ଭାଇରାଲ୍‌ ହେଲା ଢିଙ୍କଚକ୍‌ ପୂଜାଙ୍କର ନୂଆ ଗୀତ, ୟୁଟ୍ୟୁବ୍‌ ଟ୍ରେଣ୍ଡିଂ ଲିଷ୍ଟରେ ପାଇଲା ସ୍ଥାନ

ମୁମ୍ୱାଇ: ‘ସେଲ୍‌ଫି ମୈନେ ଲେ ଲୀ ଆଜ୍‌’ ଗୀତ ଗାଇ ଇଣ୍ଟରନେଟ୍‌ରେ ପପୁଲାର୍‌ ହୋଇଥିବା ଢିଙ୍କ୍‌ଚକ୍‌ ପୂଜାଙ୍କର ଏକ ନୂଆ ଗୀତ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ଏହି ଗୀତର ଟାଇଟଲ୍‌ ହେଉଛି ‘ନାଚ କେ ପାଗଲ୍‌।’ ଗୀତଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ୟୁଜର୍‌ ଦେଖିସାରିଛନ୍ତି। ୟୁଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟରେ ଗୀତଟି ୪ ନମ୍ୱରରେ ରହିଛି। ଗୀତଟିକୁ ପୂଜା ସ୍ୱିମିଙ୍ଗ୍‌ ପୁଲ୍‌ରେ ରାପ୍‌ ଓ ଡାନ୍ସରସ୍‌ଙ୍କ ସହିତ ନାଚୁଥିବା ବେଳେ ଶୁଟିଂ କରିଛନ୍ତି। […]

puja

puja

Puspanjali Panda
  • Published: Monday, 29 July 2019
  • Updated: 29 July 2019, 05:16 PM IST

Sports

Latest News

ମୁମ୍ୱାଇ: ‘ସେଲ୍‌ଫି ମୈନେ ଲେ ଲୀ ଆଜ୍‌’ ଗୀତ ଗାଇ ଇଣ୍ଟରନେଟ୍‌ରେ ପପୁଲାର୍‌ ହୋଇଥିବା ଢିଙ୍କ୍‌ଚକ୍‌ ପୂଜାଙ୍କର ଏକ ନୂଆ ଗୀତ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ୍‌ ହେବାରେ ଲାଗିଛି। ଏହି ଗୀତର ଟାଇଟଲ୍‌ ହେଉଛି ‘ନାଚ କେ ପାଗଲ୍‌।’

ଗୀତଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ୟୁଜର୍‌ ଦେଖିସାରିଛନ୍ତି। ୟୁଟ୍ୟୁବ୍‌ର ଟ୍ରେଣ୍ଡିଂ ଲିଷ୍ଟରେ ଗୀତଟି ୪ ନମ୍ୱରରେ ରହିଛି। ଗୀତଟିକୁ ପୂଜା ସ୍ୱିମିଙ୍ଗ୍‌ ପୁଲ୍‌ରେ ରାପ୍‌ ଓ ଡାନ୍ସରସ୍‌ଙ୍କ ସହିତ ନାଚୁଥିବା ବେଳେ ଶୁଟିଂ କରିଛନ୍ତି।

ପ୍ରତ୍ୟେକ ଗୀତରେ ପୂଜାଙ୍କୁ ମ୍ୟୁଜିକ୍‌ ବିଟ୍‌ ବାହାରେ ନାଚିବା ଓ ଗୀତ ଗାଉଥିବାର ଦେଖିବାକୁ ମିଳିଥାଏ। ଏହା ପୂର୍ବରୁ ମଧ୍ୟ ପୂଜାଙ୍କର ‘ଦିଲୋଁ କା ଶୁଟର୍‌’ ଏବଂ ‘ସ୍ୱେଗ୍‌ ବାଲି ଟୋପି’ ପରି ଗୀତ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ତେବେ ‘ନାଚ କେ ପାଗଲ୍‌।’ ଗୀତଟି ୨୫ ଜୁଲାଇରେ ରିଲିଜ୍‌ ହେବା ପରେ ୟୁଟ୍ୟୁବ୍‌ ଟ୍ରେଣ୍ଡିଂ ଲିଷ୍ଟକୁ ଆସିଛି। ଗୀତ ପାଇଁ ଲୋକପ୍ରିୟ ହୋଇଥିବା ଢିଙ୍କ୍‌ ଚକ୍‌ ପୂଜା ରିୟଲିଟି ଶୋ’ ‘ବିଗବସ୍‌’କୁ ଯିବା ପାଇଁ ସୁଯୋଗ ପାଇଥିଲେ। କିନ୍ତୁ ‘ବିଗବସ୍‌’ରେ ତାଙ୍କର ପରଫର୍ମାନ୍ସ ଏତେଟା ଭଲ ନଥିଲା। ଏଥିପାଇଁ ସେ ବେଶି ଦିନ ପର୍ଯ୍ୟନ୍ତ ‘ବିଗବସ୍‌’ରେ ରହିପାରିନଥିଲେ।

ପୂଜାଙ୍କର ନୂଆ ଗୀତ ‘ନାଚ୍‌ କେ ପାଗଲ୍‌’ରେ ୟୁଜର୍ସମାନେ ୟୁଟ୍ୟୁବ୍‌ କମେଣ୍ଟ ବକ୍ସରେ କିଛି ବି କମେଣ୍ଟ୍‌ ଦେଇପାରୁନାହାନ୍ତି। ଏହାର କାରଣ, ଗୀତରେ କମେଣ୍ଟ୍‌ ଦେବା ପାଇଁ ପୂଜା କୌଣସି ବିକଳ୍ପ ରଖିନାହାନ୍ତି। କିନ୍ତୁ ଟ୍ୱିଟର୍‌ରେ ୟୁଜର ଏହି ଗୀତରେ ମଜାଳିଆ କମେଣ୍ଟ୍‌ ଦେବା ସହିତ ଏହାକୁ ଫନ୍ନି ଓ ଦେଖିବା ବର୍ଦାସ୍ତ ବାହାରେ ବୋଲି କହିଛନ୍ତି। ତଥାପି ପୂଜାଙ୍କର ଏହି ମ୍ୟୁଜିକ୍‌ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଛି।

 

https://youtu.be/1AFQGcP1VoQ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos