ତୁ ମୋ ଡାର୍ଲିଂ ଡାର୍ଲିଂ ଡାର୍ଲିଂରେ… ଦେଖନ୍ତୁ କେମିତି ହୋଇଥିଲା ହିରୋ ନଂ-୧ର ଗୀତ ମେକିଂ

ଭୁବନେଶ୍ବର(ଓଡିଶା ରିପୋର୍ଟର): ପୂଜା ବଜାରକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ହିରୋ ନଂ-୧। ତରଙ୍ଗ ସିନେ ପ୍ରଡକ୍ସନ୍ସ ନିର୍ମାଣ କରୁଥିବା ଫିଲ୍ମ ଗୁଡ଼ିକର ସବୁଠୁ ବଡ଼ ପ୍ଲସ୍ ପଏଣ୍ଟ ହେଲା ଏହାର ଗୀତ। ପ୍ରତି ଫିଲ୍ମର ପ୍ରାୟ ୯୯ ପ୍ରତିଶତ ଗୀତ ମେଲୋଡିଅସ୍ ଓ ସୁପରହିଟ୍। ଶ୍ରୋତା ଗୀତ ଗୁଡ଼ିକ ଶୁଣି ଖୁବ୍ ଏନ୍ଜୟ କରନ୍ତି। ବିଶେଷକରି ଯୁବପିଢ଼ି ଭିତରେ ପ୍ରାୟ ସବୁ ଗୀତର କ୍ରେଜ୍ ଖୁବ୍ ଦେଖାଦିଏ।

ଏବେ ଆସିଛି ଏହି ସଂସ୍ଥାର ନୂଆ ଫିଲ୍ମ ହିରୋ ନମ୍ୱର-୧ର ଡାର୍ଲିଂ ଡାର୍ଲିଂ ଗୀତର ମେକିଂ। ଅର୍ଥାତ୍ ଗୀତଟି ଗାୟକମାନେ କେମିତି ରେକର୍ଡ କରିଥିଲେ, ନିଦ୍ଦେର୍ଶକ କେମିତି କଷ୍ଟ କରୁଥିଲେ, କେମିତି ପୂରା ରେକର୍ଡିଂ ଟିମ୍ ଝୁମୁଥିଲେ ତାହା ଏହି ଭିଡିଓରେ ଦର୍ଶା ଯାଇଛି। ସୂଚନାଯୋଗ୍ୟ ଯେ, ହିରୋ ନଂ-୧ର ଏହି ଡାର୍ଲିଂ ଡାର୍ଲିଂ ଗୀତକୁ ଲେଖିଛନ୍ତି  ଜଣାଶୁଣା ଗୀତିକାର ନିର୍ମଳ ନାୟକ, ଗୀତଟି ଗାଇଛନ୍ତି ସତ୍ୟଜିତ୍ ଓ ଦୀପ୍ତିରେଖା ଏବଂ ଗୀତଟିର ମ୍ୟୁଜିକ୍ ଡିରେକ୍ଟର ହେଲେ ଅଭିଜିତ୍ ମଜୁମଦାର। ଡିଜେୱାଲା ଗୀତ ପରେ ଡାର୍ଲିଂ ଗୀତଟି ଦଶହରା ବଜାରରେ ବେଶ୍ ହିଟ୍ ହେବ ବୋଲି ଆଶା କରାଯାଉଛି।