କ୍ଲାସ୍‌ମେଟ୍‌ ଝିଅର ହାତ ଧରି କପିଲ ‘ଖାଇଲେ, ସାଦି କା ଲଡ୍ଡୁ’

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କମେଡି କିଂ କପିଲ୍‌ ଶର୍ମା ନିଜ ଲଙ୍ଗଟାଇମ୍‌ ଗର୍ଲଫ୍ରେଣ୍ଡ ଗିନ୍ନି ଚିତ୍‌ରର୍ଥ୍‌ଙ୍କ ସହ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଏହି ପଞ୍ଚାବୀ ୱେଡିଂ ଗିନ୍ନିଙ୍କ ହୋମ୍‌ଟାଉନ୍‌ ଜାଲନ୍ଧର୍‌ରେ ହୋଇଛି। ବାହାଘର ପରେ ଏବେ ସୋଶାଲ୍‌ ମିଡିଆରେ ଏହି ନ୍ୟୁଲିମ୍ୟାରେଡ୍‌ କପଲ୍‌ଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି। ଦୁହେଁ ବାହାଘରରେ ରୟାଲ୍‌ ଲୁକ୍‌ରେ ନଜର ଆସିଛନ୍ତି। https://www.instagram.com/p/BrUAut6hvw5/?utm_source=ig_web_copy_link https://www.instagram.com/p/BrT1yCiBHDK/?utm_source=ig_web_copy_link କପିଲ ଗ୍ରୀନ୍‌ କଲର୍‌ ସେରୱାନି ସହ କ୍ରିମ୍‌ କଲର ପଗଡ଼ି ବାନ୍ଧିଥିବା […]

kapil

kapil

Chinmayee Roy
  • Published: Thursday, 13 December 2018
  • Updated: 13 December 2018, 03:09 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କମେଡି କିଂ କପିଲ୍‌ ଶର୍ମା ନିଜ ଲଙ୍ଗଟାଇମ୍‌ ଗର୍ଲଫ୍ରେଣ୍ଡ ଗିନ୍ନି ଚିତ୍‌ରର୍ଥ୍‌ଙ୍କ ସହ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି। ଏହି ପଞ୍ଚାବୀ ୱେଡିଂ ଗିନ୍ନିଙ୍କ ହୋମ୍‌ଟାଉନ୍‌ ଜାଲନ୍ଧର୍‌ରେ ହୋଇଛି। ବାହାଘର ପରେ ଏବେ ସୋଶାଲ୍‌ ମିଡିଆରେ ଏହି ନ୍ୟୁଲିମ୍ୟାରେଡ୍‌ କପଲ୍‌ଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି। ଦୁହେଁ ବାହାଘରରେ ରୟାଲ୍‌ ଲୁକ୍‌ରେ ନଜର ଆସିଛନ୍ତି।

https://www.instagram.com/p/BrUAut6hvw5/?utm_source=ig_web_copy_link

https://www.instagram.com/p/BrT1yCiBHDK/?utm_source=ig_web_copy_link

କପିଲ ଗ୍ରୀନ୍‌ କଲର୍‌ ସେରୱାନି ସହ କ୍ରିମ୍‌ କଲର ପଗଡ଼ି ବାନ୍ଧିଥିବା ସହ ହାତରେ ତଲୱାର ଧରିଥିବା ଭଙ୍ଗୀରେ ଦୃଷ୍ଟିକୁ ଆସିଛନ୍ତି। ସେହିପରି ଗିନ୍ନି ଲାଲ୍‌ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି, ଯେଉଁଥିରେ ସୁନେଲୀ ରଙ୍ଗର କମକୁଟ କାମ ହୋଇଛି। ଦୁହେଁ ଏହି ବ୍ରାଇଡାଲ୍‌ ଗେଟ୍‌ ଅପ୍‌ରେ ବେଶ୍‌ ଆକର୍ଷଣୀୟ ଦେଖାଯାଉଛନ୍ତି। ୱେଡିଂ ଭେନ୍ୟୁ ଲାଲ୍‌ ଓ ଧଳା ରଙ୍ଗର ଫୁଲରେ ସଜାଯାଇଥିଲା। ମନୋରଞ୍ଜନ ପାଇଁ ନୃତ୍ୟଶିଳ୍ପିମାନଙ୍କୁ ମଧ୍ୟ ଡକାଯାଇଥିଲା। କପିଲଙ୍କ ଏହି ସ୍ମରଣୀୟ ମୁହୂର୍ତ୍ତରେ ଟେଲିଭିଜନ୍‌ ଦୁନିଆର ଅନେକ କଳାକାର ସାମିଲ ହୋଇଥିଲେ।

ଜାଣିଛନ୍ତି, ଗିନ୍ନି ଓ କପିଲ୍‌ କଲେଜ୍‌ ବେଳରୁ ହିଁ ବନ୍ଧୁ ଥିଲେ। ଦୁହେଁ ଏକାଠି ଷ୍ଟାରୱାନ୍‌ରେ ପ୍ରସାରିତ ସୋ’ ‘ହଁସ୍ ବଲିଏ’ରେ ଭାଗ ନେଇଥିଲେ। ବାହାଘର ପରେ କପିଲ୍ ଆସନ୍ତା ୧୪ ତାରିଖ ଦିନ ନିଜ ହୋମ୍‌ ଟାଉନ୍‌ ଅମୃତସର୍‌ରେ ରିସେପ୍ସନ୍‌ ପାର୍ଟି ଦେବେ। ବାହାଘର ପରେ କପିଲ ବହୁତ ଶୀଘ୍ର ନିଜ ସୋ ନେଇ ପରଦାକୁ ଫେରୁଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos