ବକ୍ସ ଅଫିସରେ ମୁହାଁମୁହିଁ ହେବ ଶାହାରୁଖଙ୍କ ‘ଡ଼ିୟର ଜିନ୍ଦଗୀ’ ଏବଂ ବିଦ୍ୟା ବାଲନଙ୍କ ‘କହାନୀ-୨’

ମୁମ୍ୱାଇ: ଶାହାରୁଖଙ୍କ ଫିଲ୍ମ ‘ରଇସ୍’ ଏବଂ ହ୍ରିତିକ୍‌ଙ୍କ ଫିଲ୍ମ ‘କାବିଲ’ର ଟକ୍କର ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ହେବାର ଅଛି। ଏବେ ଖବର ଆସୁଛି ଯେ, ଶାହାରୁଖ-ଆଲିୟାଙ୍କ ‘ଡ଼ିୟର ଜିନ୍ଦଗୀ’ ଏବଂ ସୁଜୟ ଘୋଷଙ୍କ ଫିଲ୍ମ ‘କହାନୀ-୨’ ମଧ୍ୟ ଗୋଟିଏ ଦିନରେ ରିଲିଜ୍ ହେବ। ଜୁଲାଇ ୧୯ରେ ରେଡ଼ ଚିଲିଜ ଟ୍ୱିଟ୍ କରି କହିଥିଲା ଯେ, ‘ଡ଼ିୟର ଜିନ୍ଦଗୀ’ ନଭେମ୍ୱର ୨୫ରେ ରିଲିଜ୍ ହେବ। ସୂଚନାଯୋଗ୍ୟ ଯେ, ‘ଡ଼ିୟର ଜିନ୍ଦଗୀ’ ଫିଲ୍ମକୁ ‘ଇଂଲିଶ ୱିଙ୍ଗଲିସ୍‌’ ଫମ୍‌ର ଗୌରୀ […]

srk-sm

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 11:03 PM IST

ମୁମ୍ୱାଇ: ଶାହାରୁଖଙ୍କ ଫିଲ୍ମ ‘ରଇସ୍’ ଏବଂ ହ୍ରିତିକ୍‌ଙ୍କ ଫିଲ୍ମ ‘କାବିଲ’ର ଟକ୍କର ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ହେବାର ଅଛି। ଏବେ ଖବର ଆସୁଛି ଯେ, ଶାହାରୁଖ-ଆଲିୟାଙ୍କ ‘ଡ଼ିୟର ଜିନ୍ଦଗୀ’ ଏବଂ ସୁଜୟ ଘୋଷଙ୍କ ଫିଲ୍ମ ‘କହାନୀ-୨’ ମଧ୍ୟ ଗୋଟିଏ ଦିନରେ ରିଲିଜ୍ ହେବ।

ଜୁଲାଇ ୧୯ରେ ରେଡ଼ ଚିଲିଜ ଟ୍ୱିଟ୍ କରି କହିଥିଲା ଯେ, ‘ଡ଼ିୟର ଜିନ୍ଦଗୀ’ ନଭେମ୍ୱର ୨୫ରେ ରିଲିଜ୍ ହେବ। ସୂଚନାଯୋଗ୍ୟ ଯେ, ‘ଡ଼ିୟର ଜିନ୍ଦଗୀ’ ଫିଲ୍ମକୁ ‘ଇଂଲିଶ ୱିଙ୍ଗଲିସ୍‌’ ଫମ୍‌ର ଗୌରୀ ସିନ୍ଦେ ନିର୍ଦ୍ଦେଶନା ଦେଇଛନ୍ତି। ମାର୍ଚ୍ଚରେ ବିଦ୍ୟା ବାଲନ୍ ‘କହାନୀ-୨’ ଟିଜର ଟ୍ୱିଟ୍‌ରେ ଫିଲ୍ମର ରିଲିଜ୍ ତାରିଖ ନଭେମ୍ବର ୨୫ କହିଥିଲେ। ଏହି ଫିଲ୍ମଟି ୨୦୧୨ ବର୍ଷର ବ୍ଲକ୍‌ବଷ୍ଟର ଫିଲ୍ମ ‘କହାନୀ’ର ସିକ୍ୱେଲ୍। ଫିଲ୍ମରେ ଅର୍ଜୁନ ରାମପାଲ ଏକ ଇମୋଶ୍‌ନଲ ଭୁମିକାରେ ନଜରକୁ ଆସିବେ।

ଜୁଲାଇ ୧୮ରେ ଶାହାରୁଖ ରାକେଶ ରୋଶନଙ୍କ ସହିତ ସାକ୍ଷାତ୍ କରି ‘କାବିଲ’ ଫିଲ୍ମର ରିଲିଜ୍ ତାରିଖ ବିଷୟରେ କଥାବାର୍ତ୍ତା କରିଥିଲେ । ଜୁଲାଇ ୨୦ରେ ‘କାବିଲ’ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ଟ୍ୱିଟ୍ କରି କହିଥିଲେ ଯେ, ଫିଲ୍ମର ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇନାହିଁ।

Related story