ରାକ୍ଷୀ ପୂର୍ବରୁ ଧରମ ଭଉଣୀକୁ ମନେ ପକାଇ ଭାବପ୍ରବଣ ହେଲେ ଧର୍ମେନ୍ଦ୍ର

ମୁମ୍ୱାଇ : ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ର ବିଭିନ୍ନ ସମୟରେ ତାଙ୍କର ପୁରୁଣା ସ୍ମୃତିକୁ ମନେ ପକାଇ ସୋଶାଲ୍‌ ମିଡିଆରେ ଅନେକ ଭାବପ୍ରବଣ କଥା ଶେଆର୍ କରନ୍ତି। ବେଳେ ବେଳେ ସେ ପୁରୁଣା ଫଟୋ ମଧ୍ୟ ପୋଷ୍ଟ୍ କରନ୍ତି। ଆଜି ମଧ୍ୟ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଏଭଳି କିଛି ଦେଖିବାକୁ ମିଳିଛି। ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଥିବା ବେଳେ ଆଜି ସକାଳେ ସେ ତାଙ୍କ ପୁରୁଣା ଦିନର ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ଜଣେ ମହିଳା […]

dharmendra1

dharmendra1

Puspanjali Panda
  • Published: Wednesday, 14 August 2019
  • Updated: 14 August 2019, 03:13 PM IST

Sports

Latest News

ମୁମ୍ୱାଇ : ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ର ବିଭିନ୍ନ ସମୟରେ ତାଙ୍କର ପୁରୁଣା ସ୍ମୃତିକୁ ମନେ ପକାଇ ସୋଶାଲ୍‌ ମିଡିଆରେ ଅନେକ ଭାବପ୍ରବଣ କଥା ଶେଆର୍ କରନ୍ତି। ବେଳେ ବେଳେ ସେ ପୁରୁଣା ଫଟୋ ମଧ୍ୟ ପୋଷ୍ଟ୍ କରନ୍ତି। ଆଜି ମଧ୍ୟ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଏଭଳି କିଛି ଦେଖିବାକୁ ମିଳିଛି। ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ଥିବା ବେଳେ ଆଜି ସକାଳେ ସେ ତାଙ୍କ ପୁରୁଣା ଦିନର ଏକ ଫଟୋ ପୋଷ୍ଟ୍ କରିଛନ୍ତି, ଯେଉଁଥିରେ ଜଣେ ମହିଳା ତାଙ୍କୁ ରାକ୍ଷୀ ବାନ୍ଧି ଦେଉଛନ୍ତି। ସେ ତାଙ୍କ ନିଜ ରକ୍ତର ଭଉଣୀ ନୁହନ୍ତି। କିନ୍ତୁ ଧର୍ମେନ୍ଦ୍ର ତାଙ୍କୁ ବହୁତ ଭଲ ପାଆନ୍ତି। ଅବଶ୍ୟ ସେ ଏବେ ଆଉ ଏହି ଦୁନିଆରେ ନାହାନ୍ତି।

ଏ ଫଟୋ ପୋଷ୍ଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି, ମୋ ଗାଁର ଏହି ଦେବୀ ମୋତେ ତାଙ୍କ ମାତୁଙ୍ଗ ରୋଡ୍‌ ସ୍ଥିତ ରେଳବାଇ କ୍ୱାର୍ଟର୍ସର ବାଲ୍‌କୋନୀରେ ରହିବା ପାଇଁ ଜାଗା ଦେଇଥିଲେ। ପ୍ରତି ବର୍ଷ ସେ ମୋତେ ରାକ୍ଷୀ ବାନ୍ଧୁଥିଲେ। ସେ ଆଉ ନାହାନ୍ତି। ରାକ୍ଷୀ ଦିନ ତାଙ୍କ କଥା ବହୁତ ମନେ ପଡ଼େ।

ଏହା ସହିତ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ସାରା ଦେଶର ଭାଇଭଉଣୀଙ୍କୁ ଶୁଭ କାମନା ଜଣାଇଛନ୍ତି।

https://twitter.com/aapkadharam/status/1161461562613256192

ସୂଚନାଯୋଗ୍ୟ, ଅନେକ ହିନ୍ଦୀ ଫିଲ୍ମରେ ଧର୍ମେନ୍ଦ୍ର ଜଣେ ଦାୟିତ୍ୱବାନ୍‌ ଭାଇ ଚରିତ୍ରରେ ଅଭିନୟ କରିଛନ୍ତି। ‘ରେଶମ୍‌ କି ଡୋରି’ ପରି ଫିଲ୍ମରେ ଧର୍ମେନ୍ଦ୍ର ଭାଇ ଚରିତ୍ରରେ ଚମତ୍କାର ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos