‘ଅମୃତା ପ୍ରିତମ’ ନୁହେଁ, ‘ସପନା ଦିଦି’ ଭୂମିକାରେ ଆସିବେ ଦୀପିକା ପାଦୁକୋନ୍‌

ମୁମ୍ବାଇ: ଦୀପିକାଙ୍କ ଫିଲ୍ମ ‘ପଦ୍ମାବତୀ’ ଆଗକୁ ରିଲିଜ୍ ହେବାର ଅଛି। ଏହା ହେଉଛି ସଞ୍ଜୟଲୀଲା ଭଂଶାଲୀଙ୍କ ସହ ତାଙ୍କର ତୃତୀୟ ଫିଲ୍ମ। ନିକଟରେ ଶୁଣିବାକୁ ମିଳିଥିଲା ଯେ ଦୀପିକା ସଞ୍ଜୟଙ୍କ ଆଗାମୀ ପ୍ରୋଜେକ୍ଟରେ ମଧ୍ୟ କାମ କରିବେ। ସେ ତାଙ୍କ ଫିଲ୍ମରେ ପ୍ରସିଦ୍ଧ ଲେଖକ ଅମୃତା ପ୍ରିତମଙ୍କ ଭୂମିକାରେ ନଜର ଆସିବେ। କିନ୍ତୁ ଏହି କଥା ଉପରେ ଦୀପିକା ଏବେ ମୁହଁ ଖୋଲିଛନ୍ତି ଓ ଏହି ଖବରକୁ ମିଛ ବୋଲି କହିଛନ୍ତି। ଫିଲ୍ମ ଫେୟାର ମାଗାଜିନ୍‌କୁ ଦେଇଥିବା […]

deepika

deepika

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 12:06 PM IST

ମୁମ୍ବାଇ: ଦୀପିକାଙ୍କ ଫିଲ୍ମ ‘ପଦ୍ମାବତୀ’ ଆଗକୁ ରିଲିଜ୍ ହେବାର ଅଛି। ଏହା ହେଉଛି ସଞ୍ଜୟଲୀଲା ଭଂଶାଲୀଙ୍କ ସହ ତାଙ୍କର ତୃତୀୟ ଫିଲ୍ମ। ନିକଟରେ ଶୁଣିବାକୁ ମିଳିଥିଲା ଯେ ଦୀପିକା ସଞ୍ଜୟଙ୍କ ଆଗାମୀ ପ୍ରୋଜେକ୍ଟରେ ମଧ୍ୟ କାମ କରିବେ। ସେ ତାଙ୍କ ଫିଲ୍ମରେ ପ୍ରସିଦ୍ଧ ଲେଖକ ଅମୃତା ପ୍ରିତମଙ୍କ ଭୂମିକାରେ ନଜର ଆସିବେ। କିନ୍ତୁ ଏହି କଥା ଉପରେ ଦୀପିକା ଏବେ ମୁହଁ ଖୋଲିଛନ୍ତି ଓ ଏହି ଖବରକୁ ମିଛ ବୋଲି କହିଛନ୍ତି।

ଫିଲ୍ମ ଫେୟାର ମାଗାଜିନ୍‌କୁ ଦେଇଥିବା ଏକ ସାକ୍ଷତକାରରେ ଦୀପିକା କହିଛନ୍ତି ଯେ ସେ ସାହିର ଲୁଧିୟାନବୀ ଓ ଅମୃତା ପ୍ରିତମଙ୍କ ଜୀବନି ଉପରେ ତିଆରି ହେବାକୁ ଥିବା ଫିଲ୍ମରେ କାମ କରିବେନି। ସେ ଭିଶାଲ ଭରଦ୍ୱାଜଙ୍କ ଫିଲ୍ମ ‘ସପନା ଦିଦି’ରେ କାମ କରିବେ ବୋଲି କହିଛନ୍ତି। ସେଥିରେ ତାଙ୍କ ସହ ଇରଫାନ ଖାନ୍‌ ନଜର ଆସିବେ।

ଯଦି ଦୀପିକା ‘ଅମୃତା ପ୍ରିତମ’ଙ୍କ ଚରିତ୍ରରେ ଅଭିନୟ କରିଥାନ୍ତେ, ତା’ହେଲେ ଏହା ଭଂଶାଲୀଙ୍କ ସହ ତାଙ୍କର ଚତୁର୍ଥ ଫିଲ୍ମ ହୋଇଥାନ୍ତା। ସେ ତାଙ୍କ ସହ ‘ରାମ ଲୀଲା’, ‘ପଦ୍ମାବତୀ’ ଓ ‘ବାଜିରାଓ ମସ୍ତାନୀ’ରେ କାମ କରିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ: କମେଡ଼ି କିଙ୍ଗ୍ କପିଲ୍ ଶର୍ମା କରିବେ ବିଗ୍‌ ବସ୍‌ରେ ଏଣ୍ଟ୍ରି

‘ସପନା ଦିଦି’ରେ ସେ ଅଶି ଦଶକର ଗ୍ୟାଙ୍ଗଷ୍ଟାର ରହିମା ଖାନଙ୍କ ଭୂମିକାରେ ନଜର ଆସିବେ। ତେବେ ସେ ସପନା ଦିଦି ନାଁରେ ଅଧିକ ଜଣାଶୁଣା। ଫିଲ୍ମରେ ଇରଫାନ ଖାନ୍‌ ଇବ୍ରାହିମ୍‌ଙ୍କ ଭୂମିକାରେ ନଜର ଆସିବେ।

ଏବେ ଦୀପିକା ‘ପଦ୍ମାବତୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଡିସେମ୍ବର ୧ରେ  ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos