ଆଜିକାଲି ଦୀପିକାଙ୍କ ଭାଗ୍ୟ ଚମକୁଛି। ହିଟ୍ ଫିଲ୍ମ କରିବା ସହିତ ସେ ନିଜର ପାଉଣା ମଧ୍ୟ ବଢ଼େଇ ଦେଇଛନ୍ତି। ଖବର ଅନୁଯାୟୀ ଦୀପିକା ‘ପଦ୍ମାବତୀ’ ପାଇଁ ୧୨.୬୫ କୋଟି ଟଙ୍କା ଦାବି କରିଛନ୍ତି। ଯଦି ଏହି ଖବର ସତ ହୋଇଥାଏ, ତେବେ ଦୀପିକା ବଲିଉଡ୍ର ସବୁଠାରୁ ଦାମୀ ହିରୋଇନ୍ ହୋଇଯିବେ।
୨୦୧୩ରେ ଦୀପିକା ‘ରାମଲୀଲା’ ଫିଲ୍ମ ପାଇଁ ଏକ କୋଟି ଟଙ୍କା ନେଇଥିଲେ। ୨୦୧୫ରେ ‘ବାଜିରାଓ ମସ୍ତାନୀ’ ପାଇଁ ସେ ତାଙ୍କର ଫି’ ବଢ଼ାଇ ୭ କୋଟି କରି ଦେଇଥିଲେ ଏବଂ ଏବେ ସେ ୧୨.୬୫ କୋଟିରେ ପହଞ୍ଚି ଯାଇଛନ୍ତି। ବକ୍ସ ଅଫିସ୍ରେ ଦୀପିକାଙ୍କ ୯ଟି ଫିଲ୍ମ ମଧ୍ୟରୁ ୭ଟି ହିଟ୍ ହୋଇଛି। ତେଣୁ ତାଙ୍କର ଫି’ ବଢ଼ିବା ସ୍ୱାଭାବିକ।
‘ପଦ୍ମାବତୀ’ର ରୋଲ ଫାଇନାଲ୍ ହୋଇଯିବା ପରେ ନିର୍ମାଣ ଏବେ ପଦ୍ମାବତୀଙ୍କ ସ୍ୱାମୀଙ୍କ ରୋଲ୍ ପାଇଁ ହିରୋ ଖୋଜୁଛନ୍ତି। ତାଙ୍କ ସ୍ୱାମୀ ଚରିତ୍ରରେ ଅଭିନୟ କରିବା ପାଇଁ ବିକି କୌଶଲଙ୍କ ଠାରୁ ନେଇ ସାହିଦ କପୁର ଓ ରନବୀର ସିଂହଙ୍କ ନାମ ଚର୍ଚ୍ଚାରେ ଅଛି।