତାଙ୍କ ରିୟଲ୍‌ ଲାଇଫ୍‌ରେ କିସ୍‌କୁ ନେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ଆସନ୍ତୁ ଜାଣିବା କେଉଁକେଉଁ ସେଲିବ୍ରିଟି କିସ୍‌କୁ ନେଇ କେମିତି ରହିଥିଲେ ଚର୍ଚ୍ଚାରେ।

ସୱାନା ଆଜ୍‌ମୀ ଓ ନେଲ୍‌ସନ୍‌ ମାଣ୍ଡେଲା

ଅନେକ ବର୍ଷ ତଳେ ଲୋକପ୍ରିୟ ଅଭିନେତ୍ରୀ ସୱାନା ଆଜ୍‌ମୀଙ୍କୁ, ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ମହାନ କୃଷ୍ଣକାୟ ଜନନେତା ‘ନେଲ୍‌ସନ୍ ମାଣ୍ଡେଲା’ କିସ୍‌ କରି ଚର୍ଚ୍ଚାରେ ରହିଥିଲେ। ୧୯୯୩ ମସିହାରେ କେପ୍‌ ଟାଉନ୍‌ରେ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୱାନା ଆଜ୍‌ମୀ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ସୱାନାଙ୍କ ଗାଲକୁ ନେଲ୍‌ସନ୍‌ ମାଣ୍ଡେଲା କିସ୍‌ କରିଥିଲେ। ଏହି ଚୁମ୍ବନ ଘଟଣାକୁ ସେଠାକାର ମୁସଲମାନ ସମ୍ପ୍ରଦାୟର ଲୋକମାନେ ନାପସନ୍ଦ କରିଥିଲେ। ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।ସୱାନା କେବେ ବି ଭାବିନଥିଲେ, ଏକ ସାଧାରଣ ଚୁମ୍ବନ ତାଙ୍କୁ ଏତେ ବଡ଼ ଅଡୁଆରେ ପକାଇବ। ସୱାନାଙ୍କର ଏହି ଆଚରଣ, ମୁସଲମାନ୍‌ ସମ୍ପ୍ରଦାୟ ପ୍ରତି ଏକ ନିନ୍ଦନୀୟ କଥା ବୋଲି କହି ମୁସଲମାନ ସମ୍ପ୍ରଦାୟ ଏହାର ଦୃଢ଼ ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ଅନେକ ଟେଲିଭିଜନ ଓ ଖବରକାଗଜରେ ତର୍କବିତର୍କ ମଧ୍ୟ ସୃଷ୍ଟି ହୋଇଥିଲା। ଏପରିକି ବହୁ ସଂଗଠନ ଏହାକୁ ନିନ୍ଦା କରିବା ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏହି ମାମଲା ଯାଇଥିଲା।

ପୂଜା ଭଟ୍ଟ- ମହେଶ ଭଟ୍ଟବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ଫିଲ୍ମରେ ଦେଖିବାକୁ ମିଳେ ନାହଁ ସତ, କିନ୍ତୁ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ମହେଶ ଭଟ୍ଟ ତାଙ୍କ ଝିଅ ପୂଜା ଭଟ୍ଟଙ୍କ ସହିତ ଏକ ମାଗାଜିନ୍‌ ପାଇଁ ଫଟୋସୁଟ୍‌ କରିଥିଲେ। ଏହି ଫଟୋସୁଟ୍‌ ଯୋଗୁ ବାପ-ଝିଅ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। ପ୍ରକୃତ କଥା ହେଉଛି, ଏହି ମାଗାଜିନ୍‌ରେ ମହେଶ ଭଟ୍ଟ, ଝିଅ ପୂଜା ଭଟ୍ଟଙ୍କ ସହିତ ଲିପ୍‌ଲକ୍‌ କିସ୍‌ ସିନ୍‌ ଦେଇଥିଲେ ଏବଂ ଏହି ଫଟୋଟିକୁ ମାଗାଜିନ୍‌ର କଭର୍‌ ପେଜ୍‌ରେ ଛପା ଯାଇଥିଲା। ସେହି ସମୟରେ ଏହି ଫଟୋକୁ ଖୁବ୍‌ ମାତ୍ରାରେ ସମାଲୋଚନା କରାଯାଇଥିଲା। ପରେ ମହେଶ ଭଟ୍ଟ ଓ ପୂଜା ଭଟ୍ଟ ଏହି ଫଟୋଟିକୁ ଫେକ୍‌ ବୋଲି କହିଥିଲେ।

ଶିଳ୍ପା ସେଟ୍ଟି–ରିଚର୍ଡ ଗେରେ

୨୦୦୭ରେ ଶିଳ୍ପା ସେଟ୍ଟି ଏକ କିସିଂ ସିନ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ। ଦିଲ୍ଲୀରେ ଆୟୋଜିତ ଏଡସ୍‌ ସଚେତନତା ମଞ୍ଚରେ, ଆମେରିକାକୁ ଆସିଥିବା ଆକ୍ଟର ରିଚାର୍ଡ ଗେରେ, ଶିଳ୍ପାଙ୍କୁ କିସ୍‌ କରିଥିଲେ। ଏହାପରେ ଲୋକ ଏହାକୁ ଖୁବ୍‌ ବିରୋଧ କରିଥିଲେ। ଏହି ଘଟଣା ପରେ ରିଚାର୍ଡ ପୂରା ଦେଶକୁ କ୍ଷମା ମାଗିଥିଲେ।

ଶାହରୁଖ ଖାନ୍‌
ସେହିପରି ଶାହ୍‌ରୁଖ୍‌ ଖାନ୍ ମଧ୍ୟ କିସିଂ ସିନ୍‌କୁ ନେଇ ବିବାଦରେ ଫସି ସାରିଛନ୍ତି। ଜୋନାଥନ୍ ରେସ୍‌ ତାଙ୍କ ଶୋ’କୁ ଶାହ୍‌ରୁଖ୍‌ ଖାନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ଶୋ’ରେ ଭାଗ ନେବା ପରେ ଶାହ୍‌ରୁଖ୍‌ଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଯେଉଁଥିରେ ଶାହ୍‌ରୁଖ୍‌ ଜଣେ ବ୍ୟକ୍ତିଙ୍କୁ କିସ୍‌ କରୁଥିବା ଦେଖିବାକୁ ମିଳିଥିଲା। ଫଟୋଟିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଥିଲା। କିଛିଲୋକ କହିଥିଲେ ଏହା ରିୟଲ୍‌ ତ ଆଉକିଛି କହିଥିଲେ ଫେକ୍‌।

ଦୀପିକା ପାଦୁକୋନ୍‌ ଓ ସିଦ୍ଧାର୍ଥ ମାଲ୍ୟା
ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଦିନେ ଏକ ଚୁମ୍ବନ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ଜଣାଶୁଣା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟାଙ୍କ ସହ ଏକ ଚୁମ୍ବନକୁ ନେଇ ତାଙ୍କୁ ନାନା ସମାଲୋଚନା ଶୁଣିବାକୁ ପଡ଼ିଥିଲା। ୨୦୧୩ରେ କୋଲକାତାର ଇଡେନ୍‌ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଆଇପିଏଲ୍‌ ଟିମ୍‌ ‘ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ’ ଓ ‘କୋଲକାତା ନାଇଟ୍‌ ରାଇଡର୍ସ’ ମଧ୍ୟରେ ଏକ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ ଦେଖିବାକୁ ସେଠାରେ ମଧ୍ୟ ଉପସ୍ଥିତ ଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ‘ରୟାଲ୍‌ ଚାଲେଞ୍ଜର୍ସ’ ଟିମ୍‌ ଏହି ମ୍ୟାଚ୍‌ ଜିତିବା ପରେ ସିଦ୍ଧାର୍ଥ ମାଲ୍ୟା ସମସ୍ତଙ୍କ ସମ୍ମୁଖରେ ଦୀପିକାଙ୍କୁ କିସ୍‌ କରିଥିଲେ, ଯାହା ଭାଇରାଲ୍‌ ହୋଇଯାଇଥିଲା।

ପଦ୍ମିନୀ କୋହ୍ଲାପୁରୀ- ପ୍ରିନ୍ସ ଚାର୍ଲସ୍‌
ବହୁଚର୍ଚ୍ଚିତ ବ୍ରିଟେନ୍ ରାଜକୁମାର ପ୍ରିନ୍ସ ଚାର୍ଲସ୍‌ ୧୯୮୦ରେ ଭାରତ ଆସିଥିବା ବେଳେ ଏକ ଚୁମ୍ବନ ଘଟଣା ଘଟିଥିଲା, ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଭାରତରେ ବୁଲିବା ବେଳେ ସ୍ୱଭାବିକ ଭାବରେ ଚାର୍ଲସ୍‌ଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଜଣାଶୁଣା ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ ସୁରକ୍ଷା ବ୍ୟବସ୍ଥାକୁ ଖାତିର୍‌ ନକରି ପ୍ରିନ୍ସ ଚାର୍ଲସ୍‌ଙ୍କ ପାଖକୁ ଚାଲିଥିଲେ ଓ ତାଙ୍କୁ କିସ୍ କରିଥିଲେ। ଫଳରେ ଏହି ଘଟଣା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ଏହି ଚୁମ୍ବନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଅନେକ ଦିନ ଧରି ଚର୍ଚ୍ଚା ଜାରି ରହିଥିଲା।

ବିପାଶା ବସୁ–କ୍ରିଷ୍ଟିୟାନୋ ରୋନାଲ୍ଡୋ
ଅଭିନେତ୍ରୀ ବିପାଶା ବସୁ, ପ୍ରସିଦ୍ଧ ଆନ୍ତର୍ଜାତିକ ଫୁଟବଲ୍‌ ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ସହିତ କରିଥିବା ଏକ ଚୁମ୍ବନକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ହୋଇଥିଲା। ୨୦୦୭ରେ ଏପରି ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ଦୁହେଁ ଦୁହିଁଙ୍କୁ କିସ୍‌ କରୁଥିବା ଦେଖିବାକୁ ମିଳିଥିଲା। ମିଡିଆ ରିପୋର୍ଟ ଅନୁସାରେ ଏହି ଫଟୋ କୌଣସି ଏକ ପାର୍ଟିରେ ଉଠା ଯାଇଥିଲା। ଏହି ଫଟୋକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story