ଡାଇରେକ୍ଟର ସଲମାନଙ୍କୁ ଭୁଲରେ ଡାକି ଦେଲେ ଶାହାରୁଖ: ଆଉ ତା’ପରେ...

ମୁମ୍ବାଇ: ସଲମାନଙ୍କ ରାଗ ବିଷୟରେ ତ ପୂରା ବଲିଉଡ୍‌ ଜାଣିଛି। ତେଣୁ କେହି ବି ସଲମାନ୍‌ଙ୍କୁ ନାରାଜ କରିବା ବା ରଗେଇବାକୁ ଭୁଲରେ ବି ଚାହାଁନ୍ତି ନାହିଁ। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ତାଙ୍କୁ ଏପରି କିଛି କହି ଦେଇଥିଲେ ଯାହା ସଲମାନ୍‌ଙ୍କୁ କ୍ରୋଧିତ କରିବା ପାଇଁ ଯଥେଷ୍ଟ ଥିଲା। ତେବେ ରାଗରେ ସଲମାନ ଏମିତି କରି ଦେବେ ବୋଲି କେହି ଭାବି ନଥିଲେ। ଘଟଣାଟି ‘ସଲାମ-ଏ-ଇସ୍କ’ ଫିଲ୍ମର ସୁଟିଂ ବେଳର। ନିର୍ଦ୍ଦେଶକ ନିଖିଲ […]

salmankhan

Rakesh Mallick
  • Published: Friday, 29 December 2017
  • , Updated: 29 December 2017, 04:25 PM IST

ମୁମ୍ବାଇ: ସଲମାନଙ୍କ ରାଗ ବିଷୟରେ ତ ପୂରା ବଲିଉଡ୍‌ ଜାଣିଛି। ତେଣୁ କେହି ବି ସଲମାନ୍‌ଙ୍କୁ ନାରାଜ କରିବା ବା ରଗେଇବାକୁ ଭୁଲରେ ବି ଚାହାଁନ୍ତି ନାହିଁ। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ତାଙ୍କୁ ଏପରି କିଛି କହି ଦେଇଥିଲେ ଯାହା ସଲମାନ୍‌ଙ୍କୁ କ୍ରୋଧିତ କରିବା ପାଇଁ ଯଥେଷ୍ଟ ଥିଲା। ତେବେ ରାଗରେ ସଲମାନ ଏମିତି କରି ଦେବେ ବୋଲି କେହି ଭାବି ନଥିଲେ।

ଘଟଣାଟି ‘ସଲାମ-ଏ-ଇସ୍କ’ ଫିଲ୍ମର ସୁଟିଂ ବେଳର। ନିର୍ଦ୍ଦେଶକ ନିଖିଲ ଆଡ଼ଭାନୀ ସୁଟିଂ ସେଟ୍‌ରେ ସଲମାନ୍‌ଙ୍କୁ ଶାହାରୁଖ୍ ଡାକି ଦେଇଥିଲେ। ସେ କହିଥିଲେ,“ଶାହାରୁଖ ସଟ୍ ରେଡ୍ଡି”। ସେତେବେଳେ ସଲମାନ୍‌ ଓ ଶାହାରୁଖଙ୍କ ଝଗଡ଼ା ବିଷୟରେ ତ ପୂରା ଇଣ୍ଡଷ୍ଟ୍ରି ଅବଗତ ଥିଲା। ତେଣୁ ଏତିକି ଶୁଣିବା ପରେ ସେଠାରେ ଉପସ୍ଥିତ ୧୦୦ ଜୁନିୟର ଆର୍ଟିଷ୍ଟଙ୍କ ସମେତ ଅନ୍ୟ ସମସ୍ତେ ଚକିତ ହୋଇଯାଇଥିଲେ। ସମସ୍ତେ ଭାବିଲେ ଯେ ଏବେ ସଲମାନଙ୍କୁ ସମ୍ଭାଳିବା ଅସମ୍ଭବ ହୋଇଯିବ। କିନ୍ତୁ ସଲମାନଙ୍କ ରିଆକ୍ସନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସଲମାନ୍ ନିଖିଲଙ୍କ କଥା ଶୁଣି ରେଡ୍ଡି ହୋଇ ବାହାରକୁ ଆସି କହିଲେ, ‘ଚଲେ କରଣ’? ଏହା ଶୁଣି ସମସ୍ତେ ହସିବାକୁ ଲାଗିଲେ। ହେଲେ ନିଖିଲଙ୍କ ଚେହେରାର ରଙ୍ଗ ବଦଳି ଯାଇଥିଲା।

Related story