ହାପି ମୁଡ୍‌ରେ ଦୀପିକାଙ୍କ ହଟ୍‌ ଫଟୋସୁଟ୍

ମୁମ୍ୱାଇ(ଓଡିଶା ରିପୋର୍ଟର): ବହୁ ବିବାଦର ସାମ୍ନା କରି ରିଲିଜ ହୋଇଥିବା ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଦ୍ମାବତ୍’ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ସାରା ଦେଶରେ ବିଭିନ୍ନ ପ୍ରେକ୍ଷାଳୟରେ ଏବେ ଏହି ଫିଲ୍ମ ହାଉସଫୁଲ ରହୁଛି। କିଛି ସ୍ଥାନରେ ରିଲିଜ ନ ହୋଇଥିଲେ ବି ‘ପଦ୍ମାବତ୍’ ବକ୍ସ ଅଫିସ୍‌ରେ ବର୍ତ୍ତମାନ ସୁଧା ୧୫୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ବିଦେଶରେ ମଧ୍ୟ ଏହା ବେଶ ସଫଳତା ହାସଲ କରିଛି।

ପଦ୍ମାବତ୍‌ର ସଫଳତା ଦୀପିକାଙ୍କ ପାଇଁ ବହୁତ ଖାସ୍ । ଏତେ ଦିନର ମାନସିକ ଯନ୍ତ୍ରଣା ପରେ ସେ ଏବେ ଖୁସି ଥିବାପରି ଜଣା ପଡ଼ୁଛି। ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି Vouge ମାଗାଜିନ୍ ଫଟୋ ସୁଟ୍‌ରେ ।

ଏହି ଫଟୋ ସୁଟ୍‌ର ଥିମ୍ ରହିଥିଲା, ‘ବ୍ରାଇଟ୍ ଓ ହାପି’। ତେଣୁ ଦୀପିକା ଏହି ଥିମ୍ ଅନୁଯାୟୀ ନିଜ ଅମୂଲ୍ୟ ହସରେ ସାରା ଦେଶବାସୀଙ୍କୁ ଘାଇଲା କରିଛନ୍ତି। ତା ହେଲେ ଆସନ୍ତୁ ଦେଖିବା ଦୀପିକାଙ୍କ କିଛି ନଟି ପୋଜ୍‌ର ଫଟୋ।