ବାପାଙ୍କଠାରୁ ମିଳିଥିଲା ଅଭିନୟ ପ୍ରତି ଅନୁପ୍ରେରଣା: ଥିଏଟର୍‌ରୁ ଆରମ୍ଭ କରିଥିଲେ କ୍ୟାରିୟର

ଭୁବନେଶ୍ୱର(ବିଶ୍ୱବନ୍ଦିତା/ପ୍ରଦୀପ): ବଲିଉଡ୍‌ ଅଭିନେତା ସରମନ୍‌ ଯୋଷୀ। ଆଗକୁ ଆସୁଛି ତାଙ୍କ ଅଭିନୀତ ଫିଲ୍ମ ‘କାଶୀ ଇନ୍‌ ସର୍ଚ ଅଫ୍‌ ଗଙ୍ଗା’। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯେଉଁଥିରେ ସରମନ୍‌ଙ୍କୁ ଏକ ଦମ୍‌ଦାର୍‌ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ସରମନ୍‌ ‘କାଶୀ’ ଭୂମିକାରେ ନଜର ଆସିବେ। ଜଣେ ଭାଇ କେମିତି ତା’ର ହଜିଯାଇଥିବା ଭଉଣୀକୁ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ‘ଗଡ୍‌ମଦର’ ଠୁ ଆରମ୍ଭ କରି […]

1

1

Biswobandita Swain
  • Published: Monday, 01 October 2018
  • Updated: 01 October 2018, 04:55 PM IST

Sports

Latest News

ଭୁବନେଶ୍ୱର(ବିଶ୍ୱବନ୍ଦିତା/ପ୍ରଦୀପ): ବଲିଉଡ୍‌ ଅଭିନେତା ସରମନ୍‌ ଯୋଷୀ। ଆଗକୁ ଆସୁଛି ତାଙ୍କ ଅଭିନୀତ ଫିଲ୍ମ ‘କାଶୀ ଇନ୍‌ ସର୍ଚ ଅଫ୍‌ ଗଙ୍ଗା’। ନିକଟରେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଯେଉଁଥିରେ ସରମନ୍‌ଙ୍କୁ ଏକ ଦମ୍‌ଦାର୍‌ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମରେ ସରମନ୍‌ ‘କାଶୀ’ ଭୂମିକାରେ ନଜର ଆସିବେ। ଜଣେ ଭାଇ କେମିତି ତା'ର ହଜିଯାଇଥିବା ଭଉଣୀକୁ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

‘ଗଡ୍‌ମଦର’ ଠୁ ଆରମ୍ଭ କରି ‘ଥ୍ରୀ ଇଡିଏଟ୍‌ସ’ ପର୍ଯ୍ୟନ୍ତ ବଲିଉଡ୍‌ରେ ଅନେକ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି ସରମନ୍‌। ନିକଟରେ ଓଡ଼ିଶା ରିପୋର୍ଟର ସହ ସାକ୍ଷାତକାରରେ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା କଥା ସେ ବଖାଣିଥିଲେ।

କହିଥିଲେ- ‘ବାପା ଥିଲେ ଜଣେ ଗୁଜୁରାଟୀ ଥିଏଟର ଆର୍ଟିଷ୍ଟ ।  ପିଲାଦିନୁ ବାପାଙ୍କ ଅଭିନୟ ଦେଖି ମୋର ଅଭିନୟ ପ୍ରତି ଦୁର୍ବଳତା ଆସିଥିଲା।  କିନ୍ତୁ ଫିଲ୍ମରେ କେବେ ସୁଯୋଗ ମିଳିବ ସେ ବିଷୟରେ କିଛି ଧାରଣା ନ ଥିଲା। ଧୀରେ ଧୀରେ ମୁଁ ଫିଲ୍ମରେ କାମ କରିବା ଆରମ୍ଭ କଲି। ‘ଗଡ୍‌ମଦର’ ଫିଲ୍ମରୁ ମୋର ସିନେମା ଯାତ୍ରା ଆରମ୍ଭ ହୋଇଥିଲା। ଏଣୁ ମୁଁ କହିପାରେ ବାପା ହିଁ ମୋର ପ୍ରେରଣାଦାତା।

କେବଳ ହିନ୍ଦୀ ନୁହେଁ ଇଂଲିଶ, ମରାଠୀ ଏବଂ ଗୁଜୁରାଟୀ ଭାଷାରେ ମଧ୍ୟ ସରମନ୍‌ ଫିଲ୍ମ କରିଛନ୍ତି। କିନ୍ତୁ ବିଶେଷ କରି ତାଙ୍କୁ ହିନ୍ଦୀ ଫିଲ୍ମ ଲୋକପ୍ରିୟତା ଦେଇଛି। ତେବେ ଆଗକୁ ତାଙ୍କ ଫିଲ୍ମ ‘କାଶୀ, ଇନ୍‌ ସର୍ଚ ଅଫ୍‌ ଗଙ୍ଗା’ରେ ତାଙ୍କ ଚରିତ୍ରକୁ ନେଇ ସେ କ’ଣ କହୁଛନ୍ତି ଆସନ୍ତୁ ଶୁଣିବା କ’ଣ କହୁଛନ୍ତି।

https://www.youtube.com/watch?v=jDrIGwEt5jM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos