କ’ଣ ଥିଲା ସେହି ମୁହୁର୍ତ୍ତ: ଯେତେବେଳେ ବିଗ୍‌ ବସ୍ ଘରେ ସମସ୍ତେ କାନ୍ଦିଥିଲେ

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ ‘ବିଗ୍ ବସ୍ ୧୧‘  ଦିନକୁ ଦିନ ଦିନ ଇଣ୍ଟ୍ରେଷ୍ଟିଗଂ ହେବାକୁ ଲାଗିଛି। ଫିନାଲେକୁ ଆଉ ଅଳ୍ପ କିଛି ଦିନ ରହିଥିବାରୁ ପ୍ରତିଯୋଗୀ ପରସ୍ପରକୁ କଡା ଟକ୍କର ଦେବାକୁ ଲାଗିଛନ୍ତି। କାରଣ ସମସ୍ତଙ୍କ ଲକ୍ଷ ଶୋ’କୁ ଜିତିବା। ୧୮ଜଣ ପ୍ରତିଯୋଗୀକୁ ନେଇ ଆରମ୍ଭ ହୋଇଥିବା ଏହି ଶୋ’ରେ ଏବେ ଅଛନ୍ତି ୯ଜଣ। ଦିନକୁ ଦିନ ଶୋ’ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ମତାନ୍ତର ଭାବ ବଢୁଥିବାର ଦେଖିବାକୁ ମିଳୁଛି। ଠିକ୍‌ ଏହି […]

family meamber

family meamber

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 01:44 PM IST

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ' 'ବିଗ୍ ବସ୍ ୧୧'  ଦିନକୁ ଦିନ ଦିନ ଇଣ୍ଟ୍ରେଷ୍ଟିଗଂ ହେବାକୁ ଲାଗିଛି। ଫିନାଲେକୁ ଆଉ ଅଳ୍ପ କିଛି ଦିନ ରହିଥିବାରୁ ପ୍ରତିଯୋଗୀ ପରସ୍ପରକୁ କଡା ଟକ୍କର ଦେବାକୁ ଲାଗିଛନ୍ତି। କାରଣ ସମସ୍ତଙ୍କ ଲକ୍ଷ ଶୋ'କୁ ଜିତିବା। ୧୮ଜଣ ପ୍ରତିଯୋଗୀକୁ ନେଇ ଆରମ୍ଭ ହୋଇଥିବା ଏହି ଶୋ'ରେ ଏବେ ଅଛନ୍ତି ୯ଜଣ। ଦିନକୁ ଦିନ ଶୋ'ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ମତାନ୍ତର ଭାବ ବଢୁଥିବାର ଦେଖିବାକୁ ମିଳୁଛି।

ଠିକ୍‌ ଏହି ସମୟରେ ଶୋ'ରେ ଟିକେ ଆୟତ୍ତ ଆଣିବା ପାଇଁ ଏହି ସପ୍ତାହରେ ବିଗ୍ ବସ୍ ଘରେ ପହଁଚିଛନ୍ତି ଶିଳ୍ପା ସିନ୍ଧେଙ୍କ ମାଆ। ପ୍ରତିଯୋଗୀ ଭାବେ ନୁହେଁ, ଶିଳ୍ପାଙ୍କୁ ଦେଖାକରିବା ପାଇଁ। ଶିଳ୍ପାଙ୍କ ମାଆଙ୍କୁ ଘରେ ଦେଖି ଘରର ସବୁ ସଦସ୍ୟ ଭାବୁକ ହୋଇଯାଇଥିଲେ, କାରଣ ଶିଳ୍ପାଙ୍କ ମାଆ, ଜଣେ ମାଆକୁ କେମିତି ସମ୍ମାନ ଦିଆଯିବ ସେ ବିଷୟରେ ଘର ଲୋକଙ୍କୁ କହିଥିଲେ। ଘରର ସମସ୍ତ ସଦସ୍ୟ ଶିଳ୍ପାଙ୍କୁ ମାଆ ଡାକନ୍ତି ଓ ଗାଳି ମଧ୍ୟ କରନ୍ତି। ଯାହା ଶିଳ୍ପାଙ୍କ ମାଆଙ୍କୁ ଆଦୌ ପସନ୍ଦ ଆସିନି। ତେଣୁ ସେ ଗୋଟେ ମାଆକୁ କେମିତି ସମ୍ମାନ ଦିଆଯିବ ସେ ବିଷୟରେ ଘରଲୋକଙ୍କୁ ବୁଝାଇଥିଲେ। ଏଥିସହ ସେ ଶିଳ୍ପାର ମାଆ ବୋଲି ଆଜି ଗର୍ବ କରନ୍ତି ବୋଲି କହିଥିଲେ। କାରଣ ସେ ଏମିତି ଏକ ଝିଅର ମାଆ ଯାହାକୁ ସମସ୍ତେ ମାଆ ପରି ଏକ ଉଚ୍ଚ ସ୍ଥାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos