ଅକାଳରେ ଚାଲିଯାଇଥିଲେ କଳାକାର, ଦୁର୍ଘଟଣା ନେଇଥିଲା ଜୀବନ

ଓଡ଼ିଶା ରିପୋର୍ଟର(ଭୁବନେଶ୍ୱର): ଗତମାସରେ ଏକ ସଡ଼କ ଦୁର୍ଘଟଣାରେ ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ଘଟିଥିଲା। ଛତିଶଗଡ଼ର ରାୟପୁରର ବାହାରି ଅଞ୍ଚଳରେ ତାଙ୍କ କାର୍‌ ଓ ଏକ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଥିଲା। ତେବେ ଦୁର୍ଘଟଣା ଜଣେ କଳାକାରଙ୍କ ମୃତ୍ୟୁ ଘଟିବା କିଛି ନୂଆ କଥା ନୁହେଁ। ଅନେକ ଜଣାଶୁଣା ସେଲେବ୍ରିଟିଙ୍କର […]

actress

actress

Chinmayee Roy
  • Published: Saturday, 03 August 2019
  • Updated: 03 August 2019, 01:45 PM IST

Sports

Latest News

ଓଡ଼ିଶା ରିପୋର୍ଟର(ଭୁବନେଶ୍ୱର): ଗତମାସରେ ଏକ ସଡ଼କ ଦୁର୍ଘଟଣାରେ ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହଙ୍କର ମୃତ୍ୟୁ ଘଟିଥିଲା। ଛତିଶଗଡ଼ର ରାୟପୁରର ବାହାରି ଅଞ୍ଚଳରେ ତାଙ୍କ କାର୍‌ ଓ ଏକ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଥିଲା। ତେବେ ଦୁର୍ଘଟଣା ଜଣେ କଳାକାରଙ୍କ ମୃତ୍ୟୁ ଘଟିବା କିଛି ନୂଆ କଥା ନୁହେଁ। ଅନେକ ଜଣାଶୁଣା ସେଲେବ୍ରିଟିଙ୍କର ବି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ।

ସୌନ୍ଦର୍ଯ୍ୟା ସତ୍ୟନାରାୟଣ: ସୌନ୍ଦର୍ଯ୍ୟା ନାଁରେ ସେ ଖୁବ୍ ପରିଚିତ ଥିଲେ। ସେ ଏକାଧାରରେ ଜଣେ ଅଭିନେତ୍ରୀ ଓ ପ୍ରଯୋଜକ ଥିଲେ। ସେ ତେଲୁଗୁ ଫିଲ୍ମ ସହିତ କିଛି କନ୍ନଡ଼, ତାମିଲ, ମାଲାୟାଲାମ ଓ ହିନ୍ଦୀ ଫିଲ୍ମରେ ମଧ୍ୟ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। କନ୍ନଡ଼ ଫିଲ୍ମ ‘ଦ୍ୱୀପ’ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଅମିତାଭ ବଚ୍ଚନଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସୂର୍ଯ୍ୟବଂଶମ୍’ରେ ଆପଣମାନେ ତାଙ୍କୁ ଦେଖିଥିବେ। ତେବେ ଦୁଃଖର କଥା ମାତ୍ର ୩୧ ବର୍ଷରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୦୪ ଏପ୍ରିଲ୍ ୧୭ ତାରିଖରେ ସେ ନିର୍ବାଚନ ପ୍ରଚାର ପାଇଁ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ ବେଙ୍ଗାଲୁରୁ ନିକଟରେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦିବ୍ୟା ଭାରତୀ:  ବଲିଉଡ୍‌ରେ ପ୍ରବେଶ କରୁ କରୁ ଲଗାତାର ହିଟ୍ ଫିଲ୍ମ ଦେଇ ହଇଚଇ ସୃଷ୍ଟି କରି ଦେଇଥିଲେ ଦିବ୍ୟା ଭାରତୀ। ୧୯୯୨ରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ ଓ ୧୯୯୩ ଏପ୍ରିଲ୍ ୫ ତାରିଖରେ ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା।  ସେ ତାଙ୍କ ଆପାର୍ଟମେଣ୍ଟର ପଞ୍ଚମ ମହଲାର ବାଲକୋନୀରୁ ପଡ଼ିଯାଇଥିଲେ ବୋଲି କୁହାଯାଏ। ଅବଶ୍ୟ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ବି ହୋଇଥିଲା। ଏହାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ପୁଲିସ୍‌ ଏହାକୁ ଏକ ଦୁର୍ଘଟଣା କହି ଏହାର ତଦନ୍ତ ବନ୍ଦ କରିଦେଇଥିଲେ। ୧୯୯୨ରୁ ମୃତ୍ୟୁ ଭିତରେ ସେ ୧୪ଟି ଫିଲ୍ମରେ ଅଭିନୟ କରିଥିଲେ, ଯାହା ଏବେ ବି ଏକ ରେକର୍ଡ ହୋଇ ରହିଛି।

ଯଶପାଲ ଭଟ୍ଟି: ଲୋକପ୍ରିୟ କମେଡିଆନ୍‌ ଯଶପାଲ୍‌ ଭଟ୍ଟିଙ୍କର ୨୦୧୨ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମାତ୍ର ୫୭ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲା। ସେ ତାଙ୍କ ପୁଅ ଯଶରାଜଙ୍କ ସହ ନିଜ ଫିଲ୍ମ ‘ପାୱାର କଟ୍‌’ର ପ୍ରମୋଶନ୍‌ କରିବାକୁ ଭଟିଣ୍ଡା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ଲୋକପ୍ରିୟ କମେଡି ଶୋ’ ‘ଫ୍ଲପ୍‌ ଶୋ’, ‘ଉଲଟାପୁଲଟା’ ସହିତ ‘ଆ ଅବ୍‌ ଲୌଟ୍ ଚଲେ’ ଓ ‘ହମାରା ଦିଲ୍ ଆପକେ ପାସ୍‌ ହେ’ ଭଳି ଫିଲ୍ମରେ ବି କାମ କରିଥିଲେ।

ତରୁଣୀ ସଚଦେବ୍: ରସ୍ନା ଗର୍ଲ ଭାବେ ପରିଚିତ ତରୁଣୀଙ୍କର ୨୦୧୨ ନେପାଳରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା। ଦୁଃଖର କଥା ହେଉଛି, ସେଦିନ ତାଙ୍କ ଜନ୍ମଦିନ ଥିଲା। ଏହି ଦୁର୍ଘଟଣାରେ ତାଙ୍କ ମା’ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।  ସେ ରସ୍ନା ସହିତ କୋଲ୍‌ଗେଟ୍‌, ଆଇସିଆଇସିଆଇ ବ୍ୟାଙ୍କ୍‌, ରିଲାଏନ୍ସ ମୋବାଇଲ୍‌, ଏଲ୍‌ଜି, କଫି ବାଇଟ୍‌ ଓ ଶକ୍ତି ମସଲା ଆଦି ପାଇଁ ବିଜ୍ଞାପନ କରିଥିଲେ। ସେ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ପା’ ସହିତ ଦୁଇଟି ମାଲାୟାଲାମ ଫିଲ୍ମରେ ବି କାମ କରିଥିଲେ।

ସୋନିକା ଚୌହାନ୍: ଅଭିନେତ୍ରୀ, ମଡେଲ୍‌ ଓ ଟିଭି ଉପସ୍ଥାପିକା ସୋନିକା ଚୌହାନଙ୍କର ମୃତ୍ୟୁ ମଧ୍ୟ ଦୁର୍ଘଟଣାରେ ହୋଇଥିଲା। ସୋନିକା ପ୍ରୋ-କବାଡ଼ିର ଉପସ୍ଥାପିକା ଥିଲେ। ୨୦୧୭ରେ ତାଙ୍କର ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ସୋନିକାଙ୍କ ବନ୍ଧୁ ବିକ୍ରମ ଚଟାର୍ଜି ମଦ ପିଇ ଗାଡ଼ି ଚଲାଉଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଏଥିପାଇଁ ବିକ୍ରମଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି।

SalilMitrସଲିଲ ମିତ୍ର: ଓଲିଉଡ୍‌ ଅଭିନେତା ସଲିଲ ମିତ୍ରଙ୍କର ଚଳିତ ବର୍ଷ ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଗତ ମେ’ ୧୨ ତାରିଖରେ କରଞ୍ଜିଆରେ ଏକ ଗୀତର ଶୁଟିଂ ଶେଷ କରି ଫେରୁଥିବା ବେଳେ  କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକ ଗାଈକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ଜୋରରେ ବ୍ରେକ୍‌ ଦେବାରୁ କାର୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏଥିଯୋଗୁ ତାଙ୍କ ଛାତିରେ ଜୋରରେ ମାଡ଼ ହୋଇଥିଲା। ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା। ଏଠାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଜୁନ୍ ୩ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story