'ବିଗ୍‌ବସ୍‌-୧୩'ରେ ସାମିଲ୍‌ ହେବାକୁ ଜିଟିଭି ଶୋ’ ଛାଡ଼ିଲେ ଦଲ୍‌ଜୀତ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ବିଗ୍‌ବସ୍‌-୧୩’। କିଛିଦିନ ତଳେ ଏହାର ପ୍ରମୋ ମଧ୍ୟ ଲଞ୍ଚ୍‌ ହେଇସାରିଛି। ଏହା ସହିତ ଏହି ଶୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଛି। ଅନ୍ୟପଟେ ଇଚ୍ଛୁକ ପ୍ରାର୍ଥୀମାନେ ଏହି ଶୋ’ରେ ସ୍ଥାନ ପାଇବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଖବର ମିଳିଛି ଯେ, ଜିଟିଭିରେ ପ୍ରସାରିତ ହେଉଥିବା  ‘ଗୁଡନ୍‌- ତୁମ୍‌ସେ ନା ହୋପାଏଗା’ରେ ‘ଅନ୍ତରା’ ଚରିତ୍ରରେ ଅଭିନୟ କରୁଥିବା ଦଲ୍‌ଜୀତ୍‌ କୌର୍‌ ‘ବିଗ୍‌ବସ୍‌-୧୩’ ରେ ଏଣ୍ଟ୍ରି କରିବା […]

daljiet-kaur

daljiet-kaur

Chinmayee Roy
  • Published: Saturday, 31 August 2019
  • Updated: 31 August 2019, 01:45 PM IST

Sports

Latest News

ମୁମ୍ବାଇ: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ବିଗ୍‌ବସ୍‌-୧୩’। କିଛିଦିନ ତଳେ ଏହାର ପ୍ରମୋ ମଧ୍ୟ ଲଞ୍ଚ୍‌ ହେଇସାରିଛି। ଏହା ସହିତ ଏହି ଶୋ’କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଛି। ଅନ୍ୟପଟେ ଇଚ୍ଛୁକ ପ୍ରାର୍ଥୀମାନେ ଏହି ଶୋ’ରେ ସ୍ଥାନ ପାଇବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଖବର ମିଳିଛି ଯେ, ଜିଟିଭିରେ ପ୍ରସାରିତ ହେଉଥିବା  ‘ଗୁଡନ୍‌- ତୁମ୍‌ସେ ନା ହୋପାଏଗା’ରେ ‘ଅନ୍ତରା’ ଚରିତ୍ରରେ ଅଭିନୟ କରୁଥିବା ଦଲ୍‌ଜୀତ୍‌ କୌର୍‌ ‘ବିଗ୍‌ବସ୍‌-୧୩’ ରେ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଖାସ୍ ସେଥିପାଇଁ ସେ କୁଆଡ଼େ ଏହି ଧାରାବାହିକ ଛାଡ଼ି ଦେଇଛନ୍ତି। ଅବଶ୍ୟ ଦଲ୍‌ଜୀତ୍‌ ନିଜେ ଏଯାଏ ଏ ନେଇ କିଛି ଘୋଷଣା କରି ନାହାନ୍ତି। ସେହିଭଳି ଉକ୍ତ ଶୋ’ ତରଫରୁ ମଧ୍ୟ କୌଣସି ଘୋଷଣା କରାଯାଇ ନାହିଁ। ତେବେ ସତରେ ଯଦି ଦଲ୍‌ଜୀତ୍‌ ଏହି ଶୋ’ ଛାଡ଼ି ଦେଇଥିବେ, ତା’ହେଲେ ‘ବିଗ୍‌ବସ୍‌’ ପାଇଁ ଏହା ତାଙ୍କର ସବୁଠୁ ବଡ଼ ତ୍ୟାଗ ହେବ।

https://twitter.com/TheKhbri/status/1167347060682711040

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଦଲ୍‌ଜୀତ୍‌ ବର୍ତ୍ତମାନ ନୋଟିସ୍‌ ପିରିୟଡ୍‌ରେ ଅଛନ୍ତି। ସେ ‘ବିଗ୍‌ବସ୍‌-୧୩’ରେ ଭାଗ ନେବା ପାଇଁ ଶୋ’ ଛାଡ଼ୁଥିବାରୁ ତାଙ୍କ ଚରିତ୍ରରେ ଆଉ ଜଣେ ଅଭିନେତ୍ରୀଙ୍କୁ ନେବାକୁ ପ୍ରଯୋଜନା ସଂସ୍ଥା କସରତ ଆରମ୍ଭ କରି ଦେଇଛି।

https://www.instagram.com/p/B1iytMxh9DP/?utm_source=ig_web_copy_link

ସୂଚନାଯୋଗ୍ୟ, ଦଲ୍‌ଜୀତ୍‌ କୌର୍ ଜିଟିଭିର ଧାରାବାହିକ ‘ମନ୍‌ସା’ରେ ଡେବ୍ୟୁ କରିଥିଲେ। ଏହାପରେ ସେ ‘କୁମ୍‌କୁମ୍‌’, ‘ମାନୋ ୟା ନା ମାନୋ’, ‘କୁଲ୍‌ବଧୂ’, ‘ଛୁନା ହେ ଆଶ୍‌ମାନ୍’, ‘ଇସ୍‌ ପ୍ୟାର କୋ କ୍ୟା ନାମ୍‌ ଦୁଁ’, ‘ସ୍ୱରାଗିନୀ’, ‘କାଲା ଟିକା’, ‘କୟାମତ୍‌ କି ରାତ୍’ ଓ ‘ସିଲ୍‌ସିଲା ବଦଲତେ ରିସ୍ତୋକା’ ପରି ଧାରାବାହିକରେ କାମ କରିଛନ୍ତି। ଏହା ବ୍ୟତୀତ ସେ ନଚ୍‌ବଲିୟେ ସିଜିନ୍‌-୪ରେ ମଧ୍ୟ ଶଲୀନ୍‌ ଭାନୋଟ୍‌ଙ୍କ ସହ ଭାଗ ନେଇଥିଲେ।

https://www.instagram.com/p/BvllMmSnRSA/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos