ଚାଲିଗଲେ ସଞ୍ଜୀବ

ମୁମ୍ୱାଇ : ଜଣାଶୁଣା ଫିଲ୍ମ ଏଡିଟର୍‌ ସଞ୍ଜୀବ କୁମାର ଦତ୍ତାଙ୍କର ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଏବେ କାନାଡ଼ା ଥିବା ଫିଲ୍ମ ନିର୍ମାତା ନାଗେଶ କୁକୁନୁର ପ୍ରଥମେ ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ସେ କହିଥିଲେ, କିଛି ଦିନ ତଳେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା। କିନ୍ତୁ […]

vvvvv

Puspanjali Panda
  • Published: Monday, 16 September 2019
  • , Updated: 16 September 2019, 10:58 AM IST

ମୁମ୍ୱାଇ : ଜଣାଶୁଣା ଫିଲ୍ମ ଏଡିଟର୍‌ ସଞ୍ଜୀବ କୁମାର ଦତ୍ତାଙ୍କର ରବିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ହୃଦ୍‌ରୋଗରେ ପୀଡ଼ିତ ଥିଲେ।

ଏବେ କାନାଡ଼ା ଥିବା ଫିଲ୍ମ ନିର୍ମାତା ନାଗେଶ କୁକୁନୁର ପ୍ରଥମେ ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ସେ କହିଥିଲେ, କିଛି ଦିନ ତଳେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା। କିନ୍ତୁ ତା’ ସତ୍ତ୍ୱେ ସେ ସୁସ୍ଥ ହୋଇପାରି ନଥିଲେ। ତାଙ୍କ ମୃତ୍ୟୁରେ ଫିଲ୍ମ ଜଗତର ଅପୂରଣୀୟ କ୍ଷତି ହୋଇଛି। ସେ ସ୍ୱର୍ଗତ ରେଣୁ ସାଲୁଜାଙ୍କ ଶେଷ ଛାତ୍ର ଥିଲେ। ରେଣୁ ସାଲୁଜା ବହୁ ଲୋକଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କିନ୍ତୁ ତାଙ୍କର କାର୍ଯ୍ୟଧାରାକୁ କେବଳ ସଞ୍ଜୀବ କୁମାର ଦତ୍ତା ହିଁ ଆଗକୁ ବଢ଼ାଇ ନେଇଥିଲେ।

ନାଗେଶ କୁକୁନୁରଙ୍କ ପ୍ରାୟ ସମସ୍ତ ଫିଲ୍ମ ଏଡିଟ୍ କରିଥିବା ସଞ୍ଜୀବ ଥିଲେ ପୁନେ ସ୍ଥିତ ଏଫ୍‌ଟିଆଇଆଇର ଛାତ୍ର। ଦୌର୍‌, ‘ମର୍ଦାନୀ’, ‘ଇକ୍‌ବାଲ୍‌’ ଓ ‘ଏକ ହସୀନା ଥି’ ପରି ବଲିଉଡ୍‌ ଫିଲ୍ମରେ ସେ କାମ କରିଥିଲେ। ରେଣୁ ସାଲୁଜାଙ୍କ ସହଯୋଗୀ ଭାବେ କାମ ଆରମ୍ଭ କରିଥିବା ସଞ୍ଜୀବ ୮୦ ରୁ ଅଧିକ ହିନ୍ଦୀ ଓ ବଙ୍ଗାଳୀ ଫିଲ୍ମ ଏଡିଟ୍‌ କରିଥିଲେ।  କୁନ୍ଦନ ଶାହ, ଶ୍ରୀରାମ ରାଘବନ୍‌ ଓ ପ୍ରଦୀପ ସରକାରଙ୍କ ଭଳି ଫିଲ୍ମ ନିର୍ମାତାଙ୍କ ସହିତ ସେ କାମ କରିଥିଲେ। ତାଙ୍କ ମୃତ୍ୟୁରେ ଫିଲ୍ମ ଜଗତ ସହିତ ଜଡ଼ିତ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।

 

Related story