ସୁଟିଂ ସରିବା ପରେ କ’ଣ ହୁଏ ଷ୍ଟାରଙ୍କ ଡ୍ରେସ୍‌?

ସିନେମା ଦେଖିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ କେବେ ଲକ୍ଷ୍ୟ କରିଛନ୍ତି ହିରୋ, ହିରୋଇନ୍‌ମାନେ ଗୋଟିଏ ସିନେମାରେ ପିନ୍ଧୁଥିବା ଡ୍ରେସ୍‌ ଅନ୍ୟ ସିନେମାରେ ପିନ୍ଧନ୍ତି ନାହିଁ। ଏପରିକି ଗୋଟିଏ ଫିଲ୍ମରେ ହିରୋ, ହିରୋଇନମାନେ ବହୁତ ଥର କଷ୍ଟ୍ୟୁମ୍ ବଦଳାନ୍ତି। ଆପଣ କେବେ ଭାବିଛନ୍ତି କି ସୁଟିଂ ଶେଷ ହେବା ପରେ ଏ ସବୁ କଷ୍ଟ୍ୟୁମ୍‌ ବା ହିରୋ,ହିରୋଇନ୍‌ଙ୍କ ପୋଷାକଗୁଡ଼ିକୁ କ’ଣ କରାଯାଏ?

ବେଳେ ବେଳେ ବଲିଉଡ୍‌ର ହିରୋ, ହିରୋଇନ୍‌ମାନେ ଫିଲ୍ମରେ ଯେଉଁ ପୋଷାକ ପିନ୍ଧିଥାନ୍ତି, ତାକୁ ରଖି ନିଅନ୍ତି। ନହେଲେ ସେଗୁଡ଼ିକୁ ନିଲାମ କରି ଦିଆଯାଏ ଅବା ବିକ୍ରି କରି ଦିଆଯାଏ। ଆଉ ସେହି ଟଙ୍କାକୁ କୌଣସି ଦାତବ୍ୟ ଅନୁଷ୍ଠାନକୁ ଦାନ କରାଯାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଫିଲ୍ମର କେଉଁ ଷ୍ଟାରଙ୍କ ପୋଷାକ କେତେ ଟଙ୍କାରେ ବିକ୍ର ହୋଇଛି ଅବା ନିଲାମ ହୋଇଛି।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଫିଲ୍ମ ‘ଦେବ୍‌ଦାସ୍‌’ରେ ମାଧୁରୀ ଯେଉଁ ଲେହେଙ୍ଗା ପିନ୍ଧିଥିଲେ ତାକୁ ତିନି କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।

‘ଧକ୍‌ ଧକ୍‌ କରନେ ଲଗା’ ଗୀତରେ ମାଧୁରୀ ଯେଉଁ ନାରଙ୍ଗୀ ରଙ୍ଗର ଶାଢ଼ି ପିନ୍ଧିଥିଲେ ତାହା ୮୦ ହଜାର ଟଙ୍କାରେ ବିକ୍ରି ହୋଇଥିଲା।

 ‘ମୁଝ୍‌ସେ ସାଦି କରୋଗୀ’ରେ ସଲମାନ୍ ଖାନ୍‌ ଯେଉଁ ଟାୱେଲ ଧରି ନାଚୁଥିଲେ ତାହା ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।

ଫିଲ୍ମ ‘ଲଗାନ୍‌’ରେ ଆପଣମାନେ ଆମୀରଙ୍କ ହାତରେ ଏକ ବଳା ଦେଖିଥିବେ। ସେହି ବଳାଟି ୧ ଲକ୍ଷ ୫୬ ହଜାର ଟଙ୍କାରେ ନିଲାମ ହୋଇଥିଲା।